ETV Bharat / business

ବଜାର ବଳବାନ, ସାଢେ 41 ହଜାର ଛୁଇଁଲା ସେନସେକ୍ସ

author img

By

Published : Feb 11, 2020, 1:59 PM IST

ଦିଲ୍ଲୀ ନିର୍ବାଚଳ ଫଳାଫଳ ବାହାରିବା ପୂର୍ବରୁ ବଜାର ବଳବାନ । ସେନସେକ୍ସ 400 ପଏଣ୍ଟ ବଢିଥିବାବେଳେ ନିଫ୍ଟି 12 ହଜାର ଟପି କାରବାର କରୁଛି ।

sensex adds more than 400 pointssensex adds more than 400 points
ବଜାର ବଳବାନ , ସାଢେ 41 ହଜାର ଛୁଇଁଲା ସେନସେକ୍ସ

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦାମ ହ୍ରାସ ଓ ଅନ୍ତଃରାଷ୍ଟ୍ରୀୟ ବଜାରରେ ସକରାତ୍ମକ ସଙ୍କେତ ଯୋଗୁଁ ଘରୋଇ ବଜାରରେ ଅଭିବୃଦ୍ଧି ଜାରି । ସେନସେକ୍ସ 400 ପଏଣ୍ଟ ବଢିଥିବାବେଳେ ନିଫ୍ଟି 120 ପଏଣ୍ଟ ଉଛୁଳିଛି ।


ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ କାରବାର ସମୟରେ 400 ପଏଣ୍ଟ ବଢି 41,445ରେ କାରବାର କରୁଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 120 ପଏଣ୍ଟ ବୃଦ୍ଧି ପାଇ 12,150 ରେ ପହଞ୍ଚିଛି ।


ପ୍ରକାଶ ଯେ, ସୋମବାର ସେନସେକ୍ସ 162.23 ପଏଣ୍ଟ ହ୍ରାସ ସହ 40,979.62 ଓ ନିଫ୍ଟି 66.85 ପଏଣ୍ଟ କମି 12,031.50ରେ ବନ୍ଦ ହୋଇଥିଲା ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.