ETV Bharat / business

ସୁନା ଦାମ 608 ଓ ରୂପା 1214 ଟଙ୍କା ହ୍ରାସ

author img

By

Published : Sep 17, 2020, 8:21 PM IST

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ସୁନା ଦାମ 10 ଗ୍ରାମ ପ୍ରତି ହ୍ରାସ ହୋଇ 52,463 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ରୂପା ଦାମ କିଲୋ ପିଛା 1,214 ଟଙ୍କା କମି 69,242 ଟଙ୍କା ରହିଛି । ଅଧିକ ପଢନ୍ତୁ...

ସୁନା ଦାମ 608 ଓ ରୂପା 1214 ଟଙ୍କା ହ୍ରାସ
ସୁନା ଦାମ 608 ଓ ରୂପା 1214 ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ ସଙ୍କେତ ପାଇଁ ଦିଲ୍ଲୀ ବଜାରରେ ଖସିଲା ସୁନା ଦାମ । 10 ଗ୍ରାମ ପିଛା ସୁନା ଦାମ 608 ଟଙ୍କା କମିଥିଲା ବେଳେ ରୂପା କିଲୋ ପ୍ରତି 1,214 ଟଙ୍କା ଦୁର୍ବଳ ହୋଇଛି ।

ଏଚଡିଏଫସି ସିକ୍ୟୁରିଟିଜ ଅନୁସାରେ ସୁନା ଦାମ 10 ଗ୍ରାମ ପ୍ରତି ହ୍ରାସ ହୋଇ 52,463 ଟଙ୍କାରେ ପହଞ୍ଚିଛି । ଯେତେବେଳେ କି ରୂପା ଦାମ କିଲୋ ପିଛା 1,214 ଟଙ୍କା କମି 69,242 ଟଙ୍କା ରହିଛି ।

ଗତ କାରବାର ଅଧିନବେଶନରେ ସୁନା ଦାମ 10 ଗ୍ରାମ ପ୍ରତି 53,071 ଟଙ୍କା ରହିଥିଲା ବେଳେ ରୂପା କିଲୋ 70,456 ଟଙ୍କାରେ ବନ୍ଦ ହୋଇଥିଲା । ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ କହିଛନ୍ତି କି, ଦିଲ୍ଲୀର ସରଫରା ବଜାରରେ 24 କ୍ୟାରେଟ ସୁନା ଦାମ 608 ଟଙ୍କା ଖସିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଦୁର୍ବଳ କାରବାର ଯୋଗୁଁ ଏହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି ।

ସେପଟେ ଗୁରୁବାର ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ କମି ଆଉନ୍ସ ପ୍ରତି 1,943.80 ଡଲାର ଓ ରୂପା ଆଉନ୍ସ ପିଛା 26.83 ଡଲାର ରହିଛି । ଆମେରିକାର ଫେଡରାଲ ରିଜର୍ଭ ଖୋଲା ବଜାର ସମିତି ବୈଠକ ପରେ ଡଲାର ସୂଚକାଙ୍କ ଉପରକୁ ଉଠିବା ଦ୍ବାରା ସୁନାର ବିକ୍ରି ଜୋର ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.