ETV Bharat / business

ଚମକିଲା ସୁନା, ରୂପା ଦାମରେ ବି ବଡ ହ୍ରାସ

author img

By

Published : Oct 28, 2021, 7:27 AM IST

ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । କମିଲା ହେଲା ସୁନା ଓ ରୂପା ଦାମ୍ । ଅଧିକ ପଢନ୍ତୁ...

ଚମକିଲା ସୁନା, ରୂପା ଦାମରେ ବି ବଡ ହ୍ରାସ
ଚମକିଲା ସୁନା, ରୂପା ଦାମରେ ବି ବଡ ହ୍ରାସ

ନୂଆଦିଲ୍ଲୀ: ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ସୁନା ଓ ରୂପା । ବୁଧବାର ଅଳଙ୍କାର ବଜାରରେ ସୁନା ଓ ରୂପା ଦାମ୍ କମିଛି । ମଙ୍ଗଳବାର ଏହି ବହୁମୂଲ୍ୟ ଧାତୁର ଦାମ ବୃଦ୍ଧି ପାଇଥିବାବେଳେ ଦିନକ ପରେ ଏହାର ମୂଲ୍ୟ ହ୍ରାସ ପାଇଛି । ଆଗରୁ ୨୪ କ୍ୟାରେଟ ବିଶିଷ୍ଟ ୧୦ ଗ୍ରାମ ସୁନା ୪୮,୩୪୬ ଟଙ୍କାରେ ବିକ୍ରି ହେଉଥିବାବେଳେ ଗତକାଲି ଏହାର ଦାମ୍ ୪୭, ୮୧୭ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ସୁନା ଦାମ୍ ପ୍ରାୟ ୫୨୯ ଟଙ୍କା କମ୍ ହୋଇଛି ।

ସେହିପରି ରୂପା କେଜି ପିଛା ୧,୨୫୧ ଟଙ୍କାର ଭାରି ହ୍ରାସ ରେକର୍ଡ ହୋଇଛି । ପୂର୍ବରୁ ରୂପା ଦାମ୍ ୬୫,୭୯୩ ଟଙ୍କା ଥିବାବେଳେ ବୁଧବାର ଏହା ଶସ୍ତା ହୋଇ କେଜି ପିଛା ମୂଲ୍ୟ ୬୪,୫୪୨ ଟଙ୍କା ରହିଛି ।

ଆଗକୁ ଦୀପାବଳି ଓ ଧନତେରାସ ଭଳି ଦୁଇ ବଡ ବଡ ପର୍ବ ଆସୁଛି । ଯେଉଁ ସମୟରେ ଲୋକେ ବହୁମୂଲ୍ୟ ଅଳଙ୍କାର କିଣିବାକୁ ପସନ୍ଦ କରନ୍ତି । ପାର୍ବଣ ଋତୁରେ ସୁନା ରୂପା ମୂଲ୍ୟ ହ୍ରାସ ଗ୍ରାହକଙ୍କ ପାଇଁ ଭେଟି ସଦୃଶ ହୋଇଛି ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଛୁଟି ଦିନ ବ୍ୟତୀତ IBJA ପକ୍ଷରୁ ଶନିବାର ଏବଂ ରବିବାର ଦିନ ସୁନା-ରୂପା ରେଟ୍ ଜାରି କରାଯାଏ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.