ETV Bharat / business

ଋଷିଆ-ୟୁକ୍ରେନ ଯୁଦ୍ଧରେ ଧସିଲା ପୁଞ୍ଜି ବଜାର, ଆରମ୍ଭରୁ ସେନସେକ୍ସରେ ବଡ ହ୍ରାସ

author img

By

Published : Feb 24, 2022, 10:16 AM IST

ୟୁକ୍ରେନ ବିରୁଦ୍ଧରେ ଋଷିଆର ଯୁଦ୍ଧ ଘୋଷଣା ପରେ ଦୋହଲିଲା ପୁଞ୍ଜି ବଜାର । କାରବାର ଆରମ୍ଭରୁ ୧୪୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ । ଅଧିକ ପଢନ୍ତୁ

ଋଷିଆ-ୟୁକ୍ରେନ ଯୁଦ୍ଧରେ ଧସିଲା ପୁଞ୍ଜି ବଜାର, ଆରମ୍ଭରୁ ୧୪୦୦ ପଏଣ୍ଟ ଖସିଲା ସେନ୍ସସେକ୍ସ
ଋଷିଆ-ୟୁକ୍ରେନ ଯୁଦ୍ଧରେ ଧସିଲା ପୁଞ୍ଜି ବଜାର, ଆରମ୍ଭରୁ ୧୪୦୦ ପଏଣ୍ଟ ଖସିଲା ସେନ୍ସସେକ୍ସ

ମୁମ୍ବାଇ: ୟୁକ୍ରେନ ବିରୁଦ୍ଧରେ ଋଷିଆର ଯୁଦ୍ଧ ଘୋଷଣା ପରେ ଦୋହଲିଲା ପୁଞ୍ଜି ବଜାର । ଆଜି ଲାଲ ସଙ୍କେତରେ ଆରମ୍ଭ ହେଲା ବଜାର କାରବାର । କାରବାର ଆରମ୍ଭରୁ ୧୪୦୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ନିମ୍ନଗାମୀ ରହିଛି । ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୪୧୩.୩୫ ପଏଣ୍ଟ ହ୍ରାସ ସହ ୧୬,୬୪୭.୦୦ରେ ପହଞ୍ଚିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୧୪୩୨.୫୦ ପଏଣ୍ଟ ବା ୨.୫୦ ପ୍ରତିଶତ ଖସି ୫୫,୭୯୯.୫୬ରେ କାରବାର କରୁଛି ।

ସକାଳ ୯ଟା ୧୫ ସମୟରେ ଏନଏସଇ(NSE) ନିଫ୍ଟି ୪୧୦ ପଏଣ୍ଟରୁ ଅଧିକ ହ୍ରାସ ସହ ୧୬୬୫୨.୬୦ରେ ଟ୍ରେଡିଂ କରୁଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଗତ ୮ ବର୍ଷ ପରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଥିବା ସୂଚନା ମିଳିଛି । ଯୁଦ୍ଧ ସ୍ଥିତି ଯୋଗୁଁ ଆଗାମୀ ଦିନରେ ଦେଶରେ ମୁଦ୍ରାସ୍ଫୀତି ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ପ୍ରକାଶଥାଉ କି, ଏବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଋଷିଆର ଯୁଦ୍ଧ ଘୋଷଣା ପରେ ଘରୋଇ ପୁଞ୍ଜି ବଜାରରେ ଏଭଳି ବଡ ପ୍ରଭାବ ଦେଖାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.