ETV Bharat / business

ହାଣ୍ଡିଶାଳରେ ଋଷିଆ-ୟୁକ୍ରେନ ଯୁଦ୍ଧ ତାତି, ବଢୁଛି ଖାଇବା ତେଲ ଦାମ୍

author img

By

Published : Mar 15, 2022, 11:12 AM IST

ଭାରତର ହାଣ୍ଡିଶାଳରେ ୟୁକ୍ରେନ-ଋଷିଆ ଯୁଦ୍ଧ ତାତି । ସୂର୍ଯ୍ୟମୁଖୀ ତେଲ ଆମଦାନୀ ବାଧାପ୍ରାପ୍ତ ଯୋଗୁଁ ବଢୁଛି ଖାଇବା ତେଲ ଦର । ଛାନିଆ ଖାଉଟି । ଅଧିକ ପଢନ୍ତୁ

ହାଣ୍ଡିଶାଳରେ ଋଷିଆ-ୟୁକ୍ରେନ ଯୁଦ୍ଧ ତାତି, ବଢୁଛି ଖାଇବା ତେଲ ଦାମ୍
ହାଣ୍ଡିଶାଳରେ ଋଷିଆ-ୟୁକ୍ରେନ ଯୁଦ୍ଧ ତାତି, ବଢୁଛି ଖାଇବା ତେଲ ଦାମ୍

ମୁମ୍ବାଇ: ୟୁକ୍ରେନ-ଋଷିଆ ମହାସମରରେ ଲାଗୁନି ବ୍ରେକ୍ । ଋଷ୍‌ ସେନାର ପ୍ରଚଣ୍ଡ ଆକ୍ରମଣରେ ଜଳୁଛି ୟୁକ୍ରେନର ଅନେକ ସହର । ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ବ ବଜାରକୁ ପ୍ରଭାବିତ କରୁଛି । ବୋମା ଓ ଗୁଳଗୋଳା ବର୍ଷା ୟୁକ୍ରେନରେ ହେଉଥିଲେ ହେଁ ହେଲେ ତାତି ବଢୁଛି ଭାରତର ହାଣ୍ଡିଶାଳରେ । ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ସୂର୍ଯ୍ୟମୁଖୀ ତେଲ ଆମଦାନୀ ଉପରେ ଚଡକ ପକାଇଛି । ସପ୍ଲାଏ ଚେନ୍ ବାଧାପ୍ରାପ୍ତ ହେବା ଯୋଗୁଁ ଖାଇବା ତେଲର ଦାରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କୁ ଛାନିଆ କରୁଛି । ଗତ ମାସକ ମଧ୍ୟରେ ଖାଇବା ତେଲ ଦାମ୍ ପ୍ରାୟ ୨୦ ପ୍ରତିଶତ ବଢିଛି ।

ଏନେଇ ପୁନା ମରଚାଣ୍ଟ ଚାମ୍ବର(poona merchant chamber) ନିର୍ଦ୍ଦେଶକ ANIକୁ କହିଛନ୍ତି, ତେଲ୍ ଦାମ୍ ପ୍ରତି ୧୫ କିଲୋଗ୍ରାମ କଣ୍ଟେନର ପିଛା ପ୍ରାୟ ୩୦୦ରୁ ୪୦୦ ଟଙ୍କା ବୃଦ୍ଧି ପାଇଛି । ଯୁଦ୍ଧ ଯୋଗୁଁ ତୈଳ ଆମଦାନୀ ବନ୍ଦ ହୋଇଯାଇଛି । ତେଣୁ ବଜାରରେ ତୈଳ ସଙ୍କଟ ସୃଷ୍ଟି ହୋଇଛି । ଆଉ ଜଣେ ବ୍ୟବସାୟୀ କହିଛନ୍ତି, ବଜାରରେ ତୈଳ ଅଭାବ ରହିଛି । ବିଶେଷକରି ସୂର୍ଯ୍ୟମୁଖୀ ତେଲ ଦର ୧୫ କେଜି କଣ୍ଟେନର ପିଛା ପାଖପାଖି ୬୦୦ ଟଙ୍କା ବଢିଛି । ଏହାଦ୍ବାର ମୁଖ୍ୟ ରୂପେ ସାଧାରଣ ଲୋକ ପ୍ରଭାବିତ ହେବାକୁ ଯାଉଛନ୍ତି । ସୂର୍ଯ୍ୟମୁଖୀ ତେଲ(Sunflower Oil) ପାଇଁ ଭାରତ ମୁଖତଃ ଋଷ ଏବଂ ୟୁକ୍ରେନ ଉପରେ ନିର୍ଭରଶୀଳ । ଦୁଇ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସୋୟାବିନ ତେଲ ଦାମ୍ ୧,୯୫୦ ଥିଲା । ହେଲେ ଏବେ ଏହା ୨,୫୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ସନଫ୍ଲାୱାର ତେଲ ଦାମ୍ ୨,୧୫୦ ଟଙ୍କାରୁ ବଢି ୨,୭୫୦ ଟଙ୍କା ଅତିକ୍ରମ କରିଛି ।

ଆହୁରି ମଧ୍ୟ କୁହାଯାଉଛି ଯେ, ଯୁଦ୍ଧ ବନ୍ଦ ନ ହେବା ଯାଏଁ ଖାଇବ ତେଲ ଦାମ୍ କମିବ ନାହିଁ । ବଜାରରେ ତେଲ ସଙ୍କଟ ଯୋଗୁଁ ଲୋକେ ମଧ୍ୟ ଭୟରେ ଦୋକାନ ଆଗରେ ଲମ୍ବା ଲାଇନ ଲଗାଉଛନ୍ତି । ସେମାନେ ଆବଶ୍ୟକତା ଠାରୁ ଅଧିକ ଖାଇବା ତେଲ କିଣି ଘରେ ଗଚ୍ଛିତ ରଖୁଛନ୍ତି । ତେଣୁ ଯଦି ଏହି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ନ ପଡେ, ତେବେ ଆଗକୁ ସ୍ଥିତି ଆହୁରି ଉଦବେଗ୍ ଜନକ ରହିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.