ETV Bharat / business

କମିବ ଖାଇବା ତେଲ ଦର, ମୋଦି ସରକାର ଆଣିଲେ ମାଷ୍ଟରପ୍ଲାନ

author img

By

Published : Aug 18, 2021, 7:43 PM IST

ଖାଇବା ତେଲ କ୍ଷେତ୍ରରେ ଭାରତର ନିର୍ଭରଶୀଳତା ହ୍ରାସ କରିବାକୁ ମୋଦି ସରକାରଙ୍କ ମାଷ୍ଟରପ୍ଲାନ । edible oil mission ଅଧୀନରେ ଖାଇବା ତେଲର ଘରୋଇ ଉତ୍ପାଦନ ତ୍ବରାନ୍ବିତ ହେବ । ଏହି ରାଷ୍ଟ୍ରୀୟ ମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଅଧିକ ପଢନ୍ତୁ...

ଦେଶରେ କମିବ ଖାଇବା ତେଲ ଦର, ମୋଦି ସରକାରଙ୍କ ଆଣିଲେ ମାଷ୍ଟରପ୍ଲାନ
ଦେଶରେ କମିବ ଖାଇବା ତେଲ ଦର, ମୋଦି ସରକାରଙ୍କ ଆଣିଲେ ମାଷ୍ଟରପ୍ଲାନ

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେବ ଖାଇବା ତେଲ ଦର । ପ୍ରଧାନମନ୍ତ୍ରୀ ମୋଦି ଆଣିଲେ ମାଷ୍ଟରପ୍ଲାନ । ଖାଇବା ତେଲ ଆମଦାନୀ କ୍ଷେତ୍ରରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ଖାଇବା ତେଲ ଓ ପାମ ଅଏଲ ସମ୍ବନ୍ଧୀୟ ଏକ ରାଷ୍ଟ୍ରୀୟ ମିଶନକୁ ଅନୁମୋଦନ ମିଳିଛି । ବୁଧବାର ଏ ସମ୍ପର୍କରେ ଘୋଷଣା କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରସ୍ତାବିତ edible oil mission ଅଧୀନରେ ଖାଇବା ତେଲର ଘରୋଇ ଉତ୍ପାଦନ ତ୍ବରାନ୍ବିତ ହେବ । ଏଥିପାଇଁ ପ୍ରାୟ ୧୧ ହଜାର 40 କୋଟି ଅର୍ଥ ବିନିଯୋଗ କରିବେ କେନ୍ଦ୍ର ସରକାର ।

ଏହି ଜାତୀୟ ମିଶନ ସମ୍ପର୍କରେ ଅଧିକ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଏହି ମିଶନରେ ଚାଷୀମାନଙ୍କୁ ଉତ୍ତମ ଗୁଣବତ୍ତା ଯୁକ୍ତ ତୈଳବୀଜଠାରୁ ଆରମ୍ଭ କରି ଟେକ୍ନୋଲୋଜି ଯାଏଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଯଦ୍ବାରା ପାମ୍ ଓ ଅନ୍ୟ ତୈଳଜାତୀୟ ଚାଷକୁ ପ୍ରୋତ୍ସାହନ ମିଳିବ । ୨୦୩୦ ସୁଦ୍ଧା ପ୍ରାୟ ୩.୫ ଲକ୍ଷ ହେକ୍ଟର ଚାଷ ଜମିରୁ ୨୮ ଲକ୍ଷ ଟନ୍ ପର୍ଯ୍ୟନ୍ତ ତୈଳ ଉତ୍ପାଦନ କରିବାରେ ସହାୟକ ହେବ ।

PM-KISAN ଯୋଜନା ଅଧିନରେ ୯.୭୫ କୋଟି ଯୋଗ୍ୟ କୃଷକଙ୍କୁ ୧୯,୫୦୦ କୋଟି ଟଙ୍କାର ନବମ କିସ୍ତି ଛଡା ଯିବା ପରେ ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି edible oil mission ଆରମ୍ଭ କରିଥିଲେ । ଏନେଇ ଗତ ୯ ତାରିଖ ଦିନ ମୋଦି କହିଥିଲେ କି ଯଦିଓ ଧାନ, ଗହମ, ଚିନି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଛି ତଥାପି ଦେଶ ଖାଇବା ତେଲର ବୃହତ୍ ଆମଦାନୀ କରୁଛି । ତେଣୁ ଖାଇବା ତେଲ ଓ ପାମ ତେଲର ନିର୍ଭରଶୀଳତା କମ୍ କରିବାକୁ ଏହି ମିଶନ ପ୍ରସ୍ତୁତ କରାଯାଇଛି । ଯାହାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି ।

ଉଲ୍ଲେଖଯୋଗ୍ୟ, ଭାରତ ବିଦେଶରୁ ପ୍ରାୟ ୭୦ ପ୍ରତିଶତ ଖାଇବା ତେଲ ଆମଦାନୀ କରେ । ଯେଉଁଥିପାଇଁ ତୈଳ ଦର ଦେଶରେ ଉଚ୍ଚା । ତେବେ ମୋଦିଙ୍କ ଏହି ମାଷ୍ଟରପ୍ଲାନ କାର୍ଯ୍ୟକାରୀ ହେଲେ ଦେଶରେ ଖାଇବା ତେଲ ଦର କମିବ ଏବଂ ସାଧାରଣ ଖାଉଟିଙ୍କୁ ଦରଦାମ ବୃଦ୍ଧିରୁ କିଛି ମାତ୍ରାରେ ଆଶ୍ବସ୍ତ ମିଳିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.