ETV Bharat / business

ଟିକଟକ କିଣିବା ରେସରେ ନାହିଁ ଗୁଗୁଲ: ସୁନ୍ଦର ପିଚାଇ

author img

By

Published : Aug 27, 2020, 6:28 PM IST

ଟିକଟକ କିଣିବା ପାଇଁ ଇଚ୍ଛୁକ ନାହିଁ ଗୁଗୁଲ । ଏଥିପାଇଁ କମ୍ପାନୀ ସିଇଓ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧିକ ପଢନ୍ତୁ..

ଟିକଟକ କିଣିବା ରେସରେ ନାହିଁ ଗୁଗୁଲ : ସୁନ୍ଦର ପିଚାଇ
ଟିକଟକ କିଣିବା ରେସରେ ନାହିଁ ଗୁଗୁଲ : ସୁନ୍ଦର ପିଚାଇ

ସାନ ଫ୍ରାନ୍ସିସ୍କୋ: ଚୀନ ସର୍ଟ ଭିଡିଓ ମେକିଙ୍ଗ ଆପ ଟିକଟକକୁ ଅଧିଗ୍ରହଣ ଦୌଡରେ ସାମିଲ ନାହିଁ ଗୁଗୁଲ । ଏ ନେଇ ଅଲ୍ଫାବେଟ ଓ ଗୁଗୁଲ ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟ କରିଛନ୍ତି ।

ପଡକାଷ୍ଟ ‘ପିଭଟ ସ୍କୁଲେଡ ଲାଇଭ’ର ନୂଆ ଏପିସୋଡରେ ରିକୋଡର Kara Swisher ଏବଂ ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ପ୍ରଫେସର ସ୍କଟ ଗେଲୋୱେ ପଚାରିଥିଲେ କି, କଣ ତାଙ୍କ କମ୍ପାନୀ ଟିକଟକ କିଣିବା ପାଇଁ ଆଗ୍ରହୀ ରହିଛି । ଏହି ପ୍ରଶ୍ନର ଉତ୍ତରରେ ପିଚାଇ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି କି, ବାଇଟଡ୍ୟାନ୍ସର ମାଲିକାନାରେ ରହିଥିବା ଏହି ଆପ ଗୁଗୁଲର କ୍ଲାଉଡ ସେବାର ବ୍ୟବହାର ପାଇଁ ପେମେଣ୍ଟ କରିଥାଏ ।

ଟିକଟକ ଆମେରିକାରେ 100 ମିଲିୟନ ଅର୍ଥାତ 10 କୋଟି ୟୁଜର୍ସ ଅଛନ୍ତି । କିନ୍ତୁ କମ୍ପାନୀ ଗତ କିଛି ମାସରେ ଲଗାତାର ଟ୍ରମ୍ପ ପ୍ରଶାସନ ଟାର୍ଗେଟରେ ରହିଛି । ତେବେ ଏବେ ଟିକଟକ ଟ୍ରମ୍ପ ପ୍ରଶାସନଙ୍କ ପ୍ରତିବନ୍ଧକ ଲାଗୁ ଆଦେଶ ବିରୋଧରେ ମାମଲା ରୁଜୁ କରିଦେଇଛି ।

ପଡକାଷ୍ଟରେ ପିଚାଇ କହିଛନ୍ତି କି, ମହାମାରୀ ମଧ୍ୟରେ ଅନ୍ୟ ଟେକ୍ନୋଲୋଜି କମ୍ପାନୀ ଭଳି ଟିକଟକ ମଧ୍ୟ ଭଲ ଅଭିବୃଦ୍ଧି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.