ETV Bharat / business

କୋରୋନା ପାଇଁ କମ୍ପାନୀ କରୁଥିବା ଖର୍ଚ୍ଚ ସିଏସଆର ଅନ୍ତର୍ଭୁକ୍ତ

author img

By

Published : Mar 23, 2020, 8:25 PM IST

କୋରୋନା ସଂକ୍ରମଣ ରୋକିବାକୁ କମ୍ପାନୀ କରୁଥିବା ଖର୍ଚ୍ଚ ଗୁଡିକ ସିଏସଆର ଶ୍ରେଣୀଭୁକ୍ତ ହେବ ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ...

Spending of Corporate Social Responsibility(CSR) funds for COVID-19 to be eligible for CSR activity.
କୋରୋନା ପାଇଁ କମ୍ପାନୀ କରୁଥିବା ଖର୍ଚ୍ଚ ସିଏସଆର ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବାକୁ କମ୍ପାନୀ କରୁଥିବା ଖର୍ଚ୍ଚ ଗୁଡିକ କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି (ସିଏସଆର) ଶ୍ରେଣୀଭୁକ୍ତ ହେବ ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କୋରୋନା ସଂପର୍କିତ ସଚେତନତା, ପ୍ରଚାର,ସ୍ବଚ୍ଛତା ଓ ବିପର୍ଯ୍ୟୟ ପରିଚାଳନା ପାଇଁ କମ୍ପାନୀ ଯେଉଁ ଅର୍ଥ ଖର୍ଚ୍ଚ କରିଛି ତାହା ସିଏସଆର ଶ୍ରେଣୀଭୁକ୍ତ କରାଯିବ । ଫଣ୍ଡ ବୃହତ ସ୍ବାର୍ଥପାଇଁ ହୋଇଥିବା ଓ ଏହା ସ୍ବାଧୀନ ଭାବେ ଖର୍ଚ୍ଚ କରାଯାଇଥିବା କାରଣରୁ ଏହାକୁ ସିଏସଆର ଅଧୀନରେ ନିଆଯିବ ।

ଭାରତ ବିଶ୍ବର ପ୍ରଥମ ଦେଶ ଭାବରେ ସିଏସଆରକୁ ବାଧ୍ୟତାମୂଳକ କରିଛି । ଏଥିପାଇଁ ସରକାର 2013ରେ କମ୍ପାନୀ ସମୂହ ଆକ୍ଟକୁ ସଂଶୋଧନ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.