ETV Bharat / business

ପ୍ରଥମ ଥର ପାଇଁ ସେନସେକ୍ସ ଡେଇଁଲା 50 ହଜାର

author img

By

Published : Jan 21, 2021, 1:22 PM IST

ଆଜି କାରବାର ଆରମ୍ଭରୁ ଉଛୁଳିଲା ପୁଞ୍ଜି ବଜାର । ପ୍ରଥମ ଥର ପାଇଁ ସେନସେକ୍ସ ଡେଇଁଲା 50 ହଜାର । 240 ପଏଣ୍ଟ ବୃଦ୍ଧି ପାଇ 50 ହଜାର ପାର କଲା । ସେହିପରି ନିଫ୍ଟି 14 ହଜାର 733 ପଏଣ୍ଟରେ ପହଞ୍ଚି କରୁଛି କାରବାର ।

ପ୍ରଥମ ଥର ପାଇଁ ସେନସେକ୍ସ ଡେଇଁଲା 50 ହଜାର
ପ୍ରଥମ ଥର ପାଇଁ ସେନସେକ୍ସ ଡେଇଁଲା 50 ହଜାର

ମୁମ୍ବାଇ: ଆଜି କାରବାର ଆରମ୍ଭରୁ ଉଛୁଳିଲା ପୁଞ୍ଜି ବଜାର । ପ୍ରଥମ ଥର ପାଇଁ ସେନସେକ୍ସ ଡେଇଁଲା 50 ହଜାର । 240 ପଏଣ୍ଟ ବୃଦ୍ଧି ପାଇ 50 ହଜାର ପାର କଲା । ସେହିପରି ନିଫ୍ଟି 14 ହଜାର 733 ପଏଣ୍ଟରେ ପହଞ୍ଚି କରୁଛି କାରବାର ।

ବୁଧବାର ଆମେରିକାର 46ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ନେଇଛନ୍ତି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ବାଇଡେନ ଯୁଗ । ଏହା ଉପରେ ସାରା ବିଶ୍ବର ନଜର ରହିଥିବାବେଳେ କାର୍ଯ୍ୟ ଭାର ଗ୍ରହଣ କରୁ କରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ବଦଳାଇ ଐତିହାସିକ ପଦକ୍ଷେପ ନେଇଛନ୍ତି ଜୋ । ଯାହା ଦ୍ବାରା ଭାରତୀୟ ନିବେଶକ ଖୁସିରେ ଗଦ ଗଦ ହୋଇପଡିଛନ୍ତି ।

ଆଜି ସେନସେକ୍ସ ଆରମ୍ଭରୁ ଉଛୁଳିଲା । 304ରୁ 50, 096.57ରେ ପହଞ୍ଚିଛି ସେନସେକ୍ସ । ସେହିପରି ନିଫ୍ଟି ମଧ୍ୟ 86 ଅଙ୍କରୁ ଆରମ୍ଭ ହୋଇ 14.730.95ରେ ପହଞ୍ଚିଛି । କାରବାର ସମୟରେ ସେନସେକ୍ସ ବୃଦ୍ଧି ପାଇ 50,149.49ରେ ପହଞ୍ଚିଛି । ସେହିପରି ନିଫ୍ଟି ମଧ୍ୟ ବୃଦ୍ଧି ପାଇ 14,745.20ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.