ETV Bharat / business

ଜୁନରୁ ଅର୍ଥବ୍ୟବସ୍ଥାରେ ସୁଧାର ଆରମ୍ଭ ହୋଇଛି: ଏସବିଆଇ ଅଧ୍ୟକ୍ଷ

author img

By

Published : Jul 11, 2020, 10:06 PM IST

କୋଭିଡ-19 ମହାମାରୀ କାରଣରୁ ଅର୍ଥବ୍ୟବସ୍ଥାରେ ଗୁରୁତର ପ୍ରଭାବ ପଡିଛି । କିନ୍ତୁ ଏବେ ଧିରେ ଧିରେ ଅର୍ଥବ୍ୟବସ୍ଥା ସ୍ଥିତି ସୁଧୁରିଛି ବୋଲି ଦେଶର ସବୁଠୁ ବଡ ବ୍ୟାଙ୍କ ପ୍ରମୁଖ ମତ ରଖିଛନ୍ତି । ଅଧିକ ପଢନ୍ତୁ..

Indias economic recovery started from June: SBI chairman
Indias economic recovery started from June: SBI chairman

କୋଲକାତା: ଲକଡାଉନ କୋହଳ ଠାରୁ ଅର୍ଥାତ ଜୁନ ମାସରୁ ଆର୍ଥିକ କାର୍ଯ୍ୟକଳାପ ପୁଣି ଗତିଶୀଳ ସହ ଅର୍ଥନୀତିରେ ସୁଧାର ଆସିବା ଆରମ୍ଭ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ଏହା କହିଛନ୍ତି । କୋଭିଡ-19 ମହାମାରୀ କାରଣରୁ ଅର୍ଥବ୍ୟବସ୍ଥାରେ ଗୁରୁତର ପ୍ରଭାବ ପଡିଛି । କିନ୍ତୁ ଏବେ ଧୀରେ ଧୀରେ ସ୍ଥିତି ଅର୍ଥବ୍ୟବସ୍ଥା ସ୍ଥିତି ସୁଧୁରିଛି ବୋଲି ଦେଶର ସବୁଠୁ ବଡ ବ୍ୟାଙ୍କ ପ୍ରମୁଖ ମତ ରଖିଛନ୍ତି ।

ଏସବିଆଇ ବ୍ୟାଙ୍କିଙ୍ଗ ଓ ଇକୋନୋମିକ କନକ୍ଲେଭକୁ ସମ୍ବୋଧିତ କରି କୁମାର କହିଛନ୍ତି କି, ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ସ୍ଥିତିକୁ ଦେଖିବା ପାଇଁ ଏବେ 3ରୁ 4 ମାସ ପାଇଁ ଅପେକ୍ଷା କରିବାକୁ ହେବ ।

କୁମାର ୱେବିନାରରେ କହିଛନ୍ତି କି, କୋଭିଡ-19 ଯୋଗୁଁ ଭାରତୀୟ ଅର୍ଥବ୍ୟବସ୍ଥାକୁ ବହୁତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଏହା ବ୍ୟତିତ ମହାମାରୀ ମାଡରେ ଯୋଗାଣ ଶୃଙ୍ଖଳା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଏପ୍ରିଲରେ ସବୁଠୁ ଖରାପ ମାସ ରହିଛି । ମେ ମାସରେ ଏଥିରେ କିଛି ସୁଧାର ଆସିଛି । ଆଉ ଜୁନରୁ ଅର୍ଥବ୍ୟବସ୍ଥା ପୁନଃରୁଦ୍ଧାର ଆରମ୍ଭ ହୋଇଛି । ସେ କହିଛନ୍ତି ଯେ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ତାମିଲନାଡୁ ଭଳି ଅଗ୍ରଣୀ ଔଦୋଗିକ ରାଜ୍ୟ ଏହି ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି।

କୋରୋନା ସଂକ୍ରମଣର ଭୟବହତାକୁ ନଜରରେ ରଖି ପର୍ଯ୍ୟାୟକ୍ରମେ ଲକଡାଉନ ଘୋଷଣା କରାଯାଇଥିଲା । ଫଳରେ ଯୋଗାଣ ଶୃଙ୍ଖଳା ଗଭୀର ଭାବେ ପ୍ରଭାବିତ ହୋଇଛି ।

ରିଜର୍ଭ ବ୍ୟାଙ୍କ ଦ୍ବାରା ଘୋଷିତ ଇଏମଆଇ ସ୍ଥଗିତ ଅବଧି ଏ ବର୍ଷ ଶେଷ ଯାଏଁ ବଢିବ କି , ଏହି ପ୍ରଶ୍ନର ଜବାବରେ କୁମାର କହିଛନ୍ତି କି 2020 ଅଗଷ୍ଟ 31 ପରେ ଏହି ଅବଧି ଆଉ ଆଗକୁ ବଢାଇବା ଆବଶ୍ୟକ ନୁହେଁ । ସେ କହିଛନ୍ତି କି, କିଛି ସେକ୍ଟର ବହୁତ ପ୍ରଭାବିତ ହୋଇଛି । ମୋ ମତରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ମାମଲାରେ ବିଚାରବିମର୍ଶ କରି ନିଷ୍ପତ୍ତି ନେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.