ETV Bharat / business

ପ୍ରଥମ ତ୍ରୟମାସରେ 31% କମିଛି ମୋଟ ଟିକସ ସଂଗ୍ରହ

author img

By

Published : Jun 16, 2020, 8:34 PM IST

ଆର୍ଥିକ ବର୍ଷ 2020-21 ପ୍ରଥମ ତ୍ରୟମାସରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ 31 ପ୍ରତିଶତ ହ୍ରାସ ପାଇ 1,37,825 କୋଟି ଟଙ୍କା ରହିଛି । ଅଧିକ ପଢନ୍ତୁ..

Gross tax collection
ପ୍ରଥମ ତ୍ରୟମାସରେ 31% କମିଛି ମୋଟ ଟିକସ ସଂଗ୍ରହ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଜୁନ 15 ପର୍ଯ୍ୟନ୍ତ ମୋଟ ଟିକସ ସଂଗ୍ରହ 31 ପ୍ରତିଶତ ହ୍ରାସ ପାଇଛି । ଏଥିରେ କର୍ପୋରେଟ କର 79 ପ୍ରତିଶତ କମିଛି । ମଙ୍ଗଳବାର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ, ଜୁନ ତ୍ରୟମାସରେ ମୋଟ ଅଗ୍ରୀମ ଟିକସ ସଂଗ୍ରହରେ 31 ପ୍ରତିଶତ ହ୍ରାସ ଘଟିଥିବା PTI ଭୁଲ ଭାବରେ ରିପୋର୍ଟ କରିଥିଲା ।

ତେବେ ଆୟକର ବିଭାବର ଜଣେ ଅଧିକାରୀ ଏ ନେଇ ପିଟିଆଇ କୁ ଜଣାଇଛି କି ଆର୍ଥିକ ବର୍ଷ 2020-21 ପ୍ରଥମ ତ୍ରୟମାସରେ ମୋଟ ପ୍ରତ୍ୟକ୍ଷ କର ସଂଗ୍ରହ 31 ପ୍ରତିଶତ ହ୍ରାସ ପାଇ 1,37,825 କୋଟି ଟଙ୍କା ରହିଛି । 1 ବର୍ଷ ପୂର୍ବରୁ ଅର୍ଥାତ 2019 ଜୁନରେ ଏହା 1,99,755 କୋଟି ଟଙ୍କା ଥିଲା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ 2 ମାସ (ଏପ୍ରିଲ ଓ ମେ) ଦେଶବ୍ୟାପି ଲକଡାଉନ ଲାଗୁ ରହିଥିଲା । କୋରୋନା ଭାଇରସ ପ୍ରତିହିତ ପାଇଁ ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଥିଲା । ପରେ ବିଭିନ୍ନ ପର୍ଯ୍ୟାୟରେ ଏହାକୁ ବଢାଯାଇଥିଲା । ଏହାର ପରିଣାମସ୍ବରୂପ ଦେଶରେ ପ୍ରାୟ 80 ପ୍ରତିଶତ ଆର୍ଥିକ ଗତିବିଧି ଠପ ରହିଥିଲା ।

ତେବେ ଜୁନ ପହିଲାରୁ ଲକଡାଉନକୁ ବିଭିନ୍ନ ପାର୍ଟରେ କୋହଳ କରିବା ଆରମ୍ଭ କରିଦିଆଯାଇଛି । ହେଲେ ଏବେ ବି ଅର୍ଥବ୍ୟବସ୍ଥାର ଗତିବିଧି ସମ୍ପୁର୍ଣ୍ଣ ରୂପେ ସ୍ବାଭାବିକ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.