ETV Bharat / business

ସୁଧୁରୁଛି ଅର୍ଥନୀତି: 590 ବିଲିୟନ ଟପିଲା ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Feb 6, 2021, 7:35 PM IST

ଅର୍ଥନୀତି ପାଇଁ ଭଲ ଖବର । ଜାନୁଆରୀ 29ରେ ସମାପ୍ତ ସପ୍ତାହ ମଧ୍ୟରେ 4.85 ଅରବ ଡଲାର ବଢି 579.346 ଅରବ ଡଲାରରେ ପହଞ୍ଚିଛି ଭଣ୍ଡାର । ଅଧିକ ପଢନ୍ତୁ..

ସୁଧୁରୁଛି ଅର୍ଥନୀତି: 590 ବିଲିୟନ ଟପିଲା ବିଦେଶୀ ମୁଦ୍ରା ଭଣ୍ଡାର
ସୁଧୁରୁଛି ଅର୍ଥନୀତି: 590 ବିଲିୟନ ଟପିଲା ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥା ପାଇଁ ପଜେଟିଭ ଖବର । ରେକର୍ଡ ସ୍ତରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଜାନୁଆରୀ 29ରେ ସମାପ୍ତ ସପ୍ତାହ ମଧ୍ୟରେ 4.85 ଅରବ ଡଲାର ବଢି 579.346 ଅରବ ଡଲାରରେ ପହଞ୍ଚିଛି ଭଣ୍ଡାର । ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ରିପୋର୍ଟ ଅନୁସାରେ ଏହା ପୂର୍ବରୁ ଜାନୁଆରୀ 22ରେ ଶେଷ ସପ୍ତାହ ସମୟରେ ବିଦେଶୀ ମୁଦ୍ରା ଭଣ୍ଡାର 1.09 ଅରବ ଡଲାର ବଢି 585.33 ଅରବ ଆମେରକୀୟ ଡଲାର ହୋଇଛି ।

ତଥ୍ୟ ଅନୁସାରେ ଜାନୁଆରୀ 29ରେ ଶେଷ ସପ୍ତାହ ଅବଧିରେ ମୁଦ୍ରା ଭଣ୍ଡାରରେ ବଡ ବୃଦ୍ଧି ବିଦେଶୀ ମୁଦ୍ରା ଭଣ୍ଡାର ସମ୍ପତ୍ତି(FCA) ଭାବେ ହୋଇଛି । ଯାହାକି ମୋଟ ଭଣ୍ଡାରର ଏକ ବଡ ଯୋଗଦାନ ରଖିଥାଏ ।

ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ବପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି । ଆଉ ଏଫସିଏ ବୃଦ୍ଧି ଦ୍ବାରା ବିଦେଶୀ ମୁଦ୍ରା ବଢିଥାଏ । ଆରବିଆଇର ସପ୍ତାହିତ ତଥ୍ୟ ଅନୁସାରେ ଏଫସିଏ 5.03 ଅରବ ଡଲାର ବଢି 547.22 ଅରବ ଡଲାରର ସ୍ତରରେ ପହଞ୍ଚିଛି । ଏଫସିଏକୁ ଡଲାରରେ ଦର୍ଶାଯାଇଥାଏ । କିନ୍ତୁ ଏଥିରେ ୟୁରୋ, ପାଉଣ୍ଡ ଏବଂ ୟେନ୍ ଭଳି ଅନ୍ୟ ବିଦେଶୀ ମୁଦ୍ରା ମଧ୍ୟ ସାମିଲ ଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.