ETV Bharat / business

ଆରମ୍ଭରୁ ଉଛୁଳିଲା ସେନସେକ୍ସ, 536 ପଏଣ୍ଟ ବୃଦ୍ଧି

author img

By

Published : Nov 9, 2020, 11:43 AM IST

ସକରାତ୍ମକ ଇକ୍ବିଟି ବେଞ୍ଚମାର୍କ ସୂଚକାଙ୍କ ସହ ସୋମବାର କାରବାର ଆରମ୍ଭରୁ ଉଛୁଳିଲା ସେନସେକ୍ସ । ଆରମ୍ଭରୁ 536 ପଏଣ୍ଟ ବୃଦ୍ଧି । ଅଧିକ ଖବର ପଢନ୍ତୁ...

ଆରମ୍ଭରୁ ଉଛୁଳିଲା ସେନସେକ୍ସ, 536 ପଏଣ୍ଟ ବୃଦ୍ଧି
ଆରମ୍ଭରୁ ଉଛୁଳିଲା ସେନସେକ୍ସ, 536 ପଏଣ୍ଟ ବୃଦ୍ଧି

ମୁମ୍ବାଇ: ସବୁଜ ସଙ୍କେତରେ ଖୋଲିଲା ବଜାର । ସକରାତ୍ମକ ଇକ୍ବିଟି ବେଞ୍ଚମାର୍କ ସୂଚକାଙ୍କ ସହ ସୋମବାର କାରବାର ଆରମ୍ଭରୁ ଉଛୁଳିଲା ସେନସେକ୍ସ । ପ୍ରାରମ୍ଭିକ ଅବସ୍ଥାରେ ସେନସେକ୍ସ 536.16 ପଏଣ୍ଟ ଏବଂ ନିଫ୍ଟି 153. 55 ପଏଣ୍ଟ ବୃଦ୍ଧି ପାଇଛି ।

ସକାଳ 9:18 ରେ, ବିଏସଇ ସେନସେକ୍ସ 536.16 ପଏଣ୍ଟ ବା 42,273.97 ବୃଦ୍ଧି ପାଇଥିବାବେଳେ ନିଫ୍ଟି 50 153.55 ପଏଣ୍ଟ ବା 12,417.10 ବୃଦ୍ଧି ପାଇଛି । ଆଗାମୀ ସପ୍ତାହରେ ଭାରତୀୟ ଷ୍ଟକ ମାର୍କେଟ ନୂଆ ଶିଖର ଦେଖିବ । କାରଣ ପାର୍ବଣ ଋତୁ ସହିତ ଆମେରିକାର ନିର୍ବାଚନ ଫଳାଫଳ ଏହାକୁ ପ୍ରଭାବିତ କରିବ।

ନିବେଶ ପରିଚାଳନା ସଂସ୍ଥା ଏନଭିଜନ୍ କ୍ୟାପିଟାଲ୍ ସର୍ଭିସେସ୍ ପ୍ରାଇଭେଟର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ନୀଲେଶ ଶାହା କହିଛି ଯେ, ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର ନୂତନ ରାଷ୍ଟ୍ରପତି ହେଲେ ଏହା ବିକାଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଆରମ୍ଭ କରିବ । ଏହା ପୂର୍ବରୁ ଷ୍ଟକ୍ ମାର୍କେଟ୍ ଉପରେ ଏକ ଧାରଣା ପଡିବା ଆରମ୍ଭ ହୋଇଛି।

ଶାହା କହିଛନ୍ତି, "ବାଇଡେନ ରାଷ୍ଟ୍ରପତିତ୍ବ କାଳରେ ବର୍ତ୍ତମାନ ସିନେଟ୍ ରିପବ୍ଲିକାନ୍ସ ଦ୍ବାରା ନିୟନ୍ତ୍ରିତ ହେବା ସମ୍ଭାବନା ରହିଛି । ଷ୍ଟକ୍ ମାର୍କେଟ ପାଇଁ ଏହା 'ଦୁନିଆର ସର୍ବୋତ୍ତମ' ସମୟ । ରିପବ୍ଲିକାନ୍ ନିୟନ୍ତ୍ରଣ ସମୟରେ ଡଲାର ଦୁର୍ବଳ ହେବ ଯାହା ଭାରତୀୟ ବଜାର ପାଇଁ ସକରାତ୍ମକ ହେବ। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.