ETV Bharat / business

କୋରୋନା ସତ୍ତ୍ବେ 100% ଉପରେ Direct Tax ସଂଗ୍ରହ

author img

By

Published : Jun 17, 2021, 9:45 PM IST

ଆର୍ଥିକ ବର୍ଷ 2021-22 ପାଇଁ ନିଟ ପ୍ରତ୍ୟକ୍ଷ କର ସଂଗ୍ରହରେ 100 ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ ହୋଇଛି । ଅଗ୍ରିମ କର ସଂଗ୍ରହ ବି ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

କୋରୋନା  ପରେ ବି 100% ଉପରେ Direct Tax  ସଂଗ୍ରହ
କୋରୋନା ପରେ ବି 100% ଉପରେ Direct Tax ସଂଗ୍ରହ

ନୂଆଦିଲ୍ଲୀ: କର ସଂଗ୍ରହ ମାମଲାରେ ମିଳିଛି ବଡ ସଫଳତା । ଆର୍ଥିକ ବର୍ଷ 2021-22 ପାଇଁ ନିଟ ପ୍ରତ୍ୟକ୍ଷ କର ସଂଗ୍ରହରେ 100 ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ ହୋଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏ ନେଇ ଗୁରୁବାର ତଥ୍ୟ ପ୍ରକାଶ ପାଇଛି ।

ମଙ୍ଗଳବାର ଯାଏଁ ମିଳିଥିବା ତଥ୍ୟ ଅନୁସାରେ ଆର୍ଥିକ ବର୍ଷ 2021-22 ପାଇଁ ପ୍ରତ୍ୟକ୍ଷ କର ସଂଗ୍ରର ସଂଖ୍ୟା 1,85,871 କୋଟି ଟଙ୍କା ରହିଛି । 1 ବର୍ଷ ପୂର୍ବରୁ ସମାନ ଅବଧିରେ ଏହା 92,76 କୋଟି ଟଙ୍କା ରହିଥିଲା । ଏଭଳି ଭାବେ ଏଥିରେ 100.4 ପ୍ରତିଶତ ବୃଦ୍ଧି ଦାଏର ହୋଇଛି ।

ନିଟ ପ୍ରତ୍ୟକ୍ଷ କର ସଂଗ୍ରହରେ କର୍ପୋରେସନ ଟିକସ (CIT) 74,356 କୋଟି ଟଙ୍କା ଓ ସିକ୍ୟୁରିଟ ଟ୍ରାଜାକ୍ସନ ଟିକସ (SIT) ସମେତ ବ୍ୟକ୍ତିଗତ ଆୟକର (PIT) 1,11,943 କୋଟି ଟଙ୍କା ରହିଛି ।

ଆର୍ଥିକ ବର୍ଷ 2021-22 ପାଇଁ ପ୍ରତ୍ୟକ୍ଷ କର ବା ମୋଟ ସଂଗ୍ରହ (ରିଫଣ୍ଡ ପାଇଁ ଆଡଜଷ୍ଟମେଣ୍ଟ ପୂର୍ବରୁ)2,16,602 କୋଟି ଟଙ୍କା ରହିଛି । 1 ବର୍ଷ ପୂର୍ବରୁ ସମାନ ଅବଧିରେ ଏହା 1,37,825 କୋଟି ଟଙ୍କା ରହିଥିଲା । ଏଥିରେ କର୍ପୋରେସ ଟିକସ (CIT) 96,923 କୋଟି ଟଙ୍କା ଓ ସିକ୍ୟୁରିଟି ଟ୍ରାଞ୍ଜେକ୍ସନ ଟିକସ (SIT) ସମେତ ବ୍ୟକ୍ତିଗତ ଆୟ କର (PIT) 1,19,197 କୋଟି ଟଙ୍କା ରହିଥିଲା ।

ମନ୍ତ୍ରାଳୟ ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, ନୂଆ ଆର୍ଥିକ ବର୍ଷ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି । ଆର୍ଥିକ ବରଅଷ 2021-22ର ପ୍ରଥମ ତ୍ରୟମାସ ପାଇଁ ଅଗ୍ରିମ କର ସଂଗ୍ରହ 28,780 କୋଟି ଟଙ୍କା ରହିଛି । ଏହା ଦ୍ବାରା ଗତ ବର୍ଷର ସମାନ ଅବଧିରେ ଏହା 11,714 କୋଟି ଟଙ୍କା ରହିଛି । ଏଭଳି ଭାବେ ଏଥିରେ 146 ପ୍ରତିଶତ ବୃଦ୍ଧି ହୋଇଛି । ଏଥିରେ କର୍ପୋରେଟ ଟିକସ (CIT) 18,358 କୋଟି ଟଙ୍କା ଓ ସିକ୍ୟୁରିଟିଜ ଟ୍ରାଞ୍ଜାକ୍ସନ ଟିକସ (SIT) ସମେତ ବ୍ୟକ୍ତିଗତ ଆୟରକର (PIT) 10,422 କୋଟି ଟଙ୍କା ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.