ETV Bharat / business

ଲକଡାଉନ : କର ସଂଗ୍ରହ ଓ ବକେୟା ଆଦାୟ ହେବ ପ୍ରଭାବିତ

author img

By

Published : Mar 31, 2020, 11:30 PM IST

ଦେଶରେ ଜାରି ଥିବା ଲକଡାଉନ ଯୋଗୁଁ ଅଗ୍ରିମ କର ସଂଗ୍ରହ ଓ ବକେୟା ରାଶି ଆଦାୟ ଏକ ଚ୍ୟାଲେଞ୍ଜ ସୃ୍ଷ୍ଟି କରିଛି ।

tax collection
ଲକଡାଉନ : କର ସଂଗ୍ରହ ଓ ବକେୟା ଆଦାୟ ହେବ ପ୍ରଭାବିତ

ନୂଆଦିଲ୍ଲୀ: ବୈଶ୍ବିକ ସ୍ତରରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଏଥିଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ଭାରି ମାତ୍ରାରେ ପ୍ରଭାବିତ ହେଉଛି । ଆଉ ଭାରତ ମଧ୍ୟ ଏଥିରୁ ବାଦ ପଡିନି ।

କୋରୋନା ମାଡରେ ଅଭିବୃଦ୍ଧି ଦର 2.5 ପ୍ରତିଶତକୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏଥିସହ ମାନ୍ଦାବସ୍ଥା ଘନେଇବାରେ ଲାଗିଛି । ଏପଟେ ଦେଶରେ ଜାରି ଥିବା ଲକଡାଉନ ଯୋଗୁଁ ଅଗ୍ରିମ କର ସଂଗ୍ରହ ଓ ବକେୟା ରାଶି ଆଦାୟ ଏକ ଚ୍ୟାଲେଞ୍ଜ ସୃ୍ଷ୍ଟି କରିଛି ।

ସମଗ୍ର ବିଶ୍ବରେ ଅର୍ଥବ୍ୟବସ୍ଥା ହ୍ରାସ ପାଉଛି । ଆଉ ଆମେ ସେଥିରୁ ବଞ୍ଚିନି । ମାର୍ଚ୍ଚ 15ରେ ଅଗ୍ରିମ କର ଓ ବକେୟା କର ପାଇଁ କଟଅଫ ରହିଥିଲା । ଏଥିମ ଆମେ ପୂର୍ବରୁ ହିଁ ତାରିଖକୁ ପାର କରିସାରିଲୁଣି । ଏଣୁ ଆର୍ଥିକ ବର୍ଷର ଅନ୍ତିମ ପର୍ଯ୍ୟାୟରେ ଏହା ଏତେ ପ୍ରଭାବିତ ହୋଇ ନ ପାରେ । କିନ୍ତୁ ବିବାଦ ସେ ବିଶ୍ବାସ ଭଳି ଯୋଜନା ଲକଡାଉନ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇପାରେ । ଫଳରେ ଏ ନେଇ ନିର୍ଦ୍ଧାରିତ ଲକ୍ଷ୍ୟ ମୁତାବିକ କର କମିପାରେ । ସରକାର ଏହି ଯୋଜନା ପାଇଁ ଶେଷ ତାରିଥ ମାର୍ଚ୍ଚ 30ରୁ ବଢାଇ ଜୁନ 30 କରିଦେଇଛନ୍ତି । ଏଥିସହ କର ସଂଗ୍ରହ ଅବଧିକୁ ମଧ୍ୟ ବଢାଇଥନ୍ତି । ତେବେ କୋରୋନାର ପ୍ରଭାବ ଏହା ଉପରେ କେତେ ରହିଛି , ତାକୁ ଅପେକ୍ଷା ବେଲି ଜଣେ ବରିଷ୍ଠ ଆଇଆରଏସ ଅଧିକାରୀ ସୂଚନା ଦେଇଛନ୍ତି .

ତେବେ କେନ୍ଦ୍ର ସରକାର ଆର୍ଥିକ ବର୍ଷ 20ର ରାଜସ୍ବ ବିଷୟରେ ଆଶାବାଦୀ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.