ETV Bharat / briefs

ୟସ ପ୍ରଭାବ: ନୟାଗଡ଼ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି

author img

By

Published : May 25, 2021, 8:06 PM IST

ବାତ୍ୟା ୟସ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜାରି କରିଛି ହେଲ୍ପ ଲାଇନ ନମ୍ବର l ଅଧିକ ପଢନ୍ତୁ...

Cyclone yass
Cyclone yass

ନୟାଗଡ଼: ଓଡିଶା ଉପକୂଳ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ୟସ l ପ୍ରଭାବରେ ନୟାଗଡ଼ ଜିଲ୍ଲାରେ ବର୍ଷା ସାଙ୍ଗକୁ ପବନ ବହିଲାଣି l ଲୋକଙ୍କ ଅସୁବିଧାକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ହେଲ୍ପ ଲାଇନ ନମ୍ବର l

Cyclone yass
ବାତ୍ୟା ୟାସ

ନୟାଗଡ଼ ଜିଲ୍ଲାର ଜିଲ୍ଲା ହେଡ଼କ୍ୟାଟର, ରଣପୁର, ଭାପୁର, ନୂଆଗାଁ, ଦଶପଲ୍ଲା, ଓଡଗାଁ, ନୟାଗଡ଼, ଖଣ୍ଡପଡ଼ା, ଗଣିଆ ବ୍ଲକରେ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟ୍ରୋଲ ରୁମ ଖୋଲାଯାଇଛି l ପ୍ରତି ବ୍ଲକ କଣ୍ଟ୍ରୋଲ ରୁମ ନମ୍ବରକୁ ଜାରି କରିଛି ଜିଲ୍ଲ ପ୍ରଶାସନ l

ବାତ୍ୟା "ୟସ "ପ୍ରଭାବରେ କେଉଁଠି କିଛି ଅସୁବିଧା ହେଲେ କିମ୍ବା ସହାୟତା ପାଇବା ପାଇଁ ହେଲେ ପ୍ରଶାସନ ପକ୍ଷରୁ ଜାରି ହେଲ୍ପ ଲାଇନ ନମ୍ବର ସହ ଯୋଗାଯୋଗ କରିପାରିବେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.