ETV Bharat / bharat

New Covid Variant: ଗୁଜୁରାଟରେ ଚିହ୍ନଟ ହେଲା Omicron XE ଭ୍ୟାରିଏଣ୍ଟ

author img

By

Published : Apr 9, 2022, 12:34 PM IST

ଭାରତରେ ଚିହ୍ନଟ ହେଲା ନୂଆ କୋଭିଡ ପ୍ରଜାତି ଓମିକ୍ରନ (Omicron XE) । ଗୁଜୁରାଟରେ ଚିହ୍ନଟ ହେଲା ଓମିକ୍ରନ XE ଭ୍ୟାରିଏଣ୍ଟ । ଅଧିକ ପଢନ୍ତୁ

ଗୁଜୁରାଟରେ ଚିହ୍ନଟ ହେଲା Omicron XE ଭ୍ୟାରିଏଣ୍ଟ
ଗୁଜୁରାଟରେ ଚିହ୍ନଟ ହେଲା Omicron XE ଭ୍ୟାରିଏଣ୍ଟ

ଗାନ୍ଧୀନଗର: ଭାରତରେ ଚିହ୍ନଟ ହେଲା ନୂଆ କୋଭିଡ ପ୍ରଜାତି ଓମିକ୍ରନ (Omicron XE) । ଗୁଜୁରାଟରେ ଚିହ୍ନଟ ହେଲା ଓମିକ୍ରନ XE ଭ୍ୟାରିଏଣ୍ଟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ସରକାରୀ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ 13 ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାର ଏକ ସପ୍ତାହ ପରେ ସୁସ୍ଥ ହୋଇଥିଲେ । ଜିନୋମ ସିକ୍ବେନସ ପରେ ସେ XE ଭ୍ୟାରିଏଣ୍ଟ ଦ୍ବାରା ଚିହ୍ନଟ ହୋଇଥିବା ଜଣାପଡିଛି । ନୂତନ ଭ୍ୟାରିଏଣ୍ଟ XE ହେଉଛି ଓମିକ୍ରନ୍‌- BA1 ଏବଂ BA2 ସମିଶ୍ରଣରେ ସୃଷ୍ଟି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିବା ଅନୁସାରେ, ଏହି ଭୂତାଣୁ ‘ଓମିକ୍ରନ୍‌ ବିଏ.୨’ ଉପ-ପ୍ରଜାତି ଠାରୁ ୧୦% ଅଧିକ ସଂକ୍ରାମକ ।

ଏହା ମଧ୍ୟ ପଢନ୍ତୁ: New Covid Variant: ମୁମ୍ବାଇରେ ଚିହ୍ନଟ ହେଲା ପ୍ରଥମ Omicron XE ଭ୍ୟାରିଏଣ୍ଟ

ଏହା ପୂର୍ବରୁ ମୁମ୍ବାଇରେ କୋଭିଡ ପ୍ରଜାତି ଓମିକ୍ରନ (Omicron XE) ଓ Kappa ଭ୍ୟାରିଏଣ୍ଟ। କିନ୍ତୁ ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖାରଜ କରିଥିଲେ । ବର୍ତ୍ତମାନର 'XE' ପ୍ରଜାତି ସୂଚିତ ହେଉନାହିଁ ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ନୂଆ ଭ୍ୟାରିଏଣ୍ଟ ଖୁବ ଦ୍ରୁତ ସଂକ୍ରମଣଶୀଳ ବୋଲି ତଥ୍ୟ ପ୍ରକାଶ ପାଇବା ପରେ ପୁଣି ସଂକ୍ରମଣ ବଢିବା ନେଇ ଭୟ ମଧ୍ୟ ଆରମ୍ଭ ହୋଇଥିଲା । ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ସରକାରୀ ଭାବେ ଏହା ସେପରି କିଛି ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.