ETV Bharat / bharat

HIV ସଂକ୍ରିମତ ସ୍ବାମୀଠାରୁ ସୁରକ୍ଷା ଲୋଡି କୋର୍ଟର ଦ୍ବାରସ୍ଥ ହେଲେ ସ୍ତ୍ରୀ

author img

By

Published : Mar 15, 2023, 7:58 PM IST

HIV ସଂକ୍ରିମତ ସ୍ବାମୀଙ୍କଠାରୁ ସୁରକ୍ଷା ଲୋଡି କୋର୍ଟର ଦ୍ବାରସ୍ଥ ହେଲେ ପତ୍ନୀ । ସ୍ବାମୀ ସଂକ୍ରମିତ ଜାଣି ସମ୍ପର୍କ ରଖିବାକୁ ପକାଉଛନ୍ତି ଚାପ । ଅଧିକ ପଢନ୍ତୁ

HIV ସଂକ୍ରିମତ ସ୍ବାମୀ ଠାରୁ ସୁରକ୍ଷା ପାଇଁ କୋର୍ଟରେ ପହଞ୍ଚିଲା ସ୍ତ୍ରୀ
HIV ସଂକ୍ରିମତ ସ୍ବାମୀ ଠାରୁ ସୁରକ୍ଷା ପାଇଁ କୋର୍ଟରେ ପହଞ୍ଚିଲା ସ୍ତ୍ରୀ

ଚଣ୍ଡିଗଡ: ସ୍ବାମୀ HIVରେ ସଂକ୍ରମିତ । ସ୍ବାମୀ ସଂକ୍ରମିତ ଥିବା ସତ୍ତ୍ବେ ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି । ତାଙ୍କୁ ସଂକ୍ରମିତ କରିବା ପାଇଁ ଧମକ ମଧ୍ୟ ଦେଉଛନ୍ତି । ତାଙ୍କ ଚରିତ୍ରକୁ ସନ୍ଦେହ ମଧ୍ୟ କରୁଛନ୍ତି । ତେଣୁ ସେ ମଧ୍ୟ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ତାଙ୍କୁ ସୁରକ୍ଷା ଦିଆଯାଉ । ଏପରି କିଛି ସଙ୍ଗୀନ ଅଭିଯୋଗରେ ଜଣେ ପତ୍ନୀ ଏବେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ହରିୟାଣାର ପାନିପତରେ ଦେଖିବାକୁ ମିଳିଛି ଏପରି ଘଟଣା ।

HIV ସଂକ୍ରିମତ ସ୍ବାମୀ ଠାରୁ ସୁରକ୍ଷା ପାଇଁ କୋର୍ଟରେ ପହଞ୍ଚିଲା ସ୍ତ୍ରୀ
HIV ସଂକ୍ରିମତ ସ୍ବାମୀ ଠାରୁ ସୁରକ୍ଷା ପାଇଁ କୋର୍ଟରେ ପହଞ୍ଚିଲା ସ୍ତ୍ରୀ

ମହିଳାଜଣକ କରିଥିବା ଆବେଦନରେ ଦର୍ଶାଇଛନ୍ତି, 2009ରେ ତାଙ୍କର ପ୍ରେମ ବିବାହ ହୋଇଥିଲା । ସେ ଅମ୍ବାଲାରେ ପାଠ ପଢୁଥିବା ସମୟରେ ସ୍ଥାନୀୟ ଜଣେ ମୋବାଇଲ୍ ଦୋକାନ ଅପରେଟର ସହିତ ବନ୍ଧୁତା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ବିବାହ ମଧ୍ୟ ହୋଇଥିଲା । ବିବାହ ପରେ ସ୍ୱାମୀ ଏକ ଫିଟନେସ୍ ସେଣ୍ଟର ଖୋଲିଥିଲେ ଏବଂ ସେ ନିଜେ ଏକ ଡାକ୍ତରଖାନାରେ କାମ କରିବା ଆରମ୍ଭ କରିଥିଲେ । 2018ରେ ସ୍ବାମୀଙ୍କର ସ୍ବାସ୍ଥ୍ଯାଗତ ସମସ୍ୟା ଦେଖାଗଲା । ପରୀକ୍ଷାରୁ ସେ HIVରେ ସଂକ୍ରମିତ ବୋଲି ଜଣାପଡିଥିଲା ।

ଏହା ଜଣାପଡିବା ପରେ ସ୍ବାମୀଙ୍କ ସ୍ବାଭାବରେ ପରିବର୍ତ୍ତନ ଆସିଥିଲା । ସେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇଲେ । ମାଡ ମାରିବା ସହ ମାନସିକ ନିର୍ଯାତନା ମଧ୍ୟ ଦେଉଥିଲେ । ଏନେଇ ସେ ସ୍ଥାନୀୟ ପଞ୍ଚାୟତରେ ଅଭିଯୋଗ କିରଥିଲେ । ସ୍ବାମୀ କ୍ଷମା ମାଗିଥିଲେ । ହେଲେ ପରେ ବାରମ୍ବାର ଏପରି ନିର୍ଯାତନା ଦେଇଚାଲିଥିଲେ । ଦମ୍ପତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଏବେ ସେ ଏହି ଅଭିଯୋଗ ସହ ନିଜର ସୁରକ୍ଷା ଲୋଡି କୋର୍ଟରେ ପହଞ୍ଚିଛନ୍ତି ।

ମହିଳା ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ସହ ଆଦୌ ରହିବାକୁ ଚାହାଁନ୍ତି ନାହିଁ, କିନ୍ତୁ ତାଙ୍କ ପୁଅର ଭବିଷ୍ୟତ ପାଇଁ ସେ ସ୍ବାମୀଙ୍କ ସହ ଗୋଟିଏ ଘରେ ରହିବାକୁ ରାଜି ହୋଇଛନ୍ତି । ସେହି ସର୍ତ୍ତରେ ସେ ଘରେ ରହିବେ କିନ୍ତୁ ସ୍ୱାମୀଙ୍କ ସହ ନୁହେଁ ବରଂ ଏକ ଅଲଗା କୋଠରୀରେ ରହିବେ । ସ୍ବାମୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ରହିବ ନାହିଁ । କୋର୍ଟ ଏହି ମାମଲାରେ କଣ ରାୟ ଶୁଣାଣଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.