ETV Bharat / bharat

Hijab Row: ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ କହିଲେ ଉପରାଷ୍ଟ୍ରପତି

author img

By

Published : Feb 27, 2022, 11:57 AM IST

କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ଉପରାଷ୍ଟ୍ରପତି ନିଜ ମତ ରଖିଛନ୍ତି । ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି । ଅଧିକ ପଢ଼ନ୍ତୁ

vice president says students should be guided by school uniform
Hijab Row: ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ କହିଲେ ଉପରାଷ୍ଟ୍ରପତି

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ ମତ ରଖିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ ବୋଲି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କହିଛନ୍ତି । ଗତ ଶନିବାର ବେଙ୍ଗାଲୁରୁର ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ହିଜାବ ବିବାଦକୁ ନେଇ ଉପରାଷ୍ଟ୍ରପତି କହିଛନ୍ତି, କର୍ଣ୍ଣାଟକରେ ଚାଲୁଥିବା ବିବାଦ ଭଳି ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ ।

ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମ ନିୟମକୁ ପାଳନ କରିବା ଉଚିତ୍‌ । ବିବିଧ ଭାରତୀୟ ସଂସ୍କୃତି ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଯେ, 'ବିବିଧତା ମଧ୍ୟରେ ଏକତା' ଏହା ହିଁ ଭାରତର ସ୍ବତନ୍ତ୍ରତା ଅଟେ । ଜାତି, ଭାଷା, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଭାରତ ହେଉଛି ଏକ । ଆମେ ପ୍ରଥମେ ଭାରତୀୟ ଅଟୁ,ଏହା ସମସ୍ତେ ମନେ ରଖିବା ଉଚିତ ଏବଂ କୌଣସି ପ୍ରକାର ଭେଦଭାବ ରଖିବା ଉଚିତ ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ଉପରାଷ୍ଟ୍ରପତି ଆହୁରି କହିଛନ୍ତି କି, ଲୋକମାନେ ନିଜ ଭାଷା ପ୍ରତି ଗର୍ବ ଅନୁଭବ କରିବା କରିବା ସହ ଏହାର ପ୍ରଚାର ପ୍ରସାର କରିବାର ଆବଶ୍ୟକ ରହିଛି। ବିଦ୍ୟାଳୟର ପାଠ୍ୟକ୍ରମ ଉପରେ ଗୁରୁତ୍ବାରୋପ କରି ସେ କହିଛନ୍ତି ନୂତନ ଶିକ୍ଷା ନୀତି ପିଲାଙ୍କ ମଧ୍ୟରେ ଆଧ୍ୟାତ୍ମିକ ମାନସିକତା ବିକାଶକୁ ଜାଗୃତ କରିବାରେ ସହାୟକ ହେବ । ଆଧ୍ୟାତ୍ମିକତାର ଅର୍ଥ ଧର୍ମ ନୁହେଁ, ଧର୍ମ ହେଉଛି ନିଜର ବ୍ୟକ୍ତିଗତ ପସନ୍ଦ । ତେଣୁ ଆମର ସଂସ୍କୃତି, ଐତିହ୍ୟ ଓ କର୍ତ୍ତବ୍ୟକୁ ଆମେ ସମସ୍ତେ ନିଜ ଜୀବନରେ ଅନୁସରଣ କରିବା ଉଚିତ ବୋଲି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.