ETV Bharat / bharat

ରାହୁଲଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ ନିୟମ ମାନନ୍ତୁ, ନଚେତ୍‌ ଭାରତ ଯୋଡ ଯାତ୍ରା ବନ୍ଦ କରନ୍ତୁ

author img

By

Published : Dec 21, 2022, 1:28 PM IST

କଂଗ୍ରେସର ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ କୋରୋନା କୋରୋନା ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା (Union Health Minister Mansukh Mandaviya) । ଅଧିକ ପଢନ୍ତୁ

letter to rahul gandhi
letter to rahul gandhi

ନୂଆଦିଲ୍ଲୀ: ବିଶ୍ବରେ ପୁଣି କଡ ଲେଉଟାଇଲାଣି କୋରୋନା ମହାମାରୀ (Covid 19) । ଚୀନରେ ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା । କୋରୋନା ସଂକ୍ରମିତଙ୍କ ସଂଖ୍ୟାକୁ ତାଳ ଦେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ତେବେ ଚୀନର ସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । କଂଗ୍ରେସର ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ କୋରୋନା କୋରୋନା ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା (Union Health Minister Mansukh Mandaviya) । ମଙ୍ଗଳବାର ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ (Mansukh Mandaviya has written a letter to Congress MP Rahul Gandhi and Rajasthan CM Ashok Gehlot )।

ଏହା ମଧ୍ୟ ପଢନ୍ତୁ: ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ମୋଦିଙ୍କ ସହ ସାକ୍ଷାତ ବାତିଲ୍‌

ଭାରତ ଯୋଡ ଯାତ୍ରା ସମୟରେ ମାସ୍କ ଏବଂ ସାନିଟାଇଜର ଉପରେ ଗୁରୁତ୍ବ ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ କୋଭିଡ ଟିକା ନେଇଥିବା ବ୍ୟକ୍ତି ହିଁ ଯାତ୍ରାରେ ସାମିଲ ହୋଇପାରିବେ(Only vaccinated people should be allowed to participate in Bharat Jodo yatra) । କୋଭିଡ ନିୟମ ମାନନ୍ତୁ ନଚେତ ଯାତ୍ରା(Bharat Jodo Yatra) ବନ୍ଦ କରନ୍ତୁ ବୋଲି ଉଲ୍ଲେଖ କରାଯାଇଛି ।

ପ୍ରକାଶ ଯେଗ୍ୟ ଯେ, ଗତ ୧୯ ତାରିଖ ଦିନ ହିମାଚଳ ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଡିସେମ୍ବର ୧୫ ତାରିଖରେ ହିମାଚଳ ପ୍ରଦେଶର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ଦିଲ୍ଲୀରୁ ରାଜସ୍ଥାନ ଆସି ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଚୀନରେ ସାଙ୍ଘାତିକ କୋରୋନା ସ୍ଥିତି: ଜିନୋମ ସିକ୍ବେନ୍ସିଂ ପାଇଁ ନିର୍ଦ୍ଦେଶ, ଆଜି ସମୀକ୍ଷା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ଇଣ୍ଡିଆନ୍ ସାର୍ସ କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ଜରିଆରେ କୋରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ସମସ୍ତ କୋରୋନା ସଂକ୍ରମିତଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ(Union Health Secretary Rajesh Bhushan) ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠିରେ ଜଣାଇଛନ୍ତି । ସ୍ବାସ୍ଥ୍ୟ ସଚିବ କହିଛନ୍ତି ଯେ,''ଯଦି କୋରୋନାର ନୂତନ ଭାରିଆଣ୍ଟ ଗୁଡିକ ଠିକ୍ ସମୟରେ ଚିହ୍ନଟ କରାଯାଏ ତେବେ ଚିକିତ୍ସା କରିବାରେ ସୁବିଧା ହେବ । ଏଥିପାଇଁ ଜିନୋମ୍ ସିକ୍ବେନ୍ସିଂ ବୃଦ୍ଧି ହେବା ଆବଶ୍ୟକ ।"

ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ରାଜସ୍ଥାନ ଅତିକ୍ରମ କରି ହରିୟାଣାରେ ପହଞ୍ଚିଛି । ଏହା ଆସନ୍ତା ୨୩ ତାରିଖ ଯାଏଁ ହରିଆଣାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.