ETV Bharat / bharat

IT ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ଗ୍ରିନସିଗନାଲ୍

author img

By

Published : May 17, 2023, 10:46 PM IST

ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି । ଚଳିତ ବର୍ଷ ମୋବାଇଲ ଫୋନ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି ଟଙ୍କା) ଛୁଇଁବା ସହିତ ଏକ ବୃହତ ମାଇଲଖୁଣ୍ଟ ହାସଲ କରିଛି । ଅଧିକ ପଢନ୍ତୁ

ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି
ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ୨.୦ କୁ ମଞ୍ଜୁରୀ ମିଳିଛି । ଏହି ଯୋଜନା ପାଇଁ ମୋଟ ୧୭ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି ।

  • Production Linked Incentive Scheme (PLI) for IT Hardware has been approved by Cabinet today: Union Minister Ashwini Vaishnaw pic.twitter.com/eOE70Ulneo

    — ANI (@ANI) May 17, 2023 " class="align-text-top noRightClick twitterSection" data=" ">

ବିଗତ ଆଠ ବର୍ଷ ମଧ୍ୟରେ ଭାରତରେ ବୈଦ୍ୟୁତିକ ସାମଗ୍ରୀ ବା ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୧୭% ସିଏଜିଆର ହାରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚଳିତ ବର୍ଷ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି । ଉତ୍ପାଦନ ପରିମାଣ ଚଳିତ ବର୍ଷ ୧୦୫ ବିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ଏହାବି ପଢନ୍ତୁ- ଉତ୍ତର କେରଳ ଟେରର ହବ, ଦାବି ଦୋହରାଇଲେ କେରଳ ଷ୍ଟୋରୀ ମେକର୍ସ

  • #WATCH | There is a distinct change in India's electronics industry. The earlier mindset was 'Import Substitution' and today India's electronic industry is driven by 'Export-led Growth'. This is a big fundamental mindset change: Union Minister Ashwini Vaishnaw pic.twitter.com/Lp2ZDrfXZX

    — ANI (@ANI) May 17, 2023 " class="align-text-top noRightClick twitterSection" data=" ">

ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ମୋବାଇଲ ଫୋନ ନିର୍ମାତାରେ ପରିଣତ ହୋଇଛି ଚଳିତ ବର୍ଷ ହୋଇପାରିଛି । ଚଳିତ ବର୍ଷ ମୋବାଇଲ ଫୋନ ରପ୍ତାନି ପରିମାଣ ୧୧ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୯୦ ହଜାର କୋଟି ଟଙ୍କା) ଛୁଇଁବା ସହିତ ଏକ ବୃହତ ମାଇଲଖୁଣ୍ଟ ହାସଲ କରିଛି ।

ବିଶ୍ବ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମ ଭାରତକୁ ଆସୁଛି ଏବଂ ଭାରତ ଏବେ ବିଶ୍ବର ଏକ ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ନିର୍ମାତା ଭାବେ ଉଭା ହେଉଛି । ପୂର୍ବରୁ ମୋବାଇଲ ଫୋନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଘୋଷଣା କରାଯାଇଥିଲା, ଏହାର ସଫଳତାକୁ ଦେଖି ଏବେ କେନ୍ଦ୍ର କ୍ୟାବିନେଟ ଆଇଟି ହାର୍ଡୱେର ପାଇଁ ପିଏଲଆଇ ଯୋଜନା ୨.୦କୁ ଅନୁମୋଦନ କରିଛନ୍ତି ।

  • In the last 9 years’ electronics manufacturing has increased from a minuscule amount to a significantly large amount. Today electronics manufacturing has reached a landmark of $ 100 billion. In the last financial year, it closed at $ 105 billion.... so continuing that momentum,… pic.twitter.com/IvW0LQBrbZ

    — ANI (@ANI) May 17, 2023 " class="align-text-top noRightClick twitterSection" data=" ">

ଆଇଟି ହାର୍ଡୱେର ପାଇଁ ଘୋଷଣା କରାଯାଇଥିବା ପିଏଲଆଇ ଯୋଜନା ୨.୦ରେ ଲାପଟପ, ଟାବଲେଟ, ଅଲ ଇନ ୱାନ ପିସି, ସର୍ଭର ଏବଂ ଅଲଟ୍ରା ସ୍ମଲ ଫର୍ମ ଫ୍ୟାକ୍ଟର ଡିଭାଇସଗୁଡ଼ିକୁ ସାମିଲ କରାଯାଇଛି । ଯୋଜନା ପାଇଁ ୧୭ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଛି । ଏହାଦ୍ବାରା ୩.୩୫ ଲକ୍ଷ କୋଟି ଟଙ୍କାର ବର୍ଦ୍ଧିତ ଉତ୍ପାଦନ ହେବ । ଯୋଜନା କାର୍ଯ୍ୟକାରୀ ହେଲେ ମୋଟ ୨,୪୩୦ କୋଟି ଟଙ୍କାର ବର୍ଦ୍ଧିତ ପୁଞ୍ଜିନିବେଶ ହେବ । ଏହାଦ୍ବାରା ୭୫,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏହାବି ପଢନ୍ତୁ- କଣ ହେବ ଅନଙ୍ଗ ଓ ଶଶୀଭୂଷଣଙ୍କ ଭାଗ୍ୟ; ବାଜିରେ ଲାଗିଛି ପଦ, କ୍ଷମତା ଓ ସମ୍ମାନ

ବିଶ୍ବର ପ୍ରମୁଖ ବୈଶ୍ବିକ ସଂସ୍ଥା ପାଇଁ ଭାରତ ଏକ ବିଶ୍ବସନୀୟ ଯୋଗାଣ ଶୃଙ୍ଖଳା ସହଯୋଗୀ ଭାବେ ଉଭା ହେଉଛି । ବଡ ଆଇଟି ହାର୍ଡୱେର କମ୍ପାନୀମାନେ ଭାରତରେ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିପାଇଁ ଏକ ଦୃ ଆଇଟି ସେବା ଉଦ୍ୟୋଗର ସମର୍ଥନ ରହିଛି ଏବଂ ଦେଶ ଭିତରେ ଏହାର ଭଲ ଚାହିଦା ରହିଛି । ଅଧିକାଂଶ ବଡ କମ୍ପାନୀ ଭାରତରେ ଥିବା କାରଖାନାରୁ ଘରୋଇ ବଜାରକୁ ସାମଗ୍ରୀ ଯୋଗାଣ କରିବା ସହିତ ଭାରତକୁ ଏକ ରପ୍ତାନି କେନ୍ଦ୍ରରେ ପରିଣତ କରିବା ଲାଗି ଆଗ୍ରହ ପ୍ରକାଶ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.