ETV Bharat / bharat

Terrorists Arrested: ସେନାକୁ ସଫଳତା, ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ

author img

By

Published : May 8, 2022, 6:57 AM IST

Updated : May 8, 2022, 7:19 AM IST

ଉତ୍ତର କାଶ୍ମୀର ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କୀ ଗିରଫ(Terrorists Arrested) । ଉଭୟଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ସହ ଗୁଳିଗୋଳା ମଧ୍ୟ ଜବତ କରିଛି । ଅଧିକ ପଢନ୍ତୁ

ସେନାକୁ ସଫଳତା; ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ
ସେନାକୁ ସଫଳତା; ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: କାଶ୍ମୀରରେ ଜାରି ରହିଥିବା ଆତଙ୍କୀ ବିରୋଧୀ ଅଭିଯାନରେ ସେନାକୁ ସଫଳତା । ସବୁବେଳେ ଆତଙ୍କୀଙ୍କୁ ଏନକାଉଣ୍ଟରେ ନିପାତ କରୁଥିବା ସେନା ଶନିବାର ଉତ୍ତର କାଶ୍ମୀର ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କୀଙ୍କୁ(‘hybrid’ terrorists ) ଗିରଫ କରିଛି । ଉଭୟଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ସହ ଗୁଳିଗୋଳା ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର ବାନ୍ଦିପୋରାଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଆତଙ୍କୀ ଥିବା ନେଇ ସେନାକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ।

ପରେ ବାନ୍ଦିପୋରା ପୋଲିସ, 13 ଆରଆର ଆର୍ମି(13RR Army ) ଓ ସିଆରପିଏଫ ପକ୍ଷରୁ (3rd BN CRPF) ପକ୍ଷରୁ ପୁରା ଅଞ୍ଚଳକୁ ନାକାବନ୍ଦୀ କରାଯାଇଥିଲା । ଚେକପୋଷ୍ଟ ଗୁଡିକରେ ସେନା ପକ୍ଷରୁ ତଲାସୀ ନିଆଯାଉଥିବା ବେଳେ ଦୁଇ ସନ୍ଦିଗ୍ଧ ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ସେମାନଙ୍କୁ କାବୁ କରିଥିଲେ ସୁରକ୍ଷାବାହିନୀ । ଗିରଫ ହୋଇଥିବା ଦୁଇ ଆତଙ୍କୀଙ୍କ ପାଖରୁ ପୋଲିସ ଗୋଟିଏ AK-47 ରାଇଫଲ, ଦୁଇଟି ମାଗାଜିନ, 30ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ପିସ୍ତଲ ଜବତ ହୋଇଛି ।

Last Updated : May 8, 2022, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.