ETV Bharat / bharat

ହେଲମେଟ କାହିଁକି ପିନ୍ଧିନ ପଚାରିବାରୁ ସାମ୍ବାଦିକଙ୍କୁ ପିଟିଲେ ଦୁଇ କନଷ୍ଟେବଳ

author img

By

Published : Feb 8, 2022, 9:57 AM IST

Updated : Feb 8, 2022, 12:15 PM IST

ରାଗ ଗରଗର ହୋଇ ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଦୁଇ ଜଣ ପୋଲିସ୍‌ କନଷ୍ଟେବଳ। ହେଲମେଟ ପିନ୍ଧି ନଥିବାରୁ ସାମ୍ବାଦିକ ଜଣଙ୍କ କେବଳ ପ୍ରଶ୍ନ କରିଥିଲେ। ବାସ୍‌ ଏହି ପ୍ରଶ୍ନରେ ଦୁଇ କନଷ୍ଟେବଳ ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଅଧିକ ପଢନ୍ତୁ

ହେଲମେଟ କାହିଁକି ପିନ୍ଧିନ ପଚାରିବାରୁ ସାମ୍ବାଦିକଙ୍କୁ ପିଟିଲେ ଦୁଇ କନଷ୍ଟେବଳ
ହେଲମେଟ କାହିଁକି ପିନ୍ଧିନ ପଚାରିବାରୁ ସାମ୍ବାଦିକଙ୍କୁ ପିଟିଲେ ଦୁଇ କନଷ୍ଟେବଳ

ଗୌହାଟୀ: ପୋଲିସ କର୍ମୀଙ୍କ ଦାଦାଗିରି । ଆଇନ ଶୃଙ୍ଖଳା ଭାଙ୍ଗିଥିବା ନେଇ ପଚାରିବାରୁ ଉତ୍ୟକ୍ତ ହୋଇ ଉଠିଲେ । ରାଗ ଗରଗର ହୋଇ ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଦୁଇ ଜଣ ପୋଲିସ୍ କନଷ୍ଟେବଳ । ହେଲମେଟ ପିନ୍ଧି ନଥିବାରୁ ସାମ୍ବାଦିକ ଜଣଙ୍କ କେବଳ ପ୍ରଶ୍ନ କରିଥିଲେ। ବାସ୍‌ ଏହି ପ୍ରଶ୍ନରେ ଦୁଇ କନଷ୍ଟେବଳ ହିତାହିତ ଜ୍ଞାନ ଭୁଲିଯାଇଥିଲେ । ଏପରି ଘଟଣା ଘଟିଛି ଆସାମର ବାସୁଗାଓଁରେ ।

ଘଟଣା ପରେ ଦୁଇ କନଷ୍ଟେବଳଙ୍କ ବିରୋଧରେ ସାମ୍ବାଦିକ ଜଣଙ୍କ ମାମଲା ମଧ୍ୟ ରୁଜୁ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସାମ୍ବାଦିକ ଜୟନ୍ତ ଦେବନାଥ କହିଛନ୍ତି ଯେ ବାଇକରେ ଯାଉଥିବା ଦୁଇ ଜଣ ପୋଲିସ୍‌ କର୍ମଚାରୀ ହେଲମେଟ ପିନ୍ଧି ନଥିଲେ । ହେଲମେଟ ନ ପିନ୍ଧି ସାଧାରଣ ଲୋକଙ୍କୁ କେଉଁ ପ୍ରକାରର ବାର୍ତ୍ତା ଦେଉଛନ୍ତି ବୋଲି ସାମ୍ବାଦିକ ପ୍ରଶ୍ନ କରିଥିଲେ । ଏପରି ପ୍ରଶ୍ନ ଶୁଣି ସେମାନେ ସର୍ବସମ୍ମୁଖରେ ଦୁର୍ବ୍ୟବହାର କରିବା ସହ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ। ସେପଟେ ସେ ଜଣେ ସାମ୍ବାଦିକ ବୋଲି କହିବା ପରେ ସେମାନେ ଆହୁରି ଆକ୍ରାମଣାତ୍ମକ ହୋଇ ଉଠିଥିଲେ ।

ସାମ୍ବାଦିକ ଜୟନ୍ତ ଦେବନାଥ ଆହୁରି କହିଛନ୍ତି ଆସାମରେ ପୋଲିସକୁ ସ୍ବାଧୀନତାର ସହ କାମ କରିବାକୁ ଅଧିକାର ମିଳିଛି ହେଲେ ସେମାନେ ଏହାର ଅପବ୍ୟବହାର କରୁଛନ୍ତି । ଆସାମ ସରକାରଙ୍କୁ କହିବାକୁ ଚାହୁଁଛି ତୁମେ ଆଇନ ପ୍ରସ୍ତୁତ କରୁଛ ହେଲେ ତୁମ ଲୋକମାନେ ଏହାକୁ ଭାଙ୍ଗୁଛନ୍ତି । ଯଦି ଏ ଘଟଣା ରାତିରେ ଘଟି ଥାଆନ୍ତା, ତେବେ ସେମାନେ ମୋତେ ଗୁଳି କରି ଦେଇଥାଆନ୍ତେ। ସେମାନଙ୍କ ଆଚରଣ ଦେଖି ପୂରା ସ୍ତବ୍ଧ ହୋଇଯାଇଛି। ଏ ଦିଗରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ସାମ୍ବାଦିକ ଜୟନ୍ତ ।

ଘଟଣାକୁ ବିଭିନ୍ନ ମହଳରେ ତୀବ୍ର ନିନ୍ଦା କରାଯାଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏସ୍‌ପି ଲେବା ଡେକା । ଏଫଆଇଆରକୁ ଭିତ୍ତି କରି ଦୁଇ କନଷ୍ଟେବଳଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି ଡିଏସପି ।

@ANI

Last Updated : Feb 8, 2022, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.