ETV Bharat / bharat

କନଫର୍ମ ଟିକେଟ ଦେଇ କୋଚ ଲଗାଇବାକୁ ଭୁଲିଗଲା ରେଳବାଇ, ଏବେ ଗଣିବ 8440 ଟଙ୍କା ଜରିମାନା

author img

By ETV Bharat Odisha Team

Published : Nov 14, 2023, 8:43 PM IST

ଟିକେଟ ଦେଇ ବଗି ଲଗାଇବାକୁ ଭୁଲିଗଲା ରେଳବାଇ । ଅବ୍ୟବସ୍ଥା ବିରୋଧରେ କଞ୍ଜୁମର କୋର୍ଟରେ 6 ବର୍ଷ ଲଢିଲେ ଯାତ୍ରୀ । ଏବେ ଜରିମାନ ଗଣିବ ରେଳବାଇ । ଅଧିକ ପଢନ୍ତୁ

କନଫର୍ମ ଟିକେଟ ଦେଇ କୋଚ ଲଗାଇବାକୁ ଭୁଲିଗଲା ରେଲଓ୍ବେ, ଏବେ ଗଣିବ 8440 ଟଙ୍କା ଜରିମାନା
କନଫର୍ମ ଟିକେଟ ଦେଇ କୋଚ ଲଗାଇବାକୁ ଭୁଲିଗଲା ରେଲଓ୍ବେ, ଏବେ ଗଣିବ 8440 ଟଙ୍କା ଜରିମାନା

ଲକ୍ଷ୍ନୌ: ବିଶ୍ବର ଅନ୍ୟତମ ପ୍ରମୁଖ ରେଳ ନେଟଓ୍ବାର୍କ ଭାରତୀୟ ରେଳବାଇରେ ଏକ ଚରମ ଅବହେଳା ଦେଖିବାକୁ ମିଳିଛି । କନଫର୍ମ ଟିକେଟ ମିଳିଲା, ହେଲେ ଟ୍ରେନରେ କୋଚ ଲଗାଇବାକୁ ଭୁଲିଗଲା ରେଳବାଇ । ଫଳରେ ଯାତ୍ରା କରିବାକୁ ଥିବା ଯାତ୍ରୀ ନିଜ ବଗି କିମ୍ବା ସିଟ ପାଇଲେନାହିଁ । ଯାତ୍ରା କରିବାରେ ସମସ୍ୟା ହେଲା । ଏହା ବିରୋଧରେ ସେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କଲେ । ମାତ୍ର ରେଳବାଇଠାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇଲେନାହିଁ । ଫଳରେ ସେ କଞ୍ଜୁମର ଫୋରମରେ ରେଳବାଇ ବିରୋଧରେ ମାମଲା ରୁଜୁ କଲେ । ଦୀର୍ଘ 6 ବର୍ଷର ଲଢେଇ ପରେ କଞ୍ଜୁମର କୋର୍ଟ ଏବେ ରେଳବାଇକୁ 8 ହଜାର ଟଙ୍କା ଜୋରିମାନ ଦେବାକୁ ନିର୍ଦ୍ଦେଶ ଦେଇଛି । ଅବ୍ୟବସ୍ଥାର ଶିକାର ହୋଇ ରେଳବାଇ ବିରୋଧରେ ଦୀର୍ଘ ବର୍ଷର ଲଢେଇ ଲଢ଼ିଥିବା ଏମିତି ଏକ କାହାଣୀ ହେଉଛି, ଆଗ୍ରାର କମଳାନଗର ବାସିନ୍ଦା ମୁନ୍ନାଲାଲ ଅଗ୍ରଓ୍ବାଲଙ୍କର ।

କଣ ଥିଲା ପୁରା ଘଟଣା : ଘଟଣାଟି 2017 ସେପ୍ଟେମ୍ବର 9 ତାରିଖର । କମଳାନଗର ଡି‘ ବ୍ଲକର ବାସିନ୍ଦା ମୁନ୍ନାଲାଲ ଅଗ୍ରୱାଲ ପେଶାରେ ଜଣେ ବ୍ୟବସାୟୀ । ସେ କୌଣସି ଏକ କାର୍ଯ୍ୟରେ ବୃନ୍ଦାରୁ ଆଗ୍ରା କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ଯାତ୍ରା କରିବାକୁ ରେଳ ଟିକେଟ ବୁକିଂ କରିଥିଲେ । ଉତ୍ତର ପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ତାଙ୍କ ଟିକେଟଟି ଶୀତତାପ ନିୟନ୍ତ୍ରିତ (ଏସି) ସେକେଣ୍ଡ୍‌ କ୍ଲାସ ବର୍ଗରେ ବୁକିଂ ହୋଇଥିଲା । ବୁକିଂ କନଫର୍ମ ମଧ୍ୟ ହୋଇଥିଲା । ତାଙ୍କ ଟିକେଟରେ ସ୍ବାଭାବିକ ଭାବେ କୋଚ ଓ ବର୍ଥ ନମ୍ବର ମଧ୍ୟ ଥିଲା ।

ନିର୍ଦ୍ଧାରିତ ସମୟରେ ସେ ବୃନ୍ଦା ଷ୍ଟେସନରେ ପହଞ୍ଚି ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ଟ୍ରେନ୍‌ ପ୍ଲାଟଫର୍ମରେ ଲାଗିବା ପରେ ସେ ଯାତ୍ରା କରିବା ପାଇଁ ନିଜ କୋଚ୍‌ ଖୋଜିବା ଆରମ୍ଭ କରିଥିଲେ । ହେଲେ ଟ୍ରେନ୍‌ରେ ବଗି ବା କୋଚ ମିଳିନଥିଲା । ଏହା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଟିକେଟରେ ମିଳିଥିବା କୋଚ ଟ୍ରେନରେ ସଲଗ୍ନ ନଥିଲା । ଏହାରି ମଧ୍ୟରେ ଟ୍ରେନ୍‌ଟି ପ୍ଲାଟଫର୍ମ ଛାଡଟିଥିଲା । ସେ ଅନ୍ୟ ଏକ କୋଚ୍‌ରେ ଯାତ୍ରା କରି ସମସ୍ୟାର ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ । ପରେ ତାଙ୍କୁ ଟିକେଟ ନୀରିକ୍ଷକ ସେକେଣ୍ଡ କ୍ଲାସ ପରିବର୍ତ୍ତେ ଏସି ଥାର୍ଡ କ୍ଲାସରେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଇ ଦେଇଥିଲେ । ଏହା ତାଙ୍କ ବୁକିଂ ଟିକେଟ୍‌ ମୂଲ୍ଯର 440 ଟଙ୍କା କମ ଥିଲା ।

ଏହା ମଧ୍ୟ ପଢନ୍ତୁ :-ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡିଲେ ସୋନିଆ ! ଅଚନାକ ଜୟପୁର ଗସ୍ତକୁ ନେଇ ଚର୍ଚ୍ଚା

ଏହା ପରେ ସେ ଏନେଇ ରେଳବାଇରେ ଅଭିଯୋଗ କରିଥିଲେ । କିନ୍ତୁ 10 ଅପ୍ରେଲ 2018ରେ ରେଳବାଇ ଯେଉଁ ଉତ୍ତର ଦେଇଥିଲା, ତାହା ତାଙ୍କୁ ସନ୍ତୁଷ୍ଟ କରିପାରନଥିଲା । ସେ ବାଧ୍ୟ ହୋଇ ଜିଲ୍ଲା ଉପୋଭୋକ୍ତା ଫୋରମରେ ରେଳବାଇର ଚରମ ଅବହେଳା ବିରୋଧରେ ଅଭିଯୋଗ କରିଥିଲେ । ତେବେ ମାମଲାଟି 2018ରେ କଞ୍ଜୁମର ଫୋରମରେ ପଞ୍ଜୀକୃତ ହୋଇଥିବା ବେଳେ 6 ବର୍ଷ ପରେ ଏହାର ରାୟ ପ୍ରକାଶ ପାଇଛି । ଗତ 8 ତାରିଖରେ ଉପଭୋକ୍ତା ଫୋରମ ରେଳବାଇକୁ ଏପରି ତ୍ରୁଟି ପାଇଁ ମୁନ୍ନାଲାଲଙ୍କୁ ଆର୍ଥିକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟିକେଟ ମୂଲ୍ୟ, ଯାତ୍ରୀଙ୍କ ସମସ୍ୟା କାରଣରୁ କ୍ଷତିପୂରଣ ଓ ଦାୟିତ୍ବହୀନତା ପାଇଁ ଫାଇନ ସ୍ୱରୂପ ମୋଟ 8440 ପ୍ରଦାନ କରିବାକୁ ରେଳବାଇକୁ ନିର୍ଦ୍ଦେଶ ମିଳିଛି । ରାୟ ପ୍ରକାଶ ପାଇବାର ଦେଢମାସ ଅର୍ଥାତ 45 ଦିନ ମଧ୍ୟରେ ଏହି ରାଶି ଜମା କରିବାକୁ ରେଳବାଇକୁ ନିର୍ଦ୍ଦେଶ ଦେଇଛି କଞ୍ଜୁମର ଫୋରମ । ଜଣେ ଜାଗୃତ ନାଗରିକ ରେଳବାଇର ଅବହେଳାରେ ସୁଧାର ଆଣିବା ପାଇଁ ଦୀର୍ଘ 6 ବର୍ଷ ଧରି ଲଢିଥିବା ଆଇନଗତ ଲଢ଼େଇକୁ ନେଇ ଏବେ ଚର୍ଚ୍ଚା ହେବା ସହ ପ୍ରୟାସକୁ ପ୍ରଶଂସା ମଧ୍ୟ କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.