ETV Bharat / bharat

୫ ଛୁଆଙ୍କ ସହ ବାଇକରେ ବାପା, ଟ୍ରାଫିକ ଧରିବା ପରେ ରଖିଲେ ଏମିତି ଉତ୍ତର

author img

By ETV Bharat Odisha Team

Published : Nov 25, 2023, 10:27 PM IST

୫ ଛୁଆଙ୍କ ଧରି ବାଇକରେ ଯାଉଥିଲା ବାପା । ଟ୍ରାଫିକ ଧରିବା ପରେ କହିଲେ ମୋର ପୁଅ ହୋଇଛି, ପିଲାନେ ନୂଆ ଭାଇକୁ ଦେଖିବାକୁ ଯାଉଛନ୍ତି ହସ୍ପିଟାଲ । ଅଧିକ ପଢନ୍ତୁ

traffic police catches man with 5 children
traffic police catches man with 5 children

ଚଣ୍ଡିଗଡ଼: ଜଣେ ବ୍ୟକ୍ତି ୫ କୁନି କୁନି ପିଲାଙ୍କୁ ଧରି ବାଇକରେ ଯାଉଥିଲେ । ଆଉ ଯେତେବେଳେ ଟ୍ରାଫିକ ପୋଲିସ ଧରିଲା ସେ ଏପରି ଉତ୍ତର ରଖିଲେ ଯେ ପୋଲିସ ମଧ୍ୟ କିଛି ସମୟ ଚୁପ ହୋଇଗଲା । ଉକ୍ତ ବ୍ୟକ୍ତିଙ୍କର ଆଉ ଏକ ପୁଅ ହୋଇଥିବାରୁ ସେ ପିଲାମାନଙ୍କୁ ଧରି ହସ୍ପିଟାଲ ଯାଉଥିବା କହିଥିଲେ । ଏଭଳି ଏକ ଘଟଣା ହରିୟାଣା ବାରବଙ୍କି ଜିଲ୍ଲାରେ ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ପୋଲିସ ବାଇକ ଚାଲାଣ କାଟିଥିବା ଜଣାପଡ଼ିଛି ।

ଶୁକ୍ରବାର ସହରର କ୍ଷେତ୍ର ଅଧିକାରୀ ଡଃ ବିନୁ ସିଂ ନିଜ ଟିମ ସହିତ ଲକ୍ଷ୍ନୌ-ଅଯୋଧ୍ୟା ହାଇୱେ ନିକଟ ଛକ ପାଖରେ ଯାଞ୍ଚ କରୁଥିଲେ । ଏହି ସମୟରେ ତାଙ୍କ ନଜର ଏକ ବାଇକରେ ପଡ଼ିଥିଲା । ବାଇକ ଆରୋହୀ ଜଣକ ୨ଟି କୁନି ପିଲାଙ୍କୁ ଆଗରେ ଟାଙ୍କି ଉପରେ ବସିଥିବା ବେଳେ ଆଉ ୩ ଜଣଙ୍କୁ ପଛରେ ବସାଇଥିଲେ । ବାଇକ ଆରୋହୀଙ୍କୁ ମିଶାଇ ମୋଟ ୬ ଜଣ ବାଇକରେ ଯାତ୍ରା କରୁଥିଲେ । ଗୋଟିଏ ବାଇକରେ ଏତେ ଜଣଙ୍କୁ ଦେଖିବା ପରେ ପୋଲିସ ପ୍ରଥମେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲା । ସେପଟେ ଅନ୍ୟ ପଥିକ ମଧ୍ୟ ସେହି ବାଇକ ଆରୋହୀଙ୍କୁ ଅଜବ ନଜରରେ ଦେଖୁଥିଲେ ।

ଏହା ବି ପଢନ୍ତୁ- ଦୁର୍ଘଟଣା ଓ ପାର୍କିଂ ସମସ୍ୟା ଦୂର କରିବ QR କୋଡ୍

ଏହାପରେ ପୋଲିସ ଉକ୍ତ ବାଇକ ଆରୋହୀଙ୍କୁ ଅଟକାଇଥିଲା । ସର୍କଲ ଅଫିସର ବିନୁ ସିଂ ବାଇକ ଆରୋହୀଙ୍କୁ ପ୍ରଶ୍ନ କରିଥିଲେ, " ବିନା ହେଲମେଟରେ ଆପଣ ଏତେ ପିଲାଙ୍କୁ ବସାଇ କେଉଁଆଡେ ଯାଉଛନ୍ତି ?" ଏହାପରେ ଚାଳକ ଜଣକ ଯାହା କହିଥିଲେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପୋଲିସମାନେ ମଧ୍ୟ ଜୋରରେ ହସିବାକୁ ଲାଗିଥିଲେ । ବାଇକ ଆରୋହୀ ଜଣକ କହିଥିଲେ, "ମୋର ପତ୍ନୀ ହସ୍ପିଟାଲରେ ଅଛନ୍ତି । ସେ ମୋର ୬ ନମ୍ବର ସନ୍ତାନକୁ ଜନ୍ମ ଦେଇଛି । ସେଥିଲାଗି ଏହି ଛୁଆମାନେ ନୂଆ ଭାଇକୁ ଦେଖିବା ଲାଗି ହସ୍ପିଟାଲକୁ ଯାଉଛନ୍ତି ।"

ଏହାପରେ ପୋଲିସ ତାଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ବୁଝାଇବା ସହିତ ଚାଲାଣ କାଟିଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ଯାନବାହାନ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପ୍ରତିଦିନ ବହୁ ଦୁର୍ଘଟଣା ଘଟୁଛି । ତେବେ ଏଭଳି ସ୍ଥିତିରେ ସମସ୍ତ ନାଗରିକଙ୍କୁ ସଚେତନ ହେବା ସହ ଟ୍ରାଫିକ ନିୟମ ମଧ୍ୟ ପାଳନ କରିବା ଉଚିତ । ନାଗରିକଙ୍କୁ ସଚେତନ କରିବା ଲାଗି ଟ୍ରାଫିକ ପୋଲିସ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ପୋଷ୍ଟ ଜରିଆରେ ସଚେତନ କରାଉଛି । ଏହାପରେ ମଧ୍ୟ ଏଭଳି ଘଟଣା ଘଟିବା ନିହାତି ଚିନ୍ତାଜନକ ବିଷୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.