ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 30, 2022, 7:03 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Eknath Shinde: ଦିନେ ଚଲାଉଥିଲେ ଅଟୋ, ଆଜି ହେବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏକନାଥ ସିନ୍ଦେଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା ଆଲୋଚନା । କିଏ ଏହି ଏକନାଥ ସିନ୍ଦେ (Who is Eknath shinde) କଣ ତାଙ୍କ ଅତୀତ ? କେମିତି ଆସିଲେ ରାଜନୀତିକୁ । ଠାକରେ ପରିବାର ସହ କଣ ଥିଲା ସମ୍ପର୍କ ? ହିନ୍ଦୁତ୍ବକୁ ନେଇ ଏତେ କଠୋର କାହିଁକି? କଣ ରହିଛି ରାଜନୈତିକ ଅନୁଭବ? କେମିତି ଉଦ୍ଧବଙ୍କ ହାତରୁ କ୍ଷମତା ଛଡାଇ ଆଣିଲେ ।

2.Big Breaking: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ, ସନ୍ଧ୍ୟା 7.30ରେ ଶପଥ ଗ୍ରହଣ

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ । ଏହି କ୍ରମରେ ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ବାଭରେ ଶପଥ ନେବେ ଏକନାଥ ସିନ୍ଦେ ।

3.Udaipur Killing: NIA ସ୍ପେଶାଲ କୋର୍ଟରେ ହାଜର ହେଲେ କହ୍ନେୟାଲାଲ୍‌ଙ୍କ ହତ୍ୟା ଅଭିଯୁକ୍ତ

ଦରଜୀ କହ୍ନେୟାଲାଲ୍‌ଙ୍କୁ ନିର୍ମମ ହତ୍ୟାକାଣ୍ଡ ନେଇ ଉଦୟପୁରରେ ଉତ୍ତେଜନାମୂଳକ ସ୍ଥିତି ରହିଛି । ବାପାଙ୍କ ହତ୍ୟାପରେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସିଛନ୍ତି ତାଙ୍କ ପୁଅ ୟଶ ସାହୁ ।

4.ଆଫଗାନିସ୍ତାନ ଗୁରୁଦ୍ବାର ଆକ୍ରମଣରେ ନିହତଙ୍କ ଚିତାଭସ୍ମ ଧରି ଦିଲ୍ଲୀ ଫେରୁଛନ୍ତି 11 ଶିଖ୍‌

ଆଫଗାନିସ୍ତାନରୁ ଦିଲ୍ଲୀ ଅଭିମୁଖେ ଫେରୁଛନ୍ତି 11 ଶିଖ । ସାଙ୍ଗରେ ରହିଛି ଗୁରୁଦ୍ବାର ଆକ୍ରମଣରେ ନିହତ ସବିନ୍ଦର ସିଂଙ୍କ ଚିତାଭସ୍ମ । ଆକ୍ରମଣ ଘଟଣା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଇ-ଭିସା ପ୍ରଦାନ କରିଥିଲା ଭାରତୀୟ କର୍ତ୍ତୃପକ୍ଷ ।

5.କୋରୋନା ଲକ୍ଷଣ ଥିଲେ ରଥଯାତ୍ରାକୁ ଆସନ୍ତୁ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରୋନା ଲକ୍ଷଣ ଥିଲେ ରଥଯାତ୍ରା ସମୟରେ ପୁରୀ ଆସନ୍ତୁ ନାହିଁ । ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

6.ରଥଯାତ୍ରା ନୀତି ନିର୍ଘଣ୍ଟ: ୯.୩୦ରୁ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା

ରାତି ପାହିଲେ ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ । ୯.୩୦ରୁ ମହାପ୍ରଭୁଙ୍କ ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା ।

7.ONGC Helicopter Crash: ମୃତ ଓଡିଆ ସତ୍ୟମ୍ବଦ ପାତ୍ର ପଞ୍ଚଭୂତରେ ବିଲୀନ

ପଞ୍ଚଭୂତରେ ବିଲୀନ ହେଲେ ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ମୃତ ଓଡିଆ ଯୁବକ ସତ୍ୟମ୍ବଦ ପାତ୍ର ।

8.ଏୟାର କାର୍ଗୋ କ୍ଷେତ୍ରରେ ଓଡ଼ିଆ ଯୁବଦ୍ୟୋଗୀଙ୍କ କମାଲ, ଡ୍ରୋନରେ ହେବ ଲଜିଷ୍ଟିକ ଡେଲିଭରି

ମେକ୍ ଇନ୍ ଇଣ୍ଡିଆ ଇନିସିଏଟିଭକୁ ବଡ଼ ବୁଷ୍ଟ । ଏୟାର କାର୍ଗୋ କ୍ଷେତ୍ରରେ ନୂଆ ବିପ୍ଲବ ଆଣିଛନ୍ତି ଓଡ଼ିଆ ଯୁବଦ୍ୟୋଗୀ। ଓଡ଼ିଶା ବେସଡ ଷ୍ଟାର୍ଟଅପ୍ ବନ୍-ଭି ନିଜସ୍ବ ଓ ସ୍ବଦେଶୀ ଜ୍ଞାନ କୌଶଳରେ ବନାଇଛନ୍ତି ଏପରି ଏକ ଡ୍ରୋନ ।

9.Maharashtra Political Crisis: ସନ୍ଧ୍ୟା ୭ଟାରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍‌ ଓ ଏକନାଥ ସିନ୍ଦେ

ଗୁରୁବାର ଦେବେନ୍ଦ୍ର ଫଡନାଭିସ୍‌ ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ତାଙ୍କ ସହ ଏକନାଥ ସିନ୍ଦେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ନେଇ ସୂତ୍ରରୁ ପ୍ରକାଶ ପାଇଛି ।

10.ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ନୂତନ ବିଲ୍ଡିଂର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ଓଡିଶା ଗସ୍ତରେ ଆସିବେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ ମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.