ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 13, 2021, 7:13 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ମଦ ହୋମ ଡେଲିଭରିକୁ ସରକାରଙ୍କ ଗ୍ରୀନ ସିଗନାଲ୍

ଲକଡାଉନ ସମୟରେ ମଦ ହୋମ ଡେଲିଭରୀ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

2-ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ବିଷ୍ଣୁପଦ ସେଠୀ

ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

3-ବଢିଲା କୋଭିସିଲ୍ଡ ଟିକାର ଡୋଜ ନେବାର ବ୍ୟବଧାନ

କୋଭିସିଲ୍ଡ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ପାଇଁ ସମୟ ବ୍ୟବଧାନ 12ରୁ 16 ସପ୍ତାହ ରଖିବା ନେଇ କୋଭିଡ ୱାର୍କିଂ ଗ୍ରୁପର ପରାମର୍ଶକୁ ଗ୍ରହଣ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

4-ଆସନ୍ତା ସପ୍ତାହରେ ଭାରତର ବଜାରରେ ମିଳିବ ଋଷ ଟିକା ସ୍ପୁଟନିକ ଭି

ଖୁବ ଶୀଘ୍ର ଦେଶର ବଜାରରେ ଉପଲବ୍ଧ ହେବ ଋଷ ଟିକା ସ୍ପୁଟନିକ ଭି । ଆସନ୍ତା ସପ୍ତାହ ସୁଦ୍ଧା ଦେଶର ବଜାରରେ ସ୍ପୁଟନିକ ଭି ଭ୍ୟାକ୍ସିନ ମିଳିବ ।

5-ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଆକାଶଛୁଆଁ, ହନ୍ତସନ୍ତ ଖାଉଟି

ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବେଶ ବଢ଼ିଛି । ସାଧାରଣ ଖାଉଟି ଦର ବୃଦ୍ଧିରେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି ।

6-ମେ ମାସ ଶେଷ ପର୍ଯ୍ୟନ୍ତ 4ଟି ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ବାତିଲ୍

ପୁରୀ ଏବଂ ଭୁବନେଶ୍ୱରରୁ ଲୋକମାନ୍ୟ ତିଳକ ଟର୍ମିନାଲ ଯିବାକୁ ଥିବା ବିଶେଷ ଟ୍ରେନ ବାତିଲ।

7-ନୀରବ ମୋଦିଙ୍କୁ ଶକ୍ତ ଧକ୍କା: ସମ୍ପତ୍ତି ଜବତ, ନୋଟିସ ଜାରି

ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କ ସମ୍ପତ୍ତି ଜବତ ହେବ ।

8-କୋରୋନା ପୀଡିତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ପଶିଲା କୋରୋନା । ଧିରେ ଧିରେ ଭାଙ୍ଗୁଛି ଲାଲଗଡ ! ମାରାତ୍ମକ ଭୁତାଣୁ ଭୟରେ ଥରହର ମାଓବାଦୀ ।

9-କୋରୋନା ସଂକ୍ରମିତ ରାଜୀବ ପଲ, ହସ୍ପିଟାଲରେ ହେଲେ ଭର୍ତ୍ତି

କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି ।

10-ସୋନୁ ସୁଦ ଫାଉଣ୍ଡେସନକୁ 5 ମାସର ପେନସନ ଦାନ କଲେ ଦୃଷ୍ଟିହୀନ ମହିଳା

ଦୃଷ୍ଟିହୀନ ମହିଳାଙ୍କ ବଦାନ୍ୟତା। ଅସହାୟଙ୍କ ପାଇଁ ସୋନୁ ସୁଦ ଫାଉଣ୍ଡେସନକୁ 5 ମାସର ପେନସନ ଟଙ୍କା ଦାନ କରିଛନ୍ତି ଆନ୍ଧ୍ରପ୍ରଦେଶର ନାଗା ଲକ୍ଷ୍ମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.