ETV Bharat / bharat

ହିମାଳୟ-ଭାରତ ମହାସାଗରରେ ରହୁଥିବା ଲୋକେ ହିନ୍ଦୁ: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ

author img

By

Published : May 1, 2022, 5:18 PM IST

ଡିଜିଟାଲ୍ ହିନ୍ଦୁ କନକ୍ଲେଭ('Digital Hindu Conclave' ) ରେ ହିନ୍ଦୁତ୍ବର ସଂଜ୍ଞା ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ । ଅଧିକ ପଢନ୍ତୁ

ହିମାଳୟ-ଭାରତ ମହାସାଗରରେରେ ରହୁଥିବା ଲୋକେ ହିନ୍ଦୁ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ
ହିମାଳୟ-ଭାରତ ମହାସାଗରରେରେ ରହୁଥିବା ଲୋକେ ହିନ୍ଦୁ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ

ହାଇଦ୍ରାବାଦ : ଡିଜିଟାଲ୍ ହିନ୍ଦୁ କନକ୍ଲେଭ('Digital Hindu Conclave' ) ରେ ହିନ୍ଦୁତ୍ବର ସଂଜ୍ଞା ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ । ହିନ୍ଦୁ ଏକ ଭୌଗୋଳିକ ପରିଚୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ହିମାଳୟ ଏବଂ ଭାରତ ମହାସାଗର ମଧ୍ୟରେ ବାସ କରୁଥିବା ସମସ୍ତ ଲୋକ ହିନ୍ଦୁ ଅଟନ୍ତି ବୋଲି ସେ କହିଛନ୍ତି ।

ହାଇଦ୍ରାବାଦରେ ଭାରତ ନୀତି ସଂଗଠନ ଦ୍ବାରା ଆୟୋଜିତ 'ଡିଜିଟାଲ୍ ହିନ୍ଦୁ କନକ୍ଲେଭ'ର ଦଶମ ସଂସ୍କରଣରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଖାଉଟି ବ୍ୟାପାର ସହ ପରିବେଶ ମନ୍ତ୍ରୀ ଅଶ୍ଵିନୀ ଚୌବେ (Union Minister of State for Consumer Affairs, Food and Public Distribution, and Environment ) ଯୋଗ ଦେଇଥିଲେ । ଏ ଅବସରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ତେବେ ଚୌବେଙ୍କ ଏଭଳି ବୟାନରେ ଅନେକ ବିଦେଶୀ ବିଦ୍ବାନ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ଭାରତ ଜ୍ଞାନର ଭଣ୍ତାର । ଆମେ ସମସ୍ତେ ଭାରତୀୟ ହୋଇଥିବାରୁ ଗର୍ବିତ ହେବା ଉଚିତ ।

ସେ ଆହୁରି ମଧ୍ୟ କହିଛନ୍ତି "ମୁଁ କହୁଛି ହିନ୍ଦୁ ଧର୍ମ ଏକ ଜୀବନ ପଥ । ଆମେ ହିନ୍ଦୁ ଶବ୍ଦକୁ ସୀମିତ ସୀମା ମଧ୍ୟରେ ସୀମିତ ରଖିବା ଉଚିତ୍ ନୁହେଁ। ହିନ୍ଦୁ ଏକ ଭୌଗୋଳିକ ପରିଚୟ । ତେବେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ମୁରଲିଧର ରାଓ ଏବଂ ଦଳର ସାଂସଦ ମନୋଜ ତିୱାରୀ ମଧ୍ୟ ଉପସ୍ଥିତ ଥିଲେ। ଏ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡକୁ ଦେଖି କହିଥିଲେ ଯେ,ଉତ୍ତର ତଥା ଦକ୍ଷିଣ ରାଜ୍ୟରୁ ଆସିଥିବା ଲୋକଙ୍କ ଉପସ୍ଥିତି ଦେଶର ଏକତା ଏବଂ ଶକ୍ତିର ପ୍ରତୀକ ଅଟେ । ଭାରତ ଏକ ଗଣତନ୍ତ୍ରର ଏକ ଉଦାହରଣ । ଯାହା ବିଶ୍ବରେ ଗ୍ରହଣୀୟ । ଆମେ ଆମ ଦେଶକୁ ଆମର ମା ଭାବୁ । ଏବଂ ଭାରତକୁ 'ଭାରତ ମାତା' ବୋଲି କହିଥାଉ। ଏହା ହିଁ ଆମକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.