ETV Bharat / bharat

Thanjavur Student Suicide Case: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର

author img

By

Published : Feb 3, 2022, 10:55 PM IST

ତାମିଲନାଡୁ ଥାନଜାଭରରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର । ସିବିଆଇକୁ ତଦନ୍ତଭାର ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ କୋର୍ଟ । ଅଧିକ ପଢନ୍ତୁ

Thanjavur student suicide case: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର
Thanjavur student suicide case: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର

ଚେନ୍ନାଇ: ତାମିଲନାଡୁର ଥାନଜଭୁର ଜିଲ୍ଲାର ଏକ ଖ୍ରୀଷ୍ଟିଆନ ମିଶନାରୀ ସ୍କୁଲରେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବାରୁ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ତାମିଲନାଡୁ ସରକାର । ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବା ପରେ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଏହି ଘଟଣାର ତଦନ୍ତଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ।

ସୂଚନା ଅନୁସାରେ, ୧୭ ବର୍ଷୀୟା ଛାତ୍ରୀଜଣଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ପାଇଂ ବାଧ୍ୟ କରିଆସିଥିବା ବେଳେ ନାବାଳିକା ଜଣଙ୍କ ଦୀର୍ଘଦିନ ଧରିି ଏହାକୁ ବିରୋଧ କରିଆସିଥିଲେ । ତେବେ ସେ ବାଧ୍ୟ ସତ୍ତ୍ବେ ମଧ୍ୟ ଧର୍ମ ପରିବର୍ତ୍ତନ ପାଇଁ ରାଜି ନହେବାରୁ ତାଙ୍କୁ ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଇଥିଲା । ଫଳରେ ନାବାଳିକା ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର । ଅନ୍ୟପଟେ ନାବାଳିକା ଜଣଙ୍କ ଜାନୁଆରୀ ୯ ତାରିଖରେ ବିଷ ପିଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୧୦ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏହି ଘଟଣା ପରେ ସମଗ୍ର ତାମିଲନାଡୁରେ ବିରୋଧ ଦେଖାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ ଜୋର ଧରିଥିଲା । ଏହି ଘଟଣାରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ ଥିବାବେଳେ ଘଟଣାର ତଦନ୍ତ ରାଜ୍ୟ ପୋଲିସ ପରିବର୍ତ୍ତେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମାଡ୍ରାସ ହାଇକୋର୍ଟ । ତେବେ ଏନେଇ ତାମିଲନାଡୁୁ ସରକାର ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ କରିଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.