ETV Bharat / bharat

ସୁରଟରେ ଗୋଟିଏ ପରିବାର 7 ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ସାମୂହିକ ଆତ୍ମହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Oct 28, 2023, 10:18 PM IST

ସୁରଟରେ ଗୋଟିଏ ପରିବାର 7 ଜଣଙ୍କ ସନ୍ଦେହଜନକ ମୃତ୍ୟୁ । ସାମୂହିକ ଆତ୍ମହତ୍ୟା କିମ୍ବା ହତ୍ୟା ପରେ ଆତ୍ମହତ୍ୟା ସନ୍ଦେହ କରୁଛି ପୋଲିସ । ଅଧିକ ପଢନ୍ତୁ

ସୁରଟରେ ଗୋଟିଏ ପରିବାର 7 ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ସାମୂହିକ ଆତ୍ମହତ୍ୟା ସନ୍ଦେହ
ସୁରଟରେ ଗୋଟିଏ ପରିବାର 7 ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ସାମୂହିକ ଆତ୍ମହତ୍ୟା ସନ୍ଦେହ

ଗାନ୍ଧୀନଗର: ଗୁଜୁରାଟର ସୁରଟ ସହରର ଜଣେ ଆସବାବପତ୍ର ବ୍ୟବସାୟୀ ନିଜ 6ଜଣ ପରିବାର ସଦସ୍ୟଙ୍କ ସହିତ ସାମୂହିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ସମସ୍ତ 7 ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ବୃଦ୍ଧ, ଦୁଇ ଯୁବକ, ଏବଂ ତିନି ଜଣ ଶିଶୁ ରହିଛନ୍ତି ।

ସୂଚନା ଅନୁସାରେ ବ୍ୟବସାୟୀ ମନୀଷ ସୋଲୋଙ୍କି ତାଙ୍କ ପରିବାର ସହ ସୁରଟର ଅଦାଜାନର ପଲାନପୁର ପଟିଆ ଅଞ୍ଚଳରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କ ପରିବାରରେ ମୋଟ 7 ଜଣ ସଦସ୍ୟ ଥିଲେ । ପିତା କାନୁଭାଇ, ମାତା ଶୋଭାନାବେନ, ପତ୍ନୀ ରୀତା, ଦୀକ୍ଷା, କବ୍ୟା ​​ଏବଂ କୁଶଲ ନାମକ ତିନି ସନ୍ତାନ ମଧ୍ୟ ଥିଲେ । ମନୀଷଭାଇ ଆସବାବପତ୍ର ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ ଏହି ବ୍ୟବସାୟୀ ଜଣକ କାହାକୁ ମୋଟା ଅଙ୍କର ଟଙ୍କା ଦେଇଥିଲେ । ମାତ୍ର ଫେରସ୍ତ ପାଇପାରିନଥିଲେ । ଏଥିରେ ସେ ନିରାଶ ହୋଇପଡିଥିଲେ । ପୁରା ପରିବାର ଅବସାଦ ମଧ୍ୟରେ ଥିଲା । ତେବେ ଏହି କାରଣରୁ ଏହି ପରିବାର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଅନ୍ୟ ଅନ୍ୟ ଏକ ସନ୍ଦେହ ଅନୁସାରେ, ମନୀଷଭାଇ ପରିବାର ଅନ୍ୟ 6 ସଦସ୍ୟଙ୍କୁ ବିଷାକ୍ତ ଇଞ୍ଜେକସନ ଦେବା ପରେ ନିଜେ ଆତ୍ମହତ୍ୟା କରିଥାଇ ପାରନ୍ତି । ଅନ୍ୟ ସମସ୍ତଙ୍କ 6 ଟି ମୃତଦେହ ଚଟାଣରୁ ଉଦ୍ଧାର ହୋଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ଏହି ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ପାଲେଷ୍ଟାଇନ ପ୍ରସଙ୍ଗରେ ମୋଦିଙ୍କ ଆଭିମୁଖ୍ୟ ନେଇ ଆମେ ସନ୍ଦେହରେ: ଶରଦ

ତେବେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ଯୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବ । ଏହା ସହ ପୋଲିସ ଘରୁ ଜବତ ସାମଗ୍ରୀ ଓ ଅନ୍ୟ ଦିଗରୁ ମଧ୍ୟ ତଦନ୍ତ ଆରମ୍ଭ କରିଛି । ପଡୋଶୀଙ୍କୁ ଏହି ପରିବାର ସମ୍ପର୍କରେ ପଚାରା ଯାଉଛି । ଏହା ଆତ୍ମହତ୍ୟା ନାଁ ହତ୍ୟା ପରେ ଆତ୍ମହତ୍ୟା ସେନେଇ ପୋଲିସ ଆନୁଷ୍ଠାନିକ ଭାବେ କିଛି କହିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ କହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.