ETV Bharat / bharat

ବାରଣ ସତ୍ତ୍ବେ ହିଜାବ ଓ ଗେରୁଆ ଗାମୁଛାରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ, ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

author img

By

Published : Feb 7, 2022, 5:55 PM IST

କର୍ଣ୍ଣାଟକରେ ଶାନ୍ତ ପଡୁନି ହିଜାବ ବିବାଦ । କଲେଜକୁ ହିଜାବ ପିନ୍ଧି ଆସିଲେ ସଂଖ୍ୟାଲଘୁ ଛାତ୍ରୀ ଓ ଗେରୁଆ ସାଲରେ ଆସିଲେ ଛାତ୍ର । ବସିବା ପାଇଁ ପୃଥକ କ୍ଲାସରୁମ ବ୍ୟବସ୍ଥା କଲେ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ବାରଣ ସତ୍ତ୍ବେ ମଧ୍ୟ ହିଜାବ ଓ ଗେରୁଆ ଗାମୁଛାରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ, ବସିବା ପାଇଁ ପୃଥକ ଶ୍ରେଣୀଗୃହ ବ୍ୟବସ୍ଥା
ବାରଣ ସତ୍ତ୍ବେ ମଧ୍ୟ ହିଜାବ ଓ ଗେରୁଆ ଗାମୁଛାରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ, ବସିବା ପାଇଁ ପୃଥକ ଶ୍ରେଣୀଗୃହ ବ୍ୟବସ୍ଥା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଥମିବାର ନାଁ ନେଉନାହିଁ ହିଜାବ ବିବାଦ । ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ମଧ୍ୟ ଆଜି ଉଦୁପି ଜିଲ୍ଲାର କୁନ୍ଦୁପୁର ସରକାରୀ ପ୍ରି-ୟୁନିଭରସିଟି କଲେଜରେ ସଂଖ୍ୟାଲଘୁ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିଛନ୍ତି । କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ସରକାରଙ୍କ ନିର୍ଦ୍ଦେଶାବଳୀ ସମ୍ପର୍କରେ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଅଭିଭାବକଙ୍କ ବିନା ଅନୁମତିରେ ବିନା ହିଜାବରେ କଲେଜ ଆସିପାରିବେ ନାହିଁ ବୋଲି କହିଥିଲେ ।

ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି । ଆସନ୍ତାକାଲି (ମଙ୍ଗଳବାର) ଏହାର ରାୟ ପ୍ରକାଶ ପାଇପାରେ । ତେବେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ସେମାନେ ହିଜାବ ପିନ୍ଧି କଲେଜ ଆସିବେ ବୋଲି କହିଥିଲେ ସଂଖ୍ୟାଲଘୁ ଛାତ୍ରୀମାନେ । ଦୀର୍ଘ ସମୟ ଧରି ବୁଝାସୁଝା ପରେ ମଧ୍ୟ କୌଣସି ସମାଧାନ ବାହାରି ନପାରିବାରୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ କଲେଜ ପରସରକୁ ଅନୁମତି ଦେବାକୁ ବାଧ୍ୟ ହୋଇଥିଲେ । ଅନ୍ୟ ପଟେ ସାଧାରଣ କ୍ଲାସରୁମରେ ପରିବର୍ତ୍ତେ ସେମାନଙ୍କ ପାଇଁ ପୃଥକ ଶ୍ରେଣୀଗୃହରେ ପାଠ ପଢାଯିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ଅନ୍ୟ ଏକ ଘଟଣା ଦେଖିବାକୁ ମିଳିଛି ରାଜ୍ୟର କୁଣ୍ଡାପୁରସ୍ଥିତ ଭେଙ୍କଟରମଣ କଲେଜରେ । ଆଜି (ସୋମବାର) କିଛି ଛାତ୍ର ଗେରୁଆ ସାଲ ପରିଧାନ କରି କଲେଜ ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବାରଣ କରିବା ସହ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଘଟଣାସ୍ଥଳରେ କିଛି ସମୟ ଧରି ଛାତ୍ର ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ପୋଲିସ ମଧ୍ୟ ପହଞ୍ଚିଥିଲା ।

ଗତ ସପ୍ତାହରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କଲେଜକୁ ଅନୁମତି ନମିଳିବା ଘଟଣାରୁ ବିବାଦର ସୂତ୍ରପାତ ହୋଇଥିଲା । ରାଜ୍ୟବ୍ୟାପୀ ଏନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ମାମଲା ବର୍ତ୍ତମାନ କୋର୍ଟରେ ପହଞ୍ଚିଛି । ଶନିବାର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶୈକ୍ଷିକ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସମାନତା ଉପରେ ପ୍ରଭାବ ପକାଉଥିବା ପକାଉଥିବା କୌଣସି କପଡା ବା ପରିଧାନ ଉପରେ ନିଷେଧାଦେଶ ଜାରି କରାଯାଇଛି । ତେବେ ସରକାରୀ ନିୟମ ସତ୍ତ୍ବେ ମଧ୍ୟ ଏହି ବିବାଦର ଅନ୍ତ ହେବା ନାଁ ଧରୁନାହିଁ । ଆସନ୍ତାକାଲି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମାମଲା ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.