ETV Bharat / bharat

'ଜୟ ଶ୍ରୀରାମ' ନାରାକୁ ନେଇ ହଙ୍ଗାମା: ଛାତ୍ରଙ୍କୁ ଗାଳିଗୁଲଜ ପରେ ଉପୁଜିଲା ବିବାଦ, ଶିକ୍ଷକ ନିଲମ୍ବିତ

author img

By

Published : Aug 6, 2023, 8:20 AM IST

ମହାରାଷ୍ଟ୍ରର କୋହ୍ଲାପୁର ପ୍ରାଇଭେଟ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଉତ୍ତର ଖାତାରେ 'ଜୟ ଶ୍ରୀରାମ' ଲେଖିଥିବାରୁ ଶିକ୍ଷକ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ହିନ୍ଦୁତ୍ବବାଦୀ ସଂଗଠନର ହଙ୍ଗାମା ପରେ ନିଲମ୍ବିତ ହୋଇଛନ୍ତି ଶିକ୍ଷକ । ଅଧିକ ପଢନ୍ତୁ

ଛାତ୍ରଙ୍କୁ ଗାଳିଗୁଲଜ କରି ଶିକ୍ଷକ ନିଲମ୍ବିତ
ଛାତ୍ରଙ୍କୁ ଗାଳିଗୁଲଜ କରି ଶିକ୍ଷକ ନିଲମ୍ବିତ

ଛାତ୍ରଙ୍କୁ ଗାଳିଗୁଲଜ କରି ଶିକ୍ଷକ ନିଲମ୍ବିତ

ମୁମ୍ବାଇ: ବିଦ୍ୟାଳୟରେ 'ଜୟ ଶ୍ରୀରାମ' ନାରାକୁ ନେଇ ହଙ୍ଗାମା । ମହାରାଷ୍ଟ୍ରର କୋହ୍ଲାପୁର ପ୍ରାଇଭେଟ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଉତ୍ତର ଖାତାରେ 'ଜୟ ଶ୍ରୀରାମ' ଲେଖିଥିବାରୁ ଶିକ୍ଷକ ଏହାକୁ ନେଇ ଛାତ୍ରଙ୍କୁ ଆକଟ କରିଥିଲେ । ଆଉ ଏହା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା । ହିନ୍ଦୁତ୍ବବାଦୀ ସଂଗଠନର ସଦସ୍ୟ ସ୍କୁଲକୁ ଆସି ହଙ୍ଗାମା କରିଥିଲେ । ଦୀର୍ଘ ସମୟ ଧରି ସ୍କୁଲ ସମ୍ମୁଖରେ ହଙ୍ଗାମା ପରେ ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଶିକ୍ଷା ଅଧିକାରୀ । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିଲେ ।

ତେବେ ଦଶମ ଶ୍ରେଣୀ ଛାତ୍ର 'ଜୟ ଶ୍ରୀରାମ' ଲେଖିବା ଘଟଣା ଉଗ୍ର ରୂପ ନେଇଛି । ଛାତ୍ର ଜଣକ ଉତ୍ତର ଖାତାରେ 'ଜୟ ଶ୍ରୀରାମ' ଲେଖିଥିବାବେଳେ ଏହାକୁ ନେଇ ଗାଳି ଗୁଲଜ କରିଥିଲେ ଶିକ୍ଷକ । ଆଉ ନିମିଷକରେ ଏହି କଥା ପ୍ରଘଟ ହୋଇଯାଇଥିଲା । ଯାହାକୁ ନେଇ ଜୋର ଧରିଛି ବିବାଦ । ତେବେ 'ଜୟ ଶ୍ରୀରାମ' ଲେଖିବାକୁ ନେଇ ଛାତ୍ରଙ୍କୁ ଗାଳି ଦେବା ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ ସ୍କୁଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପରେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ତେବେ ସ୍କୁଲ ପରିସରରେ ପହଞ୍ଚି ହିନ୍ଦୁତ୍ବବାଦୀ ସଂଗଠନମାନେ ଶିକ୍ଷକଙ୍କ ଉପରେ ବର୍ଷିଛନ୍ତି । "କାହାରି ଧର୍ମୀୟ ଭାବାବେଗକୁ ଆଘାତ କରିବା ଉଚିତ ନୁହେଁ" ବୋଲି କହି ପ୍ରତିବାଦ କରିଛନ୍ତି ହିନ୍ଦୁତ୍ବବାଦୀ ସଂଗଠନ । ଏହାସହ ଶିକ୍ଷକଙ୍କ ଏଭଳି ଆଚରଣକୁ ବିରୋଧ କରି ତାଙ୍କୁ ନିଲମ୍ବନ କରିବାକୁ ଦାବି ଜୋର ଧରିଥିଲା । ଯାହାକୁ ନେଇ ଅନେକ ସମୟ ଧରି ବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ଏହା ବି ପଢନ୍ତୁ...ସାଟିର୍ଫିକେଟ ବଦଳରେ ଟଙ୍କା ଆଦାୟ ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ବିତ

ହିନ୍ଦୁତ୍ବବାଦୀ ସଂଗଠନ ପକ୍ଷରୁ ନାରାବାଜି କରାଯାଉଥିବା ସମୟରେ ସେଠାରେ ସାହୁପୁରୀ ପୋଲିସ ଇନ୍ସପେକ୍ଟର ଅଜୟ କୁମାର ସିନ୍ଧକର ପହଞ୍ଚିଥିଲେ । ଏହାପରେ ପୋଲିସର ଉପସ୍ଥିତିରେ ହିନ୍ଦୁତ୍ବବାଦୀ ସଂଗଠନ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଛାତ୍ରଙ୍କୁ ଗାଳିଗୁଲଜ କରିଥିବା ଶିକ୍ଷକଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ ହିନ୍ଦୁତ୍ବବାଦୀ ସଂଗଠନର ସଦସ୍ୟ । ଏନେଇ କିଛି ସମୟ ଧରି ଆଲୋଚନା ଜାରି ରହିଥିଲା । ଆଉ ବୈଠକ ପରେ ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରାଯିବାକୁ ସ୍ଥିର ହୋଇଥିବା ଜଣାପଡିଛି ।

ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ପରିସ୍ଥିତି ଶାନ୍ତ ପଡିଛି । ସେପଟେ ଝିମିଟି ଖେଳରୁ ମହାଭାରତ ହେଲା ପରି ଛାତ୍ରଙ୍କ 'ଜୟ ଶ୍ରୀରାମ' ଲେଖିବା ଘଟଣା ଉଗ୍ର ରୂପ ନେଇଛି । ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.