ETV Bharat / bharat

ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରଙ୍କ ଜୀବନ

author img

By

Published : Jul 16, 2023, 10:20 PM IST

ଶିକ୍ଷକଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ବହୋଡ଼ାପୁର ଅଞ୍ଚଳରରେ ଏଭଳି ଦୁଃଖଦ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ
ଶିକ୍ଷକଙ୍କ ମାଡ଼ରେ ଛାତ୍ର ମୃତ

ଭୋପାଳ: ଶିକ୍ଷକଙ୍କ ମାଡ଼ରେ ଚାଲିଗଲା ଛାତ୍ରଙ୍କ ଜୀବନ । ଛାତ୍ର ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ନାମ କୃଷ୍ଣ ଚୌହ୍ବାନ ବୋଲି ଜଣାପଡିଛି । ମଧ୍ୟପ୍ରଦେଶର ବହୋଡ଼ାପୁର ଅଞ୍ଚଳରରେ ଏଭଳି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ, ଶବ୍ଦ ପ୍ରତାପ ଅଞ୍ଚଳରେ ଥିବା କୋର୍ଟ ବ୍ୟୁ ସ୍କୁଲରେ କୃଷ୍ଣଙ୍କୁ ହୋମୱାର୍କ ଦିଆଯାଇଥିବାବେଳେ ସେ ପାଠ କରିନଥିଲେ । ଯେଉଁଥିପାଇଁ ପ୍ରବଳ ରାଗି ଯାଇ ସ୍କୁଲର ଦୁଇଜଣ ଶିକ୍ଷକ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିଲେ କୃଷ୍ଣ ଚୌହ୍ବାନ । ଏସମ୍ପର୍କରେ ଖବର ପାଇବା ପ‌ରେ ସ୍କୁ‌ଲ୍‌ରେ ପହଞ୍ଚି ଗୁରୁତର ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ କୃଷ୍ଣଙ୍କ ପରିବାର । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ କୃଷ୍ଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆଗାମୀ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକ ସୋନୁ ଓ ଅକବରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିବା ଜଣାପଡିଛି । ଘଟଣାର ତଦନ୍ତ ପରେ ଏହି ଦୁଇ ଜଣ ଶିକ୍ଷକ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷ୍ଣଙ୍କ ପରିବାରକୁ ପୋଲିସ ପ୍ରତିଶୃତି ଦେଇଛି।

ଏହା ମଧ୍ୟ ପଢନ୍ତୁ...ଧର୍ମ ପରିବର୍ତ୍ତନ କରିବାକୁ ଅମଙ୍ଗ ହେବାରୁ ପିଲାଙ୍କୁ ମାଡ ମାରିଲା ମାଆ, ଥାନାରେ ଅଭିଯୋଗ

ତେବେ 8 ମାସ ପୂର୍ବରୁ ମଧ୍ଯ ପ୍ରଧାନ ଶିକ୍ଷକ ଆକାଶ ଶ୍ରୀବାସ୍ତବ ଏବଂ ଅକବର ଖାନ୍ ଜଣେ ଛାତ୍ରକୁ ନିର୍ଘାତ ମାଡ଼ ମାରିଥିଲେ । ଯାହାର ଫଳରେ 4 ମାସ ପର୍ଯ୍ୟନ୍ତ ଛାତ୍ର ଜଣକ ଗୁରୁତର ଥିଲେ ବୋଲି ଅଭିଯୋଗ କରିଛନ୍ତି କୃଷ୍ଣଙ୍କ ବାପା କୋକ ସିଂହ ଚୌହ୍ୱାନ । ଛାତ୍ରଙ୍କ ଏପରି ଅବସ୍ଥା ପରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଶିକ୍ଷକଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ପୁନର୍ବାର କୌଣସି ପିଲାଙ୍କୁ ଏପରି ନମାରିବା ପାଇଁ ଅଭିଭାବକମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ହେଲେ ଗତ 12 ତାରିଖରେ ପୁଣି ଥରେ ସେହି ସ୍କୁଲର ଶିକ୍ଷକ ସୋନୁ ଓ ଅକବର ଖାନ୍ ଦ୍ବିପହର ସମୟରେ କୃଷ୍ଣଙ୍କୁ ମାତ୍ରାଧିକ ମାଡ଼ ମାରିଥିଲେ । ଫଳରେ କୃଷ୍ଣ ଗୁରୁତର ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା ।

ପରେ ଘରକୁ ଫେରିବା ସମୟରେ ସେ ମଝି ରାସ୍ତାରେ ଅଚେତ ହୋଇ ପଡିଥିଲେ । କୃଷ୍ଣଙ୍କ ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେହି ସମୟରେ ବିଦ୍ୟାଳୟର କେତେକ କର୍ମକର୍ତ୍ତା ମଧ୍ୟ ହସ୍ପିଟାଲରେ ପହଞ୍ଚି କୃଷ୍ଣଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଚିକିତ୍ସା ବାବଦକୁ 14 ହଜାର ଟଙ୍କା ପ୍ରଦାନ ମଧ୍ୟ କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ କୃଷ୍ଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଯାହାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି କୃଷ୍ଣଙ୍କ ପରିବାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.