ETV Bharat / bharat

Snake Found in Mid-day Meal: ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ, ୧୦୦ ଛାତ୍ର ଅସୁସ୍ଥ

author img

By

Published : May 27, 2023, 3:49 PM IST

ମଧ୍ୟାହ୍ନ ଭୋଜନ ମଧ୍ୟରୁ ବାହାରିଲା ବିଷଧର ସାପ । ବିହାରର ଫରବିସଗଞ୍ଜ ସବଡିଭିଜନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat

ପାଟନା: ବିଦ୍ୟାଳୟରେ କୁନି କୁନି ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଅନେକ ଅବହେଳାର ଚିତ୍ର ସାମ୍ନାକୁ ଆସିଥାଏ । ରୋଷେୟାଙ୍କ ଅସାବଧାନତା ଯୋଗୁଁ ମଧ୍ୟାହ୍ନ ଭୋଜନରୁ ପୋକ ଠାରୁ ଆରମ୍ଭ କରି ଅଖାଦ୍ୟ ବାହାରିଥାଏ । ହେଲେ ବିହାର ଅରାରିଆର ଏହି ଘଟଣା ସମସ୍ତଙ୍କୁ ଭୟଭୀତ କରିଛି । ମଧ୍ୟାହ୍ନ ଭୋଜନ ମଧ୍ୟରୁ ବାହାରିଛି ଏକ ସାପ । ଏହି ବିଷଧର ସରୀସୃପଟି ଖାଦ୍ୟରେ ପଡିଥିବା ଯୋଗୁଁ ଖାଦ୍ୟ ମଧ୍ୟ ବିଷାକ୍ତ ହୋଇପଡ଼ିଛି । ଫଳରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଶନିବାର ଫରବିସଗଞ୍ଜ ସବଡିଭିଜନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଏହି ମଧ୍ୟାହ୍ନ ଭୋଜନ ଖାଇବା ପରେ ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ପ୍ରସ୍ତୁତ ହୋଇଥିବା 'ଖିଚଡ଼ି'କୁ ସ୍କୁଲ ପିଲାଙ୍କୁ ପରସା ଯିବା ପରେ ସେଥିରୁ ଏକ ମଲା ସାପ ବାହାରିଥିଲା । ଜଣେ ଛାତ୍ରଙ୍କ ପ୍ଲେଟରୁ ଏହି ସାପ ବାହାରିବା ବେଳକୁ ଅନେକ ଛାତ୍ର ଉକ୍ତ ଖାଦ୍ୟକୁ ଖାଇସାରିଥିଲେ । ଏହାପରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ଯେଉଁ ଛାତ୍ର ଏହି ଖାଦ୍ୟ ଖାଇଥିଲେ ସେମାନେ ବାନ୍ତି କରିବା ଆରମ୍ଭ କରିଥିଲେ ବୋଲି ପୋଲିସ କହିଛି ।

ଏହା ବି ପଢନ୍ତୁ- ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି, ୩୬ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି

ଘଟଣା ସମ୍ପର୍କରେ ଖବର ପାଇବା ପରେ ଜୋଗବାନି ପୋଲିସ ଓ ଫରବସଗଞ୍ଜ ଏସଡିଓ, ଏସଡିପିଓ ସ୍କୁଲରେ ପହଞ୍ଚିଥିଲେ । ଏହାପରେ ଅସୁସ୍ଥ ହୋଇପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍କୁଲ ପରିସରରେ ଅଭିଭାବକ ପହଞ୍ଚି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ନେଇ ଦାୟୀ କରିଥିଲେ । ଫଳରେ ସ୍କୁଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସାପ ଖାଦ୍ୟରେ କିପରି ପଡ଼ିଲା ସେ ନେଇ ତଦନ୍ତ ହୋଇ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ପ୍ରଧାନ ଶିକ୍ଷକ କହିବା ପରେ ମାମଲା ଶାନ୍ତ ପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ ଏହି ମଧ୍ୟାହ୍ନ ଭୋଜନ ସ୍କୁଲରେ ପ୍ରସ୍ତୁତ କରାଯାଇନଥାଏ । ଏହାକୁ ଅନ୍ୟତ୍ର ଏକ ସ୍ଥାନରେ ତିଆରି କରାଯାଇ ସ୍କୁଲକୁ ସପ୍ଲାଏ କରାଯାଏ । ସେପଟେ ଏଭଳି ଏକ ସମାନ ଘଟଣା ପୂର୍ବରୁ ମଧ୍ୟ ଘଟିଥିଲା । ଗତ ୧୮ ତାରିଖରେ ବିହାରର ଛାପରାଠାରେ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଥିଲା । ତେବେ ଏଭଳି ଘଟଣା ଆଗକୁ ଯେପରି ନହେଉ ସେଥିଲାଗି ଅଭିଭାବକମାନେ ଦାବି କରିଛନ୍ତି । ସେପଟେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣକୁ ନେଇ ଖାଦ୍ୟ ସପ୍ଲାଏ ହେଉଥିବା ସ୍ଥାନରେ ଚଢାଉ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.