ETV Bharat / bharat

Women Reservation Bill: ସୋନିଆଙ୍କୁ ଇରାନୀଙ୍କ ଟାର୍ଗେଟ, କହିଲେ କଂଗ୍ରେସ ଚାହୁଁନଥିଲା ବିଲ୍‌ରେ SC/STଙ୍କୁ ମିଳୁ ସଂରକ୍ଷଣ

author img

By ETV Bharat Odisha Team

Published : Sep 20, 2023, 4:04 PM IST

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଚର୍ଚ୍ଚା ବେଳେ ସୋନିଆ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି ଇରାନୀ । ସୋନିଆଙ୍କ ପ୍ରସ୍ତାବିତ ଆର୍ଟିକଲ ଉଦାହରଣ ଦେଇ କହିଲେ କଂଗ୍ରେସ ଚାହୁଁନଥିଲା ଅଧିନିୟମର ତୃତୀୟ ଟର୍ମରେ SC/STଙ୍କୁ ସଂରକ୍ଷଣ । ଅଧିକ ପଢନ୍ତୁ

women reservation bill discussion: ସୋନିଆଙ୍କୁ ଇରାନୀଙ୍କ ଟାର୍ଗେଟ, କହିଲେ କଂଗ୍ରେସ ଚାହୁଁନଥିଲା ବିଲ୍‌ରେ SC/STଙ୍କୁ ସଂରକ୍ଷଣ
women reservation bill discussion: ସୋନିଆଙ୍କୁ ଇରାନୀଙ୍କ ଟାର୍ଗେଟ, କହିଲେ କଂଗ୍ରେସ ଚାହୁଁନଥିଲା ବିଲ୍‌ରେ SC/STଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ: ଗତକାଲି(ମଙ୍ଗଳବାର) ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ଜାରି ରହିଛି ଚର୍ଚ୍ଚା । ଶାସକ ଓ ବିରୋଧୀ ଆଜି ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରି ମତ ରଖୁଛନ୍ତି । ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଏହି ବିଲ୍‌ ଚର୍ଚ୍ଚାରେ ଅଂଶଗ୍ରହଣ କରି ଏହାକୁ ସମର୍ଥନ ଦେବା ସହ ଏହାକୁ ଶିଘ୍ର ଲାଗୁ କରିବା ଦାବି ଉଠାଇଥିଲେ । ହେଲେ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଚର୍ଚ୍ଚାରେ ଅଂଶଗ୍ରହଣ କରି କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି । କଂଗ୍ରେସ ଏହି ବିଲର ଶ୍ରେୟ ନେବାକୁ ପ୍ରୟାସ କରୁଛି । ବିଲ୍‌ ଆଗତ କରିବା ପାଇଁ ସରକାରଙ୍କୁ ଚିଠି ଲେଖିଥିବା କଥା କହୁଛି । ହେଲେ କଂଗ୍ରେସ ଏହି ଅଧିନିୟନର ଶେଷ ଟର୍ମରେ SC/ST ଙ୍କୁ ସଂରକ୍ଷଣ ନମିଳୁ ବୋଲି ଚାହୁଁଥିବା ଇରାନୀ ଅଭିଯୋଗ କରିଛନ୍ତି ।

  • #WATCH | Union Women and Child Development Minister Smriti Irani speaks on Women's Reservation Bill in Lok Sabha

    "When this bill was brought, some people said that it is "our bill"...UPA chairman Sonia Gandhi in an article of the proposed bill had said that "no seat shall be… pic.twitter.com/h7kjBL3RMD

    — ANI (@ANI) September 20, 2023 " class="align-text-top noRightClick twitterSection" data=" ">

ଇରାନୀ କହିଛନ୍ତି, କିଛି ଲୋକେ ଏହି ବିଲ୍‌ ସେମାନଙ୍କର ବୋଲି ଦାବି କରୁଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି, ସଂରକ୍ଷଣର ତୃତୀୟ ସାଧାରଣ ନିର୍ବାଚନରେ ଏହି ଅଧିନିୟମରେ SC/ST ବର୍ଗକୁ କୌଣସି ସଂରକ୍ଷଣ ସୁବିଧା ରଖାଯିବ ନାହିଁ । ପୂର୍ବ ଦୁଇ ନିର୍ବାଚନରେ ଏହା କାର୍ଯ୍ୟକାରୀ ହେଲେ ସୁଦ୍ଧା ତୃତୀୟ ଥର ନିର୍ବାଚନରେ SC/ST ବର୍ଗକୁ ସଂରକ୍ଷଣ ଦେବା ବିରୋଧରେ କଂଗ୍ରେସ ପ୍ରସ୍ତାବ ରଖିଥିଲା । ହେଲେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ଏହି ବିଲ୍‌ ଆଗତ କରିଛନ୍ତି, ଯାହା କାର୍ଯ୍ୟକାରୀ ହେବାର ଆସନ୍ତା 15 ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବ । ଏଥିରେ SC/ST ବର୍ଗ ମଧ୍ୟ ସାମିଲ ରହିବେ । ଏହା ବିଜେପି ସରକାରର ଏକ ଐତିହାସିକ ଉପଲବ୍ଧି ।

ଏହା ମଧ୍ୟ ପଢନ୍ତୁ :- ମହିଳା ସଂରକ୍ଷଣ ବିଲକୁ ସୋନିଆଙ୍କ ସମର୍ଥନ, କହିଲେ ଅବିଳମ୍ବେ ପାସ କରାଯାଉ

ଆଜି ପୂର୍ବାହ୍ନରେ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରି ସୋନିଆ କହିଛନ୍ତି, ଏହି ବିଲ୍‌ କଂଗ୍ରେସର ପ୍ରୟାସ ଥିଲା । ପ୍ରଥମ ଥର ଏହି ବିଲ୍‌ ରାଜୀବ ଗାନ୍ଧୀ ତାଙ୍କ ଶାସନ କାଳରେ ଆଣିଥିଲେ । ନରସିଂହ୍ମା ରାଓଙ୍କ ସରକାରରେ ଏହାକୁ ରାଜ୍ଯସଭାରେ ପାରିତ କରାଯାଇଥିଲା । ଏହା ଏବେ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା ନେଇ ସୋନିଆ କହିଥିଲେ । ସେହିପରି ଦୀର୍ଘ ବର୍ଷ ହେବ କଂଗ୍ରେସ ଏହି ବିଲ୍‌ ଆଣିବା ପାଇଁ ଦାବି କରିଥିଲା । ଏବେ ଏହାକୁ ସରକାର ବିଳମ୍ବ ନକରି ତ୍ବରାନ୍ବିତ ଭାବେ କାର୍ଯ୍ୟକାରୀ କରନ୍ତୁ ବୋଲି ମଧ୍ୟ ସୋନିଆ କହିଥିଲେ । ତେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ବିଲକୁ ଭାରତୀୟ ଜନତା ପାର୍ଟି ସରକାରର ଐତିହାସିକ ଉପଲବ୍ଧି ଦର୍ଶାଇବା ସହ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.