ETV Bharat / bharat

ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌: ୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

author img

By ETV Bharat Odisha Team

Published : Nov 17, 2023, 5:19 PM IST

Updated : Nov 17, 2023, 10:28 PM IST

Jeep fell into ditch in Nainital: ଉତ୍ତରାଖଣ୍ଡ ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌ । ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଅଧିକ ପଢନ୍ତୁ

Jeep fell into ditch in Nainital
Jeep fell into ditch in Nainital

ଡେରାଡୁନ: ଗୋଟିଏ ପଟେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭିତରେ ଦୀର୍ଘ ୬ ଦିନ ଧରି ଫସି ରହିଥିବା ବେଳେ ଏପଟେ ନୈନିତାଲରେ ଘଟିଛି ଦୁର୍ଘଟଣା । ନୈନିତାଲ ଜିଲ୍ଲାର ଛିଡାଖାନ-ରିଠା ସାହିବ ରାସ୍ତାରେ ଖାଇକୁ ଜିପ୍‌ ଖସିବା ଯୋଗୁଁ ଘଟିଥିଲା ଦୁର୍ଘଟଣା । ଏହି ଅଘଟଣରେ ଆହତ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଉ ଜଣଙ୍କ ମୃତ୍ୟୁ ପରେ ଏବେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଯାତ୍ରୀଙ୍କର ଅକାଳ ବିୟୋଗ ପରେ ଏକ୍ସ ସାଇଟ୍‌ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ଶାନ୍ତ୍ବନା ଜଣାଇଛନ୍ତି ।

  • छेडाखान मीडार मोटर मार्ग, नैनीताल में वाहन के दुर्घटनाग्रस्त होने से 8 लोगों के हताहत होने का अत्यंत दुःखद समाचार प्राप्त हुआ।

    ईश्वर दिवंगतों की आत्मा को शांति एवं शोकाकुल परिजनों को यह असीम कष्ट सहन करने की शक्ति प्रदान करें।

    बाबा केदार से घायलों के शीघ्र स्वास्थ्य लाभ की…

    — Pushkar Singh Dhami (@pushkardhami) November 17, 2023 " class="align-text-top noRightClick twitterSection" data=" ">

ଆଜି (ଶୁକ୍ରବାର) ସକାଳ ୮ଟା ସମୟରେ ଜିପ୍‌ଟି ଯାତ୍ରୀଙ୍କୁ ନେଇ ହଲଦ୍ବାନୀ ଅଭିମୁଖେ ଯାତ୍ରା କରୁଥିଲା । ଛିଡ଼ାଖାନ-ରିଠା ସାହିବ ରାସ୍ତା ନିକଟରେ ସନ୍ତୁଳନ ହରାଇଥିଲା ଡ୍ରାଇଭର । ଫଳରେ ଜିପ୍‌ଟି ୫୦୦ ମିଟର ଖାଇକୁ ଖସି ପଡ଼ିଥିଲା । ଖାଇକୁ ଜିପ୍‌ ଖସିବା ପରେ ସେଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଚିତ୍କାର କରିଥିଲେ । ଏହାପରେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ଥାନୀୟ ଲୋକେ । ଏହାପରେ ସ୍ଥାନୀୟ ବାସୀ ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ଉକ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ଲାଗି ପଡ଼ିଥିଲେ ସ୍ଥାନୀୟ ଲୋକେ ।

Jeep fell into ditch in Nainital
ନୈନିତାଲ ସଡକ ଦୁର୍ଘଟଣା

ଏହା ବି ପଢନ୍ତୁ- ସମ୍ପର୍କୀୟଙ୍କ ସହ କଥା ହେଲେ ଟନେଲରେ ଫସିଥିବା ଶ୍ରମିକ, କହିଲେ ମୁଁ ଭଲ ଅଛି

ଦୁଃଖର ବିଷୟ ଏହି ଦୁର୍ଘଟଣା ଯୋଗୁଁ ଅକାଳରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ଅଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ନୈନିତାଲ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ତଥା ଏସପି ପ୍ରହ୍ଲାଦ ମୀଣା କହିଛନ୍ତି, " ହଲଦ୍ବାନୀ ଅଭିମୁଖେ ଯାତ୍ରା କରୁଥିବା ପିକଅପ ଭ୍ୟାନଟି ସନ୍ତୁଳନ ହରାଇ ଖାଇକୁ ଖସି ପଡ଼ିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ଉଦ୍ଧାରକାରୀ ଟିମକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା । ଉଦ୍ଧାର କାର୍ଯ୍ୟ ଲାଗି ପୋଲିସ ସହିତ ଏସଡିଆରଏଫ ଟିମ ମଧ୍ୟ ପହଞ୍ଚିଥିଲା । ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।"

Jeep fell into ditch in Nainital
ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଜିପ୍‌

ଏହା ବି ପଢନ୍ତୁ- ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଖାଇକୁ ଖସିଲା ପର୍ଯ୍ୟଟକ ବସ, 26 ମୃତ

ପୂର୍ବରୁ ମୃତ୍ୟୁ ଘଟିଥିବା ୮ ଜଣଙ୍କ ପରିଚୟ ମିଳିଥିଲା । ସେମାନେ ହେଉଛନ୍ତି ଡାଲକନ୍ୟା ଗାଁର ୩୮ ବର୍ଷୀୟ ମହିଳା ଧନୀ ଦେବୀ ଓ ୩୫ ବର୍ଷୀୟ ତୁଳସୀ ପ୍ରସାଦ । ସେହି ଗ୍ରାମର ୨୬ ବର୍ଷୀୟ ଯୁବତୀ ରମା ଦେବୀ, ୫ ବର୍ଷୀୟ ଶିଶୁ ତରୁଣ ପନେରୁ, ୨୬ ବର୍ଷୀୟ ନରେଶ ପନେରୁ, ୫୧ ବର୍ଷୀୟ ଦେବୀଦତ୍ତ । ଅନ୍ୟମାନଙ୍କ ମଧ୍ୟରେ ଅଘୋଡ଼ା ଗାଁର ୨୫ ବର୍ଷୀୟ ଶିବରାଜ ସିଂ ଓ ୨୦ ବର୍ଷୀୟ ନରେଶ ସିଂହ ରହିଥିଲେ । ଏହି ଅଘଟଣ ପରେ ଏକ୍ସ ସାଇଟରେ ଦୁଃଖ ପ୍ରକାଶ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

Jeep fell into ditch in Nainital
ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 17, 2023, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.