ETV Bharat / bharat

କିଛିଦିନ ପରେ କାଶ୍ମୀରରେ ଆଉ CRPFଙ୍କ ଆବଶ୍ୟକତା ନାହିଁ !

author img

By

Published : Mar 20, 2022, 9:10 AM IST

ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଶ୍ରୀନଗରର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ସିଆରପିଏଫର ୮୩ତମ ରାଇଜିଂ ଡେ’ ପ୍ୟାରେଡରେ ଯୋଗ ଦେଇ ଏହା କହିଛନ୍ତି ଶାହ । ଅଧିକ ପଢନ୍ତୁ

ଗୃହମନ୍ତ୍ରୀ ଅମିତ ଶାହ
ଗୃହମନ୍ତ୍ରୀ ଅମିତ ଶାହ

ଶ୍ରୀନଗର: ଦେଶର ସବୁଠାରୁ ବଡ଼ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଅବସରେ ସିରିଆରପିଏଫ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏଥିସହ ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଶ୍ରୀନଗରର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ସିଆରପିଏଫର ୮୩ତମ ରାଇଜିଂ ଡେ’ ପ୍ୟାରେଡରେ ଯୋଗ ଦେଇ ଏହା କହିଛନ୍ତି ଶାହ ।

ସେ ଆହୁରି କହିଛନ୍ତି, ଏହା ପ୍ରଥମ ଥର ପାଇଁ ହୋଇଛି ଯେ କେନ୍ଦ୍ର ସରକାର କାଶ୍ମୀରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ କରିଛନ୍ତି । ସେମାନଙ୍କୁ ନିର୍ଦ୍ଦିଷ୍ଟ ଟାର୍ଗେଟ ପୂରଣ କରିବା ପାଇଁ ଆଉ କିଛି ବର୍ଷ ସମୟ ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି ଶାହା । କାଶ୍ମୀର, ନକ୍ସଲ ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯେଉଁଭଳି କାମ କରୁଛି, ତା’କୁ ଦେଖି ନିଶ୍ଚିତ ଯେ ଆଉ କିଛି ବର୍ଷ ପରେ ଏହି ୩ଟି ଅଞ୍ଚଳରେ ଆମେ ଆଉ ସିଆରପିଏଫର ଆବଶ୍ୟକ କରିବା ନାହିଁ। ଏହି ୩ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ସାରିଥିବ ବୋଲି ନିଶ୍ଚିତ। ଯଦି ଏମିତ ହୁଏ, ତା’ହେଲେ ସବୁର ଶ୍ରେୟ ସିଆରପିଏଫକୁ ଯିବ ବୋଲି କହିଛନ୍ତି ଶାହ ।

ବର୍ତ୍ତମାନ କାଶ୍ମୀରରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ସିଆରପିଏଫ ବ୍ୟତୀତ ଜମ୍ମୁ-କାଶ୍ମୀର ପୋଲିସ, ଭାରତୀୟ ସେନା, ବିଏସଏଫ, ଆଇଟିବିପି ଓ ଏସଏସବି ଯବାନମାନେ ମଧ୍ୟ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିବା କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ।

“ମୁଁ ଭାବୁଛି ଧାରା ୩୭୦ ଉଚ୍ଛେଦ ହେବା ପରେ ସୁରକ୍ଷାକର୍ମୀମାନେ ପାକ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ସେମାନେ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା କରିପାରିବା ସହ ସ୍ଥିତିରେ ଉନ୍ନତି ଆସିଛି ଏବଂ ତୃଣମୂଳ ସ୍ତରରେ ଗଣତନ୍ତ୍ର ଏବଂ ଜମ୍ମୁ କାଶ୍ମୀର ପାଇଁ 33,000 କୋଟି କୋଟି ପୁଞ୍ଜି ବିନିଯୋଗ’’ ବିଷୟରେ ଆଲୋଚନା କରିଛନ୍ତି ଶାହ ।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଶାହ । ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ତୃଣମୂଳ ସ୍ତରରେ ଜମ୍ମୁ କାଶ୍ମୀରରେ ଗଣତନ୍ତ୍ର ସେଟଅପ ହୋଇଛି । ୨୦୧୪ରୁ ମୋଦି ପ୍ରଧାନମନ୍ତ୍ରୀ ଦେବା ପରେ ଜମ୍ମୁ କାଶ୍ମୀରର ଦ୍ରୁତ ପ୍ରଗତି ଓ ପରିବର୍ତ୍ତନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.