ETV Bharat / bharat

ରାହୁଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ ବିରୋଧରେ ଆବେଦନ; ଲକ୍ଷେ ଟଙ୍କା ଫାଇନ ଲଗାଇଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Jan 19, 2024, 4:03 PM IST

Rahul Lok Sabha membership: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନ ବିରୋଧରେ ଆବେଦନ । ମାମଲାକୁ ଖାରଜ କରିବା ସହ ଲକ୍ଷେ ଟଙ୍କା ଫାଇନ ଲଗାଇଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Rahul Lok Sabha membership
Rahul Lok Sabha membership

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପ୍ରତ୍ୟାବର୍ତ୍ତନ ବିରୋଧରେ ଆବେଦନ ପଡ଼ିଲା ମହଙ୍ଗା । ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ସହ ଆବେଦନକାରୀ ତଥା ଆଇନଜୀବୀ ଅଶୋକ ପାଣ୍ଡେଙ୍କ ବିରୋଧରେ 1 ଲକ୍ଷ ଟଙ୍କା ଫାଇନ ଲଗାଇଛନ୍ତି । ଏପରି ଆବେଦନ କରି ଆବେଦନକାରୀ କୋର୍ଟଙ୍କ ବହୁମୂଲ୍ୟ ସମୟ ଅପଚୟ କରୁଥିବା ମାମଲାର ଆଜି (ଶୁକ୍ରବାର) ଶୁଣାଣି କରିବା ସମୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ଏହି ମାମଲାର ଶୁଣାଣି ସମୟରେ କୋର୍ଟଙ୍କ 2 ଜଣିଆ ଖଣ୍ଡପୀଠ ଜଷ୍ଟିସ ଭୂଷଣ ଆର ଗାଭାଇ ଓ ସନ୍ଦୀପ ମେହତା ଆବେଦନକୁ 'ଆଧାରହୀନ' ବୋଲି କହିଛନ୍ତି । ଆବେଦନକାରୀ ଅଶୋକ ପାଣ୍ଡେଙ୍କ ବିରୋଧରେ 1 ଲକ୍ଷ ଟଙ୍କା ଫାଇନ ଲଗାଯାଇଛି । ଏହାପୂର୍ବରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପାଣ୍ଡେଙ୍କ ବିରୋଧରେ 1 ଲକ୍ଷ ଟଙ୍କା ଫାଇନ ଲଗାଇଥିଲେ । ପୂର୍ବ ମାମଲାରେ ଆବେଦନକାରୀ ପାଣ୍ଡେ ଲାକ୍ଷାଦ୍ବୀପ ସାଂସଦ ମହମ୍ମଦ ଫୈଜଲଙ୍କ ସଦସ୍ୟତା ପ୍ରତ୍ୟାବର୍ତ୍ତନକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ । ଏହି ମାମଲାକୁ ମଧ୍ୟ କୋର୍ଟ ଖାରଜ କରିବା ସହ ଫାଇନ ଲଗାଇଥିଲେ ।

ଏହା ବି ପଢନ୍ତୁ- ରାହୁଲ ଗାନ୍ଧି ସଦସ୍ୟତା ଫେରିପାଇବା NDAକୁ ଶକ୍ତ ଧକ୍କା, ଜୋରଦାର ଲଢେଇ ହେବ: ଜୟଦେବ ଜେନା

ଗତ ବର୍ଷ ଅଗଷ୍ଟ 4 ତାରିଖରେ ସର୍ବୋଚ୍ଚ ଅଦାଲତ ସୁରଟ କୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ । ଫଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ଫେରି ପାଇଥିଲେ । 'ମୋଦି ସାଙ୍ଗିଆ' ମାମଲାରେ ସୁରଟ ଅଦାଲତ ରାହୁଲଙ୍କୁ 2 ବର୍ଷ ସଜ୍ଜା ଶୁଣାଇଥିଲେ । ଏହାପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ଏହାପରେ ସୁରଟ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜୁରାଟ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ- ମାନହାନି ମାମଲାରେ ମୋତେ ସବୁଠୁ ବଡ ସଜ୍ଜା ମିଳିଛି: ରାହୁଲ

ସୂଚନା ଥାଉ କି ରାହୁଲ ଗାନ୍ଧୀ 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦି ସାଙ୍ଗିଆ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ଗୁଜୁରାଟ ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ମାନହାନି ଅଭିଯୋଗ ଆଣିଥିଲେ । ଏହାପରେ ଆଇନଗତ ଲଢେଇ ଜାରି ରହିଥିବା ବେଳେ 2023 ମାର୍ଚ୍ଚ 23 ତାରିଖରେ ସୁରଟ କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରାୟ ଆସିବାର କିଛି ସମୟ ପରେ ଲୋକସଭା ସାଂସଦ ପଦ ହରାଇଥିଲେ ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.