ETV Bharat / bharat

ବେଟିଂ ଆପ୍ ପ୍ରମୋସନ କରି ଅଡୁଆରେ ସଚିନ, ମୁମ୍ବାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By ETV Bharat Odisha Team

Published : Oct 1, 2023, 7:40 PM IST

'ରମି' ଆପର ପ୍ରମୋସନକୁ ବିରୋଧ କରି ପିଟିସନ ଦାୟର କରିଛନ୍ତି ସାମାଜିକ କର୍ମୀ । ଅନଲାଇନ ବେଟିଂକୁ ପ୍ରୋତ୍ସାହନ ଦେବା ଆଇନର ଉଲ୍ଲଘଂନ ବୋଲି ଦର୍ଶାଇ ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରାଜେନ୍ଦ୍ର । ଅଧିକ ପଢନ୍ତୁ

PIL against sachin tendulkar
ବେଟିଂ ଆପ୍ ପ୍ରମୋସନକୁ ବିରୋଧ

ମୁମ୍ବାଇ: ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଭାରତରେ ଅନଲାଇନ ଜୁଆ ବ୍ୟାନ ଥିବାବେଳେ ଆଇନ ଉଲ୍ଲଙ୍ଘନ କରାଯାଇ ଏହାକୁ ଖେଳାଯାଉଛି । ସେପଟେ ଭାରତ ରତ୍ନ ସଚିନ ତେନ୍ଦୁଲକର ଏବଂ ସୁପରଷ୍ଟାର ଅଜୟ ଦେବଗନଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ଏହି ଖେଳକୁ ପ୍ରୋତ୍ସାହିତ କରୁଛନ୍ତି । ଯାହାକୁ ନେଇ ନାଭି ମୁମ୍ବାଇର ରାଜେନ୍ଦ୍ର ପାଟିଲ ନାମକ ଜଣେ ସାମାଜିକ କର୍ମୀ ଆପତ୍ତି ଉଠାଇଛନ୍ତି । ଏହା ଆଇନର ଉଲ୍ଲଙ୍ଘନ ବୋଲି ଦର୍ଶାଇ ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରାଜେନ୍ଦ୍ର।

ତେବେ ମହାରାଷ୍ଟ୍ର ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବେଶ ଜଣାଶୁଣା । ଶାହୁ, ଫୁଲେ, ଆମ୍ବେଦକର ଏବଂ ଛତ୍ରପତି ଶିବାଜୀଙ୍କ ଭଳି ବହୁ ବ୍ୟକ୍ତିତ୍ବ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ମାଟିରେ ଜୁଆ ଖେଳ ବାରଣ କରିଛନ୍ତି ରାଜ୍ୟ ସରକାର । ଅନଲାଇନ ଜୁଆ (Online Gambling)କୁ ପ୍ରୋତ୍ସାହନ ନଦେବାକୁ ସଚେତନ କରାଇ ଆସୁଛନ୍ତି ସରକାର । ହେଲେ ଏସବୁକୁ ଭ୍ରୁକ୍ଷେପ ନକରି ବହୁ ନାମୀ ତାରକାମାନେ ଅନଲାଇନ ଜୁଆ ଖେଳର ବ୍ରାଣ୍ଡ ଆମ୍ବାସଡର ସାଜିଛନ୍ତି । ଟେଲିଭିଜନରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ ଅନଲାଇନ ଗେମ୍ ପାଇଁ ଯୁବପିଢିଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳୁଛି ।

"ମହାରାଷ୍ଟ୍ର ପ୍ରିଭେନ୍ସନ ଅଫ୍ ଗ୍ୟାମବ୍ଲିଂ ଆକ୍ଟ (Maharashtra Prevention Of Gambling Act) 1887 ଅନୁଯାୟୀ ଜୁଆ ଖେଳକୁ ପ୍ରୋତ୍ସାହନ କରିବା ଦଣ୍ଡନୀୟ ଅପରାଧ । ଏହି ଆଇନ ପ୍ରଣୟନ କରାଯାଇଥିବା ସମୟରେ ଇଣ୍ଟରନେଟର ବ୍ୟବସ୍ଥା ନଥିଲା। ହେଲେ ବର୍ତ୍ତମାନ ଇଣ୍ଟରନେଟର ଯୁଗ ଚାଲିଛି । ଆଉ ଏଭଳି ସ୍ଥିତିରେ ଅନଲାଇନ ଜରିଆରେ ବେଟିଂ କରାଯିବା ଆଦୌ ଆଇନ ସମ୍ମତ ନୁହେଁ" ବୋଲି ପିଟିସନରେ ଦର୍ଶାଯାଇଛି ।

ଏହା ବି ପଢନ୍ତୁ...ପ୍ରସ୍ତୁତ କରୁଥିଲେ ଦେଶ ବିରୋଧୀ କଣ୍ଟେଣ୍ଟ, ୧୦ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

ସେହିପରି ପିଟିସନରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, 'ଗଡ୍ ଅଫ୍ କ୍ରିକେଟ' ବା କ୍ରିକେଟ ଖେଳର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏଭଳି ବେଟିଂକୁ ପ୍ରୋତ୍ସାହନ କରିବା ନିନ୍ଦନୀୟ । ତାଙ୍କ ଠାରୁ ଏହା ଆଶା କରାଯାଉନଥିଲା । ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଆବେଦନକାରୀ । ତେବେ ବିଜ୍ଞାପନରେ ସଚିନଙ୍କ ସମେତ କ୍ରିକେଟର ସୁରେଶ ରାଇନା, ସୁପରଷ୍ଟାର ଅଜୟ ଦେବଗନ, ମରାଠୀ ସୁପରଷ୍ଟାର ଅଙ୍କୁଷ ଚୌଧୁରୀ, ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅନ୍ନୁ କପୁର, ହ୍ରିତିକ ରୋଶନ, ମନୋଜ ବାଜପେୟୀ, ଶାହାରୁଖ ଖାନ, ମୁନମୁନ ଦତ୍ତ ଏବଂ ସ୍ବପ୍ନୀଲ ଜୋଶୀ ପ୍ରମୋସନ କରିବାର ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.