ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ; ଗର୍ଭଗୃହରେ ପ୍ରବେଶ କଲେ ରାମଲାଲା, ଆଜି ସ୍ଥାପନା

author img

By ETV Bharat Odisha Team

Published : Jan 18, 2024, 11:20 AM IST

Pran Pratishtha ceremony: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟା ରାମ ମନ୍ଦିରରେ ଜାରି ରହିଛି ଧାର୍ମିକ ରୀତିନୀତି । ଗର୍ଭ ଗୃହରେ ପ୍ରବେଶ କଲା ରାମଲାଲଙ୍କ ବିଗ୍ରହ । ଅଧିକ ପଢନ୍ତୁ

ର୍ଭଗୃହରେ ପ୍ରବେଶ କଲା ରାମଲାଲଙ୍କ ବିଗ୍ରହ
Ram Idol Reached Ayodhya Temple

ଅଯୋଧ୍ୟା: ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ଉତ୍ତରପ୍ରଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ନଗରୀ । ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ମନ୍ଦିରରେ ଜାରି ରହିଛି ପୂଜାର୍ଚ୍ଚନା । ପୂଜା, ସଂକୀର୍ତ୍ତନ ଓ ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା । ଆଜି ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କୁ ସ୍ଥାପନ କରାଯିବ । ଏଥିପାଇଁ ପ୍ରଥମେ ମନ୍ଦିରରେ ଭଗବାନ ରାମଲାଲାଙ୍କ ବିଗ୍ରହ ପ୍ରବେଶ କରିଛି । ଏହି ସମୟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପ୍ରଥମେ ଏକ ଟ୍ରକରେ ରାମଲାଲାଙ୍କ ବିଗ୍ରହ ମନ୍ଦିର ପରିସରକୁ ନିଆଯାଇଥିଲା । ପରେ ଏକ ବଡ଼ କ୍ରେନ ସହାୟତାରେ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଥିଲା ।

  • #WATCH | Ayodhya, UP: The idol of Lord Ram was brought inside the sanctum sanctorum of the Ram Temple in Ayodhya.

    A special puja was held in the sanctum sanctorum before the idol was brought inside with the help of a crane. (17.01)

    (Video Source: Sharad Sharma, media in-charge… pic.twitter.com/nEpCZcpMHD

    — ANI UP/Uttarakhand (@ANINewsUP) January 18, 2024 " class="align-text-top noRightClick twitterSection" data=" ">

ଆସନ୍ତା ସୋମବାର(ଜାନୁଆରୀ 22) ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଗତ ମଙ୍ଗଳବାର ଠାରୁ ଧାର୍ମିକ ରୀତିନୀତି ଆରମ୍ଭ ହୋଇଯାଇଛି । ଆଜି ଚତୁର୍ଥ ଦିନରେ ରାମଲାଲଙ୍କ ମୂର୍ତ୍ତି ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ । ଏଥିପାଇଁ ବୁଧବାର ସ୍ବତନ୍ତ୍ର ପୂଜାବିଧି କରାଯାଇ ପ୍ରଭୁ ରାମଚନ୍ଦ୍ରଙ୍କ ବିଗ୍ରହ ମନ୍ଦିର ମଧ୍ୟକୁ ନିଆଯାଇଛି । ବୁଧବାର ସନ୍ଧ୍ୟା ସାଢେ 7ଟା ସମୟରେ ଭଗବାନ ଶ୍ରୀରାମଙ୍କ ପ୍ରତିମା ବିବେକ ସୃଷ୍ଟି ଆଶ୍ରମରୁ ରାମ ଜନ୍ମଭୂମି କମ୍ପ୍ଲେକ୍ସକୁ ଅଣାଯାଇଥିଲା । ରାମଲାଲଙ୍କ ବିଗ୍ରହକୁ ଏକ ପଲିଥିନ ଦ୍ବାରା ଆବୃତ କରାଯାଇଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଳମ୍ବିତ ରାତିରେ ବିଗ୍ରହ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ପ୍ରବେଶ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ରାମ ମନ୍ଦିର ଉଡାଇବାକୁ ଧମକ ଘଟଣା; ଅଯୋଧ୍ୟାରେ ବଢିଲା ସୁରକ୍ଷା, ଛକ ଛକରେ ଲାଗିଲା ସିସିଟିଭି

କର୍ଣ୍ଣାଟକର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ହୋଇଥିବା ରାମଲାଲାଙ୍କ ମୂର୍ତ୍ତି ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ । କଳା ରଙ୍ଗର ଏହି ମୂର୍ତ୍ତିର ଓଜର 150ରୁ 200 କିଲୋ ରହିଛି । ରାମଲାଲା ଦଣ୍ଡାୟମାନ ଅବସ୍ଥାରେ ହାତରେ ଧନୁ ତୀର ଧରିଛନ୍ତି । ଅରୁଣ ଏହି ମୂର୍ତ୍ତିକୁ ନିର୍ମାଣ କରିବା ସମୟରେ ସପ୍ତାହେ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ କଥା ହୋଇନଥିଲେ ।

21 ତାରିଖ ପର୍ଯ୍ୟନ୍ତ ଧାର୍ମିକ ରୀତିନୀତି ପରେ ଜାନୁୟାରୀ 22 ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ । ମଧ୍ୟାହ୍ନ 12.20ରୁ ରୀତିନୀତି ଆରମ୍ଭ ହୋଇ 1ଟା ସମୟରେ ଶେଷ ହେବ । 40 ମିନିଟ ଧରି ପୂଜାର୍ଚ୍ଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶର ବିଭିନ୍ନ ସ୍ଥାନରୁ ରାଜନେତା, ଶିଳ୍ପପତି, ସାଧୁସନ୍ଥ ଓ ସିନେ ତାରକାଙ୍କ ସମେତ 7,000ରୁ ଅଧିକ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ବିଭିନ୍ନ ଦେଶର 100 ପ୍ରତିନିଧି ମଧ୍ୟ ଏହି ଭବ୍ୟ ସମାରୋହରେ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.