ETV Bharat / bharat

Agnipath Protest: ରେଲୱେ ରାଷ୍ଟ୍ରୀୟ ସମ୍ପତ୍ତି, ନିଆଁ ନଲଗାଇବାକୁ ଅପିଲ କଲେ ରେଳମନ୍ତ୍ରୀ

author img

By

Published : Jun 17, 2022, 5:40 PM IST

ଭାରତ ସରକାରଙ୍କ ନୂଆ ଯୋଜନା ଅଗ୍ନିପଥ (Agneepath Scheme)କୁ ନେଇ ସାରା ଦେଶରେ ହଙ୍ଗମା ଜାରି ରହିଛି । ଆଶାୟୀ ଛାତ୍ର 4 ବର୍ଷ ନିଯୁକ୍ତି ସମୟସୀମାକୁ ନେଇ ଆନ୍ଦୋଳନ ପ୍ରତିବାଦ ତୀବ୍ର କରିଛନ୍ତି । ଏହାସହ ଦେଶର ବିଭିନ୍ନ ପ୍ରାନ୍ତରେ ପୋଡାଜଳା ଲାଗିରହିଛି । ଅଧିକ ପଢନ୍ତୁ

ରେଳମନ୍ତ୍ରୀ
ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂଆ ଯୋଜନା ଅଗ୍ନିପଥ (Agneepath Scheme)କୁ ନେଇ ସାରା ଦେଶରେ ହଙ୍ଗମା ଜାରି ରହିଛି । ଆଶାୟୀ ଛାତ୍ର 4 ବର୍ଷ ନିଯୁକ୍ତି ସମୟସୀମାକୁ ନେଇ ଆନ୍ଦୋଳନ ପ୍ରତିବାଦ ତୀବ୍ର କରିଛନ୍ତି । ଏହାସହ ଦେଶର ବିଭିନ୍ନ ପ୍ରାନ୍ତରେ ପୋଡାଜଳା ଲାଗିରହିଛି । ବିଶେଷ କରି ବିହାରର ଅଧିକାଶଂ ଅଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ଆଶାୟୀ ଛାତ୍ର ମାନେ ପୋଡା ଜଳା କରିବାରେ ଲାଗିଛନ୍ତି । ଟ୍ରେନ ଓ ବସରେ ନିଆଁ ଲଗାଇ ଦେଇଛନ୍ତି ଚାକିରି ଆଶାୟୀ ଯୁବକ ମାନେ । ଯାହା ଫଳରେ ସାଧାରଣ ଜନତା ଅସୁବିଧା ସମ୍ମୁଖିନ ହେବା ସହ ବ୍ୟାପକ ମାତ୍ରାରେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ଏହାକୁ ନେଇ ରେଳମନ୍ତ୍ରୀ ଆନ୍ଦୋଳନକାରୀଙ୍କୁ ଏପରି ନକରିବାକୁ ନିବେଦନ କରିଛନ୍ତି ।

ରେଲୱେ ରାଷ୍ଟ୍ରୀୟ ସମ୍ପତ୍ତି, ଆପଣଙ୍କ ସେବାରେ... ନିଆଁ ଲଗାନ୍ତୁ ନାହିଁ: ରେଳମନ୍ତ୍ରୀ

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railways Minister Ashwini Vaishnaw ) କହିଛନ୍ତି ଆଶାୟୀ ଯୁବକ ଛାତ୍ର ମାନେ ହିଂସା ଛାଡି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରନ୍ତୁ । ଗଣତାନ୍ତ୍ରିକ ପଦ୍ଧତିରେ ଦାବି ରଖନ୍ତୁ । ସରକାର ସମସ୍ତ ଦାବି ଆପତ୍ତି ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନର ସରକାର ବେଶ ସମ୍ବେଦନଶୀଳ ଭାବେ କାମ କରୁଛନ୍ତି । ହିଂସା ଛାଡି ଶାନ୍ତି ବଜାୟ ରଖନ୍ତୁ । କୌଣସି ସ୍ଥିତିରେ ସରକାରୀ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ । ରେଳଗାଡିରେ ନିଆଁ ଲଗାନ୍ତୁ ନାହିଁ । ଭାରତୀୟ ରେଳ (Indian Railway) ଦେଶବାସୀଙ୍କ ବଳ । ତାହା ପ୍ରଭାବିତ ହେଲେ, ଦେଶବାସୀ ପ୍ରଭାବିତ ହେବେ । ଅନେକ ଲୋକ ଅସୁବିଧା ପାଇବେ । ଏହି ସରକାରୀ ସମ୍ପତ୍ତି କୌଣସି ସରକାରଙ୍କର ନୁହେଁ । ଏହା ଦେଶର ବୋଲି ମନ୍ତ୍ରୀ କହିଛନ୍ତି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିହାରର (Bihar) ବିଭିନ୍ନ ଷ୍ଟେସନରେ ବ୍ୟାପକ ପୋଡାଡଳା କରିଛନ୍ତି ଉପଦ୍ରବକାରୀ ମାନେ । ଖାଲି ଏତିକି ନୁହେଁ, ନାଳନ୍ଦା ଇସଲାମପୁର ରେଳୱେ ଷ୍ଟେସନରେ ଇସଲାମପୁର -ହାଟିଆ ଏକ୍ସପ୍ରେସରେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ଟ୍ରେନର 4 ଟି ବଗି ପୋଡି ପାଉଁଶ ହୋଇଯାଇଛି । ଏହାବାଦ ପାଟନା, ସମସ୍ତିପୁର, ଦାନାପୁର, ନୱଦା, ସହରସା ଭଳି ଅଞ୍ଚଳରେ ମଧ୍ୟ ବ୍ୟାବପକ ପୋଡାଜଳା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.