ETV Bharat / bharat

Oil Rate Update: ପୁଣି ବଢିଲା ତେଲ ଦର, ଜାଣନ୍ତୁ କେତେ

author img

By

Published : Mar 28, 2022, 9:59 AM IST

ଖାଉଟିଙ୍କୁ ଝଟ୍‌କା । ଲଗାତାର ଭାବରେ ବଢିଚାଲିଛି ପେଟ୍ରୋଲ ଡିଜେଲ ଦର । ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍‌ । ଅଧିକ ପଢନ୍ତୁ

ପୁଣି ବଢିଲା ତେଲ ଦର
ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ: ଖାଉଟିଙ୍କୁ ମହଙ୍ଗା ମାଡ । ଆଜି ସପ୍ତମ ଦିନ ଷଷ୍ଠ ଥର ପାଇଁ ବଢ଼ିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି । ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୪୧ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ୯୦ ଟଙ୍କା ୭୭ ପଇସା ରହିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୧୯ ପଇସା ଓ ଡିଜେଲ ଲିଟର ପିଛା ୯୮.୫୦ ପଇସା ମହଙ୍ଗା ହୋଇଛି । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ହେବାରେ ଲାଗିଛି । ଫଳରେ ପାଞ୍ଚ ଦିନରେ ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୪ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।

ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟାନ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପ୍ରଭାବ ପକାଇଛି । ସେପଟେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ବଢୁଛି । ଏଭଳି ଭାବେ ଦରଦାମ ବୃଦ୍ଧି ସାଧାରଣ ଲୋକେ ହନ୍ତସନ୍ତର କାରଣ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.