ETV Bharat / bharat

ଅଯୋଧ୍ୟା ରାମମୟ: ପହଞ୍ଚିଲା ବିଶାଳ ଲଡୁ ଓ ତାଲା, ପାକିସ୍ତାନରୁ ଆସୁଛି ପବିତ୍ର ଜଳ

author img

By ETV Bharat Odisha Team

Published : Jan 20, 2024, 11:30 AM IST

Updated : Jan 20, 2024, 1:39 PM IST

Pran Pratistha Rituals: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ ଚାଲିଥିବା ଧାର୍ମିକ ରୀତିନୀତିର ଆଜି ୫ମ ଦିନ । ଆଜି ପାକିସ୍ତାନରୁ ଅଯୋଧ୍ୟାରେ ପହଞ୍ଚିବ ପବିତ୍ର ଜଳ । ରାମଲାଲାଙ୍କ ପାଖରେ ଲାଗି ହେବ ୧୨୬୫ କେଜିର ବିଶାଳ ଲଡୁ । ପହଞ୍ଚିଲା ୪୦୦ କେଜି ଓଜନର ତାଲା । ଅଧିକ ପଢନ୍ତୁ

Pran pratistha rituals day 5
ପ୍ରାଣ ପ୍ରତିଷ୍ଠା ଧାର୍ମିକ ରୀତିନୀତି

ଅଯୋଧ୍ୟା: ଦିନକ ପରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ଅଯୋଧ୍ୟା ସମେତ ସମଗ୍ର ଦେଶ । ସୋମବାର ହେବାକୁ ଥିବା ଏହି ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ମଙ୍ଗଳବାର ଠାରୁ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି । ଆଜି ଏହି ରୀତିନୀତିରେ ପଞ୍ଚମ ଦିନ । ଏହି ଅବସରରେ ଆଜି ପ୍ରଭୁଙ୍କ ଶର୍କରାଧିବାସ, ଫଳାଧିବାସ ଓ ପୁଷ୍ପାଧିବାସ ନୀତି ଅନୁଷ୍ଠିତ ହେବ । ସକାଳୁ ରାମଲାଲାଙ୍କ ଶର୍କରାଧିବାସ ନୀତି ପରେ ଫଳାଧିବାସ ନୀତିରେ ପ୍ରଭୁଙ୍କୁ ଫଳରେ ସଜ୍ଜା ଯିବ । ଏହାପରେ ସନ୍ଧ୍ୟାରେ ପୁଷ୍ପାଧିବାସ ନୀତି ଅନୁସାରେ ସୁଗନ୍ଧିତ ପୁଷ୍ପରେ ରାମଲାଲଙ୍କୁ ରଖାଯିବ । ବଡ କଥା ହେଉଛି, ରାମଲାଲାଙ୍କ ପ୍ରତିଷ୍ଠା ପାଇଁ ପଡୋଶୀ ପାକିସ୍ତାନରୁ ପବିତ୍ର ଜଳ ଆସିବ । ପାକ୍‌ରେ ଥିବା ହିଙ୍ଗଲାଜ ଶକ୍ତିପୀଠରୁ ଜଳ ଅଣାଯାଇ ଆଜି ଅଯୋଧ୍ୟାରେ ପହଞ୍ଚିବ ।

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ରାମଲାଲାଙ୍କ ଶ୍ରୀମୁଖ ଫଟୋ, ରାମନାମରେ ପ୍ରକମ୍ପିତ ଚତୁର୍ଦ୍ଦିଗ

  • #WATCH | Uttar Pradesh: Lock and Key weighing around 400 kg, made in 6 months arrives at Ayodhya from Aligarh, ahead of the Pran Pratishtha ceremony on 22nd January. pic.twitter.com/Agl4I1nThK

    — ANI (@ANI) January 20, 2024 " class="align-text-top noRightClick twitterSection" data=" ">

ସୂଚନା ଥାଉକି, ରାମଲାଲାଙ୍କ ଧାର୍ମିକ ରୀତିନୀତି ନେଇ ଉତ୍ସାହିତ ଅଛନ୍ତି ରାମଭକ୍ତ । ସବୁଠୁ ରାମମୟ ପରିବେଶ ସୃଷ୍ଟି ହୋଇଛି । ଗତକାଲି(ଶୁକ୍ରବାର) ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଫଟୋ ସାମ୍ନାକୁ ଆସିଥିଲା, ଯାହା ଭକ୍ତଜନଙ୍କୁ ବିଭୋର କରିଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଁଙ୍କ ମଧ୍ୟରେ ପ୍ରଭୁଙ୍କ ଭବ୍ୟ ଉତ୍ସବ ପାଇଁ ଉତ୍ସାହ ବଢିବାରେ ଲାଗିଛି । ତେବେ ଆଜି ଧାର୍ମିକ ରୀତିନୀତିର ୫ ଦିନରେ ପାକିସ୍ତାନ ସ୍ଥିତ ଶକ୍ତିପୀଠରୁ ପବିତ୍ର ଜଳ ଆସିବା ସହ ହାଇଦ୍ରାବାଦରୁ ୧,୨୬୫ କେଜିର ଲଡୁ ପ୍ରଭୁଙ୍କ ପାଇଁ ଅଯୋଧ୍ୟାରେ ପହଞ୍ଚିବ । ଉକ୍ତ ବିଶାଳ ଲଡୁ ଏବେ କାରସେବକପୁରମରେ ପହଞ୍ଚି ସାରିଛି । ଏନ ନାଗଭୂଷଣମ ରେଡ୍ଡି ନାମକ ବ୍ୟକ୍ତି ଏହି ଲଡୁ ପ୍ରସ୍ତୁତ କରିଛନ୍ତି । ସେହିପରି କାଶ୍ମୀରର ମୁସଲମାନ ପ୍ରଭୁଙ୍କ ପାଇଁ କେଶର ପଠାଇଛନ୍ତି । ଏହାସହ ୪୦୦ କିଲୋଗ୍ରାମ ଓଜନର ତାଲା ମଧ୍ୟ ପହଞ୍ଚିଛି । ଏହାକୁ ତିଆରି କରିବାକୁ ଲାଗିଥିଲା ୬ ମାସ ସମୟ ।

ଭିନ୍ନ ଭିନ୍ନ ପରମ୍ପରାର ମିଶ୍ରଣ: ସନାତନ ଧର୍ମ ସହିତ ଜଡିତ ସମସ୍ତ ପରମ୍ପରା ଯଥା, ଶୈବ, ବୈଷ୍ଣବ, ଶାକ୍ତ, ଗାଣପତ୍ୟ, ପାତ୍ୟ, ଶିଖ, ବୌଦ୍ଧ, ଜୈନ, ଦଶନାମ ଶଙ୍କର, ରାମାନୁଜ, ନିମ୍ବାର୍କ, ମାଧ୍ବ, ବିଷ୍ଣୁନାମ, ରାମସନେହୀ, ଗୌଡିୟ, କବୀରପନ୍ଥୀ, ବାଲ୍ମିକୀ, ଶଙ୍କରଦେବ, ମାଧବଦେବ, ଇସ୍କନ, ରାମକୃଷ୍ଣ ମିଶନ, ଚିନ୍ମୟ ମିଶନ, ଭାରତ ସେବାଶ୍ରମ ସଂଘ, ଗାୟତ୍ରୀ ପରିବାର, ଅନୁକୁଳ ଚନ୍ଦ୍ର ଠାକୁର ପରମ୍ପରା, ଓଡ଼ିଶାର ମହିମା ସମାଜ, ଅକାଳୀ, ନିରଙ୍କାରୀ, ନାମଧାରୀ(ପଞ୍ଜାବ), ରାଧାସ୍ବାମୀ ଓ ସ୍ବାମୀନାରାୟଣ, ବାରକରୀ, ବୀର ଶୈବ ଇତ୍ୟାଦି ପ୍ରତିଷ୍ଠା ଉତ୍ସବ ପାଇଁ ଚାଲିଥିବା ଧାର୍ମିକ ରୀତିନୀତିର ଅଂଶ ହେବ ।

ପ୍ରାଣ ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଦିନ ପ୍ରାୟଶ୍ଚିତ ଓ କର୍ମ କୁଟି ପୂଜନ ଅନୁଷ୍ଠିତ ହୋଇଥିଲା । ବୁଧବାର ଦିନ ରାମଲାଲଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିର ପରିସରରେ ଭ୍ରମଣ କରାଯାଇଥିଲା । ଏଥିସହ ପ୍ରଭୁଙ୍କ ବିଗ୍ରହକୁ ମନ୍ଦିରରେ ପ୍ରବେଶ କରାଯାଇଥିଲା । ଗୁରୁବାର ଦିନ ଗର୍ଭଗୃହରେ ବିରାଜିଥିଲେ ରାମଲାଲା । ଏହାପରେ ଗତକାଲି ସକାଳେ ଔଷଧିବାସ, କେସରାଧିବାସ, ଓ ଘୃତାଧିବାସ ହୋଇଥିଲା । ସନ୍ଧ୍ୟାରେ ପ୍ରଭୁଙ୍କ ଧ୍ୟାନଧିବାସ ସଂସ୍କାର ଅନୁଷ୍ଠିତ ହୋଇଥିଲା । ଏହାରି ଭିତରେ ଗତକାଲି ପ୍ରଭୁ ରାମଲାଲାଙ୍କ ଗୋଟିଏ ପରେ ଗୋଟିଏ ମନଲୋଭା ଚିତ୍ର ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 20, 2024, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.