ETV Bharat / bharat

ଥମିବ ଯୁଦ୍ଧ ! ମେ 2ରୁ ୟୁରୋପ ଗସ୍ତ କରିବେ ମୋଦି

author img

By

Published : Apr 27, 2022, 12:42 PM IST

Updated : Apr 27, 2022, 3:11 PM IST

ୟୁରୋପ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ସପ୍ତାହରେ ସେ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଯିବେ ପ୍ରଧାନମନ୍ତ୍ରୀ । ମେ ୨ ତାରିଖରୁ ୪ ତାରିଖ ମଧ୍ୟରେ ମୋଦି ୟୁରୋପ ଗସ୍ତ କରିବେ । ଅଧିକ ପଢ଼ନ୍ତୁ

ଇୟୁରୋପ ଗସ୍ତ କରିବେ ମୋଦି, ସୂଚନା ଦେଲା MoEA
ଇୟୁରୋପ ଗସ୍ତ କରିବେ ମୋଦି, ସୂଚନା ଦେଲା MoEA

ନୂଆଦିଲ୍ଲୀ: ୟୁରୋପ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ସପ୍ତାହରେ ସେ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଯିବେ ପ୍ରଧାନମନ୍ତ୍ରୀ । ମେ ୨ ତାରିଖରୁ ୪ ତାରିଖ ମଧ୍ୟରେ ମୋଦି ୟୁରୋପ ଗସ୍ତ କରିବେ । ଏହାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

୨୦୨୨ରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ । ଜର୍ମାନୀ ଗସ୍ତ କରି ସେଠାକାର ଫେଡେରାଲ ଚାନ୍ସେଲରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଷଷ୍ଠ ଥର ପାଇଁ ଦ୍ବିପାକ୍ଷିକ ସରକାରୀ ପରାମର୍ଶ ବିଷୟରେ ଆଲୋଚନା ହେବ । ଏହି ଆଲୋଚନାରେ ଦୁଇ ଦେଶର କିଛି ମନ୍ତ୍ରୀ ମଧ୍ୟ ସାମିଲ ରହିବେ । ଜର୍ମାନୀ ଫେଡେରାଲ ଚାନ୍ସେଲରଙ୍କ ସହ ମୋଦି ପ୍ରଥମ ଥର ପାଇଁ ସାକ୍ଷାତ କରିବେ । ଏହି ସମୟରେ ଦୁହେଁ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ।

ଜର୍ମାନୀରୁ ମୋଦି କୋପେନହାଗେନ ଗସ୍ତ କରିବେ । ଡେନମାର୍କ ମନ୍ତ୍ରୀ ମେଟ୍‌ ଫ୍ରେଡେରୀସ୍କେନ୍‌ଙ୍କ ନିମନ୍ତ୍ରଣର ମୋଦି କୋପେନହାଗେନ ଗସ୍ତ କରିବେ । ଏହି ଅବସରରେ ସେ ଡେନମାର୍କରେ ଆୟୋଜିତ ଦ୍ବିତୀୟ ଭାରତ-ନୋର୍ଡିକ ସମ୍ମିଟ୍‌ରେ ଯୋଗ ଦେବେ । ସେଠାରେ ଉଦ୍ଭାବନ, ନବୀକରଣ ଶକ୍ତିକୁ ନେଇ ସେ ଆଲୋଚନା କରିବେ ।

ଏହାପରେ ମେ ୪ ତାରିଖରେ ମୋଦି ନବ ନିର୍ବାଚନ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନଙ୍କୁ ଭେଟିବେ । ଚଳିତ ବର୍ଷ ଫ୍ରାନ୍ସ ବିଭିନ୍ନ ଦେଶ ସହ କୁଟନୈତିକ ସମ୍ପର୍କର ୭୫ ବର୍ଷ ପାଳୁଛି । ଏହି କ୍ରମରେ ମୋଦିଙ୍କ ସାକ୍ଷାତକାର ଦୁଇ ଦେଶ ମଧ୍ୟରେ କିଛି ନୂଆ ଏଜେଣ୍ଡା କିମ୍ବା ନୂଆ ଚୁକ୍ତି ସ୍ବାକ୍ଷର କରାଇପାରେ ବୋଲି ଆଲୋଚନା ହେଉଛି ।

Last Updated : Apr 27, 2022, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.