ETV Bharat / bharat

ଆଜି ଦେଶର ପ୍ରଥମ ପରିବହନ ବିମାନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

author img

By

Published : Oct 30, 2022, 9:08 AM IST

Updated : Oct 30, 2022, 9:42 AM IST

ଆଜିଠାରୁ ତିନିଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦେଶର ପ୍ରଥମ ପରିବହନ ବିମାନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ମୋଦି ।

pm modi visit gujarat lay foundation stone of first transport aircraft plant in vadodara
Modi Visits Gujarat: ଆଜି ଦେଶର ପ୍ରଥମ ପରିବହନ ବିମାନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ: ଆଜିଠାରୁ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଭଦୋଦରାରେ ଦେଶର ପ୍ରଥମ ପରିବହନ ବିମାନ ପ୍ଲାଣ୍ଟର ଶିଳାନ୍ୟାସ କରିବେ । ଏହି ପ୍ଲାଣ୍ଟରେ C-295 ମିଲିଟାରି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର( C-295 Military Transport Aircraft) ନିର୍ମାଣ ଆରମ୍ଭ ହେବ। ଏହା ମିଡିୟମ ଲିଫ୍ଟ ମିଟିଲାରି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅଟେ । ଯାହାକୁ ସ୍ପେନର ଏୟାରବସ ପ୍ରତିରକ୍ଷା କମ୍ପାନୀ (Airbus Defence Company ) ଏବଂ ଟାଟା କଂସୋର୍ଟିୟମ (Tata Consortium) ମିଳିତ ଭାବରେ ତିଆରି କରିବେ ।

ଦେଶରେ ପ୍ରଥମ ଥର ପାଇଁ ଏକ ବେସରକାରୀ କମ୍ପାନୀ ପରିବହନ ବିମାନ ନିର୍ମାଣ କରିବାକୁ ଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହାସଲ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କୁହାଯାଇଛି । ଗତବର୍ଷ 56 C-295 ସାମରିକ ପରିବହନ ବିମାନ ପାଇଁ ଭାରତ ଏକ ସ୍ପେନ କମ୍ପାନୀ ସହ ଚୁକ୍ତି କରିଥିଲା । ଏହି ଚୁକ୍ତିନାମା ଅନୁଯାୟୀ, ଏୟାରବସ କମ୍ପାନୀରୁ 16ଟି ବିମାନ ସିଧାସଳଖ କିଣାଯିବ ଏବଂ 40ଟି ବିମାନ ଭାରତରେ ନିର୍ମାଣ କରାଯିବ । C-295 ମିଲିଟାରି ପରିବହନ ବିମାନ 5ରୁ 6 ଟନ ପର୍ଯ୍ୟନ୍ତ ଭାର ଧାରଣ କରିପାରିବାବେଳେ, ପ୍ରାୟ 11 ଘଣ୍ଟା ଉଡିପାରିବ। ଏକକାଳୀନ 71 ସୁରକ୍ଷାବାହିନୀଙ୍କୁ ( 50 ପାରା ମିଲିଟାରି ) ଯୁଦ୍ଧକ୍ଷେତ୍ରରେ ପହଞ୍ଚାଇବା ସକ୍ଷମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ରବିବାର ମଧ୍ୟାହ୍ନ 2.30 ସମୟରେ ଭଦୋଦରାର ଲେପରୋସି ପଡ଼ିଆରେ C-295 ସାମରିକ ପରିବହନ ବିମାନ କାରଖାନର ଶିଳାନ୍ୟାସ କରିବେ। ସେହିପରି ଆସନ୍ତାକାଲି (ସୋମବାର) ରାଷ୍ଟ୍ରୀୟ ଏକତା ଦିବସ (Rashtriya Ekta Diwas) ଅବସରରେ ଗୁଜୁରାଟର କେଭାଡିଆରେ ଥିବା ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଏହି କ୍ରମରେ ସକାଳ 8ଟା ସମୟରେ ମୋଦି ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । କାର୍ଯ୍ୟକ୍ରମରେ ଆଦିବାସୀ ଛାତ୍ରଛାତ୍ରୀ ମ୍ୟୁଜିକାଲ ବ୍ୟାଣ୍ଡ ପ୍ରଦର୍ଶିତ କରିବେ । ଅପରାହ୍ନ 3.30ରେ ବନାସକୋଣ୍ଠାର ଥାରେଡରେ କେତେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ ।

ଏହା ମଧ୍ୟ ପଢ଼ନ୍ତୁ: Mann Ki Baat: ଆଜି ପ୍ରଧାନମନ୍ତ୍ରୀଙ୍କ 94ତମ ମନ୍ କି ବାତ କାର୍ଯ୍ୟକ୍ରମ

ଏହାପରେ ନଭେମ୍ବର 1ତାରିଖରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ମନଗଡ଼ ଧାମ ପରିଦର୍ଶନ କରିବେ। ସେଠାରେ ମନଗଡ଼ ଧାମକୁ ଜାତୀୟ ଐତିହ୍ୟ ଭାବେ ଘୋଷଣା କରିବେ । ଏହାପରେ ପୁନଃ ଗୁଜୁରାଟର ଜମ୍ବୁଘୋଡ଼ାରେ କେତେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ । ସନ୍ଧ୍ୟା 6ଟାରେ ଅହମ୍ମଦାବାଦର ମହାତ୍ମା ମନ୍ଦିରରେ ଦୀପାବଳି ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ବିଧାନସଭାର ବିଜେପିନେତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ।

Last Updated : Oct 30, 2022, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.