ETV Bharat / bharat

G7 Summit in Japan: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 20, 2023, 4:13 PM IST

ହିରୋସୀମାରେ ଜି7 ସମ୍ମିଳନୀ ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷ- ୟୁକ୍ରେନ ଯୁଦ୍ଧ ପରେ ଉଭୟଙ୍କ ମଧ୍ୟରେ ପ୍ରଥମ ସମ୍ମିଳନୀ । ଅଧିକ ପଢନ୍ତୁ

G7 summit in Japan: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
G7 summit in Japan: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଜାପାନ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନସ୍କିଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସାକ୍ଷାତକାର ହେବା ସହ ଆଲୋଚନା ମଧ୍ୟ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହା ଉଭୟଙ୍କ ମଧ୍ୟରେ ପ୍ରଥମ ପ୍ରତ୍ୟେକ୍ଷ ସାକ୍ଷାତକାର ଓ ଆଲୋଚନା । ଜାପାନର ହିରୋସୀମାରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ବିଶ୍ବର କଲ୍ୟାଣ ପାଇଁ ବାପୁଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି: ମୋଦି

ଜାପାନର ହିରୋସୀମାରେ ଆୟୋଜିତ ଜି୭ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥରେ ୭ଟି ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ହୋଇଛନ୍ତି । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହାସହ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୋଦି କହିଛନ୍ତି, ବିଶ୍ବର କଲ୍ୟାଣ ପାଇଁ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଅନୁସରଣ କରିବା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ମୋଦିଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ବାପୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଗତକାଲି (ଶୁକ୍ରବାର) ଠାରୁ ୬ ଦିନିଆ ବିଦେଶ ଗସ୍ତ ଆରମ୍ଭ କରିଛନ୍ତି । ଏହି ଗସ୍ତରେ ସେ ଜାପାନରେ ଆୟୋଜିତ ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ପରେ ପାପୁଆ-ନ୍ୟୁ-ଗିନି ଓ ଅଷ୍ଟ୍ରେଲିଆ ମଧ୍ୟ ଗସ୍ତ କରିବେ । ଜାପାନ ବ୍ୟତୀତ ଏହି ଦୁଇ ଦେଶରେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ରହିଛି ।

ତେବେ ଗତବର୍ଷ ୟୁକ୍ରେନରେ ଋଷର ଅକ୍ରମଣ ଓ ସଙ୍କଟ ଆରମ୍ଭ ହେବା ପରେ ଭାରତ ଅତି ସନ୍ତୁଳିତ ଭାବେ ନିଜ ଆଭିମୁଖ୍ୟ ରଖି ଆସିଛି । ଉଭୟ ଋଷ ଓ ୟୁକ୍ରେନକୁ ହିଂସା ତ୍ୟାଗ କରି ଆଲୋଚନା ଟେବୁଲରେ ସାମାଧାନ ରାସ୍ତା ବାହାର କରିବା ପାଇଁ ନୂଆଦିଲ୍ଲୀ ପ୍ରଥମରୁ ପରାମର୍ଶ ଦେଇଆସିଛି । ଏହା ସହ ଯୁଦ୍ଧ ଆରମ୍ଭରୁ ଭାରତ ୟୁକ୍ରେନରେ ଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପରେ ୟୁକ୍ରେନକୁ ମାନବୀୟ ସହାୟତା ମଧ୍ୟ ପଠାଇଥିଲା । ଋଷର ଆକ୍ରମଣକୁ ସିଧା ନିନ୍ଦା କରିନଥିବା ଭାରତ ହିଂସାକୁ ସମର୍ଥନ ମଧ୍ୟ କରିନଥିଲା । ଏହାରି ମଧ୍ୟରେ ଆଜି ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରତ୍ୟେକ୍ଷ ସାକ୍ଷାତ ଓ ଆଲୋଚନା ହୋଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.