ETV Bharat / bharat

ଭଦୋଦରାରେ C 295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

author img

By

Published : Oct 30, 2022, 4:48 PM IST

ଭଦୋଦରାରେ C 295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ । ଭଦୋଦରାରେ C 295 ବିମାନର ଉତ୍ପାଦନକାରୀ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ଓ ଟାଟା ସନ୍ସ ପରିଚାଳନା ମୁଖ୍ୟ । ଟାଟା ସନ୍ସ ନିର୍ମାଣ କରିବ ଅତ୍ଯାଧୁନିକ C 295 ପରିବହନ ବିମାନ । ଅଧିକ ପଢନ୍ତୁ

ଭଦୋଦରାରରେ C-295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଭଦୋଦରାରରେ C-295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଭଦୋଦରାରେ C 295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ । ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭଦୋଦରାରେ ଭାରତୀୟ ବାୟୁସେନା ପାଇଁ ଟାଟା ନିର୍ମାଣ କରିବାକୁ ଯାଉଥିବା ପରିବହନ ବିମାନ C 295 ଉତ୍ପାଦନକାରୀ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି (transport aircraft manufacturing plant in Vadodara )। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେଦ୍ର ପଟେଲଙ୍କ ସମତେ ଟାଟା ସନ୍ସର ପରିଚାଳନା ମୁଖ୍ୟ ଏନ.ଚନ୍ଦ୍ରଶେଖରନ ମଧ୍ୟ ଉପସ୍ଥିତ ଥିଲେ । ପ୍ରତିଷ୍ଠା ହେବାକୁ ଥିବା ଟାଟା-ଏୟାରବେସରେ ଭାରତୀୟ ବାୟୁସେନା ପାଇଁ ଅତ୍ୟାଧୁନିକ ପରିବହନ ବିମାନ ନିର୍ମାଣ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ବାୟୁସେନା ପାଇଁ 40ଟି ବିମାନ ନିର୍ମାଣ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ରପ୍ତାନୀ ଉଦ୍ଦେଶ୍ୟରେ ମଧ୍ୟ ଉତ୍ପାଦନ ଜାରି ରଖିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରତିରକ୍ଷା ବିଭାଗ ସୂଚନା ଦେଇଥିଲା । ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହି ଉତ୍ପାଦନ ୟୁନିଟର ଶିଳାନ୍ୟାସ କରିଛନ୍ତି ।

ଭଦୋଦରାରରେ C-295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଭଦୋଦରାରରେ C-295 ବିମାନ ପ୍ଲାଣ୍ଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘‘ଏହା ଏକ ଐତିହାସିକ ଓ ଗର୍ବର ମୁହୂର୍ତ୍ତ । ଦେଶରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଘରୋଇ ଉଦ୍ୟୋଗ ଦ୍ବାରା ଭିତ୍ତିପ୍ରସ୍ତାର ସ୍ଥାପନ କରାଯାଇଛି । ଏହା କେବଳ ଏକ ଭିତ୍ତିପ୍ରସ୍ତର ନୁହେଁ ବରଂ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଆତ୍ମନିର୍ଭର ଭାରତ ମିଶନର ଏକ ମାଇଲଖୁଣ୍ଟ । ସ୍ବଦେଶରେ ନିର୍ମିତ ହେବାକୁ ଥିବା ଏହି ଅତ୍ୟାଧୁନିକ ବିମାନ (C-295 aircraft ) ବିଶ୍ବସ୍ତରୀୟ ଗୁଣବତ୍ତା ସମ୍ପନ୍ନ ହେବ । ଯାହା ଭାରତୀୟ ବାୟୁସେନାକୁ ପରିବହନ ପ୍ରକ୍ରିୟାରେ ବେଶ ଶକ୍ତିଶାଳୀ କରିବ ।’’

ତେବେ ପୂର୍ବରୁ ଏକାଧିକ ବିକଶିତ ରାଷ୍ଟ୍ର ଏହି ବର୍ଗର ସାମରିକ ପରିବହନ ବିମାନ ନିର୍ମାଣ ଜାରି ରଖିଥିବା ବେଳେ ଭାରତ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି । ବର୍ତ୍ତମାନ ଆମେରିକା, ଜାପାନ, ବ୍ରିଟେନ, ଋଷ, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ୟୁକ୍ରେନ, ବ୍ରାଜିଲ, ଚୀନ୍ ନିକଟରେ ଏହି ବର୍ଗର ସାମରିକ ପରିବହନ ବିମାନ ନିର୍ମାଣ କରିବାର କ୍ଷମତା ରହିଛି । ତେବେ ଭାରତ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ।

ନିର୍ମାଣକାରୀ ସଂସ୍ଥା ଟାଟା କହିଛି, C 295 ଉତ୍ପାଦନ ହେଉଛି ଘରୋଇ ଉଦ୍ୟୋଗ କ୍ଷେତ୍ରରେ ପ୍ରଥମ ମେକ୍ ଇନ୍ ଇଣ୍ଡିଆ ଏରୋସ୍ପେସ୍ ପ୍ରୋଗ୍ରାମ । ଏହା ଏକ ସମ୍ପୂର୍ଣ୍ଣ ଶିଳ୍ପ-ଇକୋସିଷ୍ଟମ ପରି ବିକଶିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଯନ୍ତ୍ରାଂଶ ଉତ୍ପାଦନ ଠାରୁ ଆରମ୍ଭ କରି ଏକତ୍ରୀକରଣ, ଟେଷ୍ଟିଂ ପରି ସମସ୍ତ ଉତ୍ପାଦନ ପ୍ରକ୍ରିୟା ସମ୍ପର୍କିତ ବ୍ୟବସ୍ଥା ରହିବ । ଉତ୍ପାଦନ ପରେ କେବଳ ହସ୍ତାନ୍ତରଣ ନୁହେଁ ବରଂ ସଂସ୍ଥା ଏହାର ରକ୍ଷଣବେକ୍ଷଣ ନେଇ ମଧ୍ୟ ବ୍ୟବସ୍ଥା କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ସଂସ୍ଥା ଦ୍ବାରା ହୋଇଥିବା ଏହି ଚୁକ୍ତିନାମା ଅନୁଯାୟୀ, ଆସନ୍ତାବର୍ଷ (2023) ସେପ୍ଟେମ୍ବରରୁ 2025 ଅଗଷ୍ଟ ମଧ୍ୟରେ ଫ୍ଲାଏ-ୱେ ମୋଡରେ 16ଟି C 295 ବିମାନ ବାୟୁସେନାକୁ ହସ୍ତାନ୍ତର କରାଯିବ । ଅବଶିଷ୍ଟ 40 ଟି ବିମାନ ଭଦୋଦରାର ଏହି ପ୍ଲାଣ୍ଟରେ ନିର୍ମିତ ହେବାକୁ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.