ETV Bharat / bharat

PM Modi Visits Gujarat: ଗୁଜୁରାଟବାସୀଙ୍କୁ 5800 କୋଟିର ପ୍ରକଳ୍ପ ଭେଟି, ଅମ୍ବାଜୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

author img

By ETV Bharat Odisha Team

Published : Oct 30, 2023, 3:00 PM IST

ଦୁଇଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରେ ଅମ୍ବାଜୀ ମନ୍ଦିର ପରିଦର୍ଶନ କରିବା ସହ ମେହେସାନାରେ 5800କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅଧିକ ପଢନ୍ତୁ

pm modi at Gujarat
pm modi Gujarat visit

pm modi Gujarat visit

ଗାନ୍ଧୀନଗର: ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଦିନରେ ଅମ୍ବାଜୀ ମନ୍ଦିର ଦର୍ଶନ କରିବା ସହିତ ମେହେସାନାରେ 5800କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ରେଳ, ସଡକ, ପାନୀୟଜଳ ଓ ଜଳସେଚନ କ୍ଷେତ୍ରରେ ରହିଛି । ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବା ସହ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Mehsana, Gujarat: PM Modi says, "Today is October 30 and tomorrow is 31st, both these days are very inspiring for us. Today is the death anniversary of Govind Guruji who fought the independence struggle and gave a tough time to the Britishers. And tomorrow is the birth… pic.twitter.com/RnfrYDRZ4j

    — ANI (@ANI) October 30, 2023 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,''ଆଜି ଅକ୍ଟୋବର 30 ଏବଂ 31 ତାରିଖ ଦୁଇ ଦିନ ଆମକୁ ବହୁତ ପ୍ରେରଣା ଦେଇଛି । ଆଜି ଗୋବିନ୍ଦ ଗୁରୁଜୀଙ୍କ ଜୟନ୍ତୀ ଯିଏକି ସ୍ବାଧୀନତା ସଂଗ୍ରାମରେ ଲଢେଇ କରିଥିଲେ । ଆସନ୍ତାକାଲି ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଆମ ପିଢି ବିଶ୍ବର ଉଚ୍ଚ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିଛି । ଆମର ଆଗାମୀ ପିଢି ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ମୂର୍ତ୍ତିକୁ ଦେଖିବେ ମାତ୍ର ନଇଁବେ ନାହିଁ ତାଙ୍କ ମୁଣ୍ଡ ଉଚ୍ଚା ରହିବ । ଗୋବିନ୍ଦ ଗୁରୁଜୀଙ୍କ ସାରା ଜୀବନ ଦେଶର ସ୍ବାଧୀନତା ଓ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ସମର୍ପିତ କରିଥିଲେ । ଏଠାକୁ ଆସିବା ପରେ ମୁଁ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ସୁଯୋଗ ପାଇଥିଲି । ଆଜି 5800 କୋଟି ଟଙ୍କାର ପ୍ରକଳ୍ପ ଚାଷୀଙ୍କୁ ସଶକ୍ତ କରିବ । ଏହା ସମଗ୍ର ଦେଶକୁ ଯୋଗଯୋଗ ସୃଷ୍ଟି କରିବ । ମେହେସାନାର ସମସ୍ତ ଜିଲ୍ଲା ଏହି ପ୍ରକଳ୍ପର ଉପକୃତ ହେବେ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଭାରତର ବିକାଶ ଯାତ୍ରାକୁ ନେଇ ସମଗ୍ର ଦୁନିଆରେ ଚର୍ଚ୍ଚା ହେଉଛି । ଆମ ଭାରତ ଚନ୍ଦ୍ରଯାନରେ ପହଞ୍ଚିଛି । ଦୁନିଆ ଯେଉଁଠି କେହି ପହଞ୍ଚି ନଥିଲେ ସେଠି ଭାରତ ପହଞ୍ଚିଛି । କ୍ରିକେଟ ଟି20ଠୁ ଦିଲ୍ଲୀରେ ଜି20ର ସଫଳ ଆୟୋଜନକୁ ନେଇ ସବୁଠି ଚର୍ଚ୍ଚା । ଭାରତୀୟଙ୍କ ସାମର୍ଥ୍ୟ ଓ ସଂକଳ୍ପ ଦେଖି ଜି20 ବିଶ୍ବନେତାଙ୍କୁ ଚକିତ କରିଥିଲା । ବିକାଶର ଯେଉଁ ବଡ କାର୍ଯ୍ୟ ହୋଇଛି ଗୁଜୁରାଟ ଦ୍ରୁତ ଗତିରେ ଆଗଉଛି ।

ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ: ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରି ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବରାତ ଓ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସ୍ବାଗତ କରିଥିଲେ । ଏହା ପରେ ସେ ସିଧାସଳଖ ଅମ୍ବାଜୀ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ପହଞ୍ଚି ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମାଆ ଅମ୍ବା ଭବାନୀଙ୍କ ଶକ୍ତିପୀଠ କୁହାଯାଉଥିବା ମନ୍ଦିରରେ ଜଳଲାଗି କରିବା ସହ ଆଳତୀ କରିଥିଲେ ।

ଏହା ବି ପଢନ୍ତୁ...ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଦୁଇଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ମଙ୍ଗଳବାର) ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ବିଏସ୍‌ଏଫ୍‌ ଓ ରାଜ୍ୟ ପୋଲିସ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହା ସିହତ କୋଭାଡିଆରେ 160 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.