ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ବିବାଦ: ସଞ୍ଜୟ ସିଂଙ୍କ ବିରୋଧରେ ରୁଜୁ ମାମଲାରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

author img

By ETV Bharat Odisha Team

Published : Jan 16, 2024, 8:32 PM IST

PM Modi degree row: ଆପ୍ ନେତା ସଞ୍ଜୟ ସିଂଙ୍କ ବିରୋଧରେ ରୁଜୁ ମାମଲାରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିବାଦ: ସଞ୍ଜୟ ସିଂଙ୍କ ବିରୋଧରେ ରୁଜୁ ମାମଲାରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ମାମଲାରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନୀ ମାମଲାରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଗୁଜୁରାଟର ଏକ ସ୍ଥାନୀୟ କୋର୍ଟରେ ଜାରି ରହିଥିବା ଏହି ମାମଲାର ଶୁଣାଣି ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଆଜି ଆଦେଶ ଜାରି କରିଛନ୍ତି । ଏବେ ବହୁଚର୍ଚ୍ଚିତ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇ ସଞ୍ଜୟ ସିଂ ଜେଲରେ ଅଛନ୍ତି ।

ଜଷ୍ଟିସ ବି.ଆର୍. ଗାଭାଇ ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ସଞ୍ଜୟ ସିଂଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ପକ୍ଷ ରଖିଥିଲେ । ଆଇନଜୀବୀ ସିଙ୍ଘଭି ଖଣ୍ଡପୀଠ ଆଗରେ ଯୁକ୍ତି ବାଢିଥିଲେ ଯେ, ତାଙ୍କ ମହକିଲଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ଓ ତାଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଉଦ୍ଦେଶ୍ୟ ରଖାଯାଇଛି । ତେଣୁ ତାଙ୍କ ଆବେଦନ ହାଇକୋର୍ଟରେ ମଧ୍ୟ ପେଣ୍ଡିଂ ରହିଛି । ଏହି ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ, ଗୁଜୁରାଟ ହାଇକୋର୍ଟ ସଞ୍ଜୟଙ୍କ ରହିତାଦେଶ ଓ ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି ନକରିବା ପର୍ଯ୍ୟନ୍ତ ତଳ କୋର୍ଟରେ ଏହି ମାମଲାର ବିଚାର ପ୍ରକ୍ରିୟା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦାରି କରିଥିଲେ ।

ତେବେ ଏହି ମାମଲାରେ ସର୍ବୋଚ୍ଚ କୋର୍ଟ, ଗୁଜୁରାଟ ହାଇକୋର୍ଟଙ୍କୁ ସଞ୍ଜୟ କରିଥିବା ସ୍ଥଗିତାଦେଶ ଜାରି କରିବା କିମ୍ବା ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ଆବେଦନର ଶୁଣାଣି ଆସନ୍ତା 4 ସପ୍ତାହ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସଞ୍ଜୟଙ୍କ ଓକିଲ ସିଙ୍ଘଭି, ଏହି ମାମଲାର ଶୁଣାଣି ଗୁଜୁରାଟ ବାହାରେ କୌଣସି ଅଦାଲତରେ କରିବାକୁ କରିଥିବା ନିବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ :- ଜ୍ଞାନବ୍ୟାପୀ ମାମଲା: ନିଷେଧାଞ୍ଚଳରେ ଥିବା ପାଣିଟାଙ୍କି ସଫା କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

​ଗତବର୍ଷ ଏପ୍ରିଲରେ ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ପର୍କରେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହା ବିରୋଧରେ ଗୁଜୁରାଟ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଆମ ଆଦମୀ ପାର୍ଟି ମୁଖ୍ୟ କେଜ୍ରିଓ୍ବାଲ ଓ ସଂଞ୍ଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏପରି ମନ୍ତବ୍ୟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାକୁ କ୍ଷୂର୍ଣ୍ଣ କରିଛି ବୋଲି ସେ ଆବେଦନରେ ଦର୍ଶାଇଥିଲେ । ଯାହା ଏବେ ଗୁଜୁରାଟର ଏକ ସ୍ଥାନୀୟ କୋର୍ଟରେ ବିଚାରାଧୀନ ରହିଛି । ଏହି ମାମଲାରେ ସ୍ଥଗିତାଦେଶ କିମ୍ବା ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ପାଇଁ ସଞ୍ଜୟ ଗୁଜୁରାଟ ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲା ସେଠାରେ ପେଣ୍ଡିଂ ରହିବା ନେଇ ସେ ପରବର୍ତ୍ତୀ ସମୟରେ ସର୍ବୋଚ୍ଚ କୋର୍ଟରେ ମଧ୍ୟ ହାଜର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.