ETV Bharat / bharat

Modi in US: ମୋଦିଙ୍କୁ ହ୍ବାଇଟ ହାଉସରେ ରାଜକୀୟ ସ୍ବାଗତ, ମନ୍ତ୍ରୀମଣ୍ଡଳ ସହ ପରିଚୟ କରାଇଲେ ବାଇଡେନ

author img

By

Published : Jun 22, 2023, 10:06 PM IST

ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଔପଚାରିକ ସ୍ବାଗତ କଲେ ବାଇଡେନ ଦମ୍ପତି । ଏବେ ଦ୍ବିପାକ୍ଷିକ ଆଲୋଚନା ଜାରି । କିଛି ସମୟ ପରେ ଆମେରିକା ସଂସଦକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସଂଧ୍ୟାରେ ବହୁଚର୍ଚ୍ଚିତ ନୈଶ୍ୟଭୋଜି । ଅଧିକ ପଢନ୍ତୁ

Modi in US: ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଔପଚାରିକ ସ୍ବାଗତ, ମନ୍ତ୍ରୀମଣ୍ଡଳ ସହ ପରିଚୟ କରାଇଲେ ବାଇଡେନ
Modi in US: ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଔପଚାରିକ ସ୍ବାଗତ, ମନ୍ତ୍ରୀମଣ୍ଡଳ ସହ ପରିଚୟ କରାଇଲେ ବାଇଡେନ

Modi in US: ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଔପଚାରିକ ସ୍ବାଗତ, ମନ୍ତ୍ରୀମଣ୍ଡଳ ସହ ପରିଚୟ କରାଇଲେ ବାଇଡେନ
Modi in US: ପ୍ରଧାନମନ୍ତ୍ରୀଙ୍କୁ ହ୍ବାଇଟ ହାଉସରେ ଔପଚାରିକ ସ୍ବାଗତ, ମନ୍ତ୍ରୀମଣ୍ଡଳ ସହ ପରିଚୟ କରାଇଲେ ବାଇଡେନ

ୱାଶିଂଟନ: ଆମେରିକା ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଔପଚାରିକ ଭାବେ ସ୍ବାଗତ କରିଛନ୍ତି ଆମେରିକାର ପ୍ରଥମ ଦମ୍ପତି ରାଷ୍ଟ୍ରପତି ଜୋ.ବାଇଡେନ ଓ ପତ୍ନୀ ଜଲି ବାଇଡେନ । ହ୍ବାଇଟ ହାଉସରେ ଭବ୍ୟ ସ୍ବାଗତ ପରେ ଉଭୟ ରାଷ୍ଟ୍ରପତି ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଅଭିବାଦନ ଗ୍ରହଣ କରିଛନ୍ତି । ପରେ ଉଭୟ ନେତା ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଆମେରିକା କଂଗ୍ରେସ (ସଂସଦ)ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ପୁଣି ସେ ହ୍ବାଇଟ ହାଉସ ଫେରିବା ସହ ବହୁପ୍ରତୀକ୍ଷିତ ନୈଶ୍ୟଭୋଜିରେ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ଦ୍ବିପାକ୍ଷିକ ଆଲୋଚନା କରିବେ । ଆଲୋଚନା ଶେଷ ହେବା ପରେ ଉଭୟ ପ୍ରେସମିଟକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି । ରାଷ୍ଟ୍ରପତି ବାଇଡେନଙ୍କ ସହ ହେବାକୁ ଥିବା ଆଲୋଚନାରେ, ପ୍ରତିରକ୍ଷା, ମହାକାଶ, ସ୍ୱଚ୍ଛ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ପରି କ୍ଷେତ୍ର ସହ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ହେଉଥିବା ରଣନୈତିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବା ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ପାଇବ ।

ଗତକାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳିଥିଲେ । ଏଥିରେ 180 ରୁ ଅଧିକ ଦେଶର ନାଗରିକ ସାମିଲ ହୋଇ ଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ନ୍ୟୁୟର୍କରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ବିମାନ ବନ୍ଦରରେ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା । ପ୍ରବଳ ବର୍ଷା ସତ୍ତ୍ବେ ମଧ୍ୟ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହ କରିନଥିବା ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ।

ଆଜି ହ୍ବାଇଟ ହାଉସର ଔପଚାରିକ ସ୍ବାଗତ କାର୍ଯ୍ୟକ୍ରମର ସମ୍ବୋଧନରେ ଉଭୟ ରାଷ୍ଟ୍ରମୁଖ୍ୟ ଦୁଇ ଦେଶର ସ୍ବାଧୀନତା, ବ୍ୟବସ୍ଥା, ଗଣତାନ୍ତ୍ରିକ ମୂଲ୍ୟବୋଧରେ ଥିବା ସମାନତାକୁ ମନେ ପକାଇଥିଲେ । ଉଭୟ ଆମେରିକା ଓ ଭାରତ ଗୌରବଶାଳୀ ଦେଶ ବୋଲି ବାଇଡେନ କହିଥିଲେ । ସାମ୍ପ୍ରତିକ ସମୟରେ ଏକାଧିକ ବୈଶ୍ବିକ ପ୍ରସଙ୍ଗରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିଥିବା କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ନିଜର ପୂର୍ବ ଆମେରିକା ଗସ୍ତକୁ ମନେ ପକାଇଥିଲେ । ପ୍ରବାସୀ ଭାରତୀୟଙ୍କ ପାଇଁ ପ୍ରଥମ ଥର ହ୍ବାଇଟ ହାଉସର ଦ୍ବାର ଆଜି ଖୋଲାଯାଇଥିବା କହି ସେ କାର୍ଯ୍ୟକ୍ରମକୁ ନେଇ ଆନନ୍ଦିତ ବୋଲି କହିଥିଲେ । ଏବେ ହ୍ବାଇଟ ହାଉସରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି । ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ବାଇଡେନଙ୍କ ସହ ଆମେରିକା ସଂସଦ ଅଭିମୁଖେ ଗସ୍ତ କରିବେ । ଯେଉଁଠାରେ ସେ ମିଳିତ ଅଧିବେଶନକୁ ସମ୍ବୋଧିତ ମଧ୍ୟ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.